ଧୋନିଙ୍କ ପରେ ରାହୁଲଙ୍କ ଠାରୁ ବି ହାରିଲେ କୋହଲି

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଆକର୍ଷଣୀୟ ଇନିଂସ୍ ଓ ହରପ୍ରୀତ ବ୍ରାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ୍ ୩୪ ରନରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତର ଦ୍ୱିତୀୟ ପରାଜୟ ସତ୍ତ୍ୱେ ଆରସିବି ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ୫ ୱିକେଟ୍ […]

virat-kohli

Ranjit Kumar Jena
  • Published: Friday, 30 April 2021
  • , Updated: 30 April 2021, 11:24 PM IST

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଆକର୍ଷଣୀୟ ଇନିଂସ୍ ଓ ହରପ୍ରୀତ ବ୍ରାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସ୍ ୩୪ ରନରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ପଞ୍ଜାବ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତର ଦ୍ୱିତୀୟ ପରାଜୟ ସତ୍ତ୍ୱେ ଆରସିବି ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଜବାବରେ ଆରସିବି ୮ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଆରସିବି ପକ୍ଷରୁ କୋହଲି ଓ ରଜତ ପାଟିଦାର ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ମିଡଲ୍ ଅର୍ଡରରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଏବି ଡି’ଭିଲିୟର୍ସ ନିରାଶ କରିଥିଲେ, ଯାହା ଦଳର ପରାଜୟର କାରଣ ହୋଇଛି ।

୧୮୦ ରନର ଲକ୍ଷ୍ୟର ପିଛା କରୁଥିବା ଆରସିବି ଇନଫର୍ମ ଓପ୍ନର ଦେବଦତ୍ତ ପାଡିକଲ୍ (୭)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ କୋହଲି ଓ ପାଟିଦାର ଦ୍ୱିତୀୟ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ । କୋହଲି (୩୫)ଙ୍କୁ ଆଉଟ୍ କରି ହରପ୍ରୀତ ବ୍ରାର୍ ପଞ୍ଜାବକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ପାଟିଦାର (୩୧)ଙ୍କୁ କ୍ରିସ୍ ଜୋର୍ଡାନ୍ ପ୍ୟାଭିଲିୟନ୍ ପଠାଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ମ୍ୟାକ୍ସୱେଲ୍ ଖାତା ଖୋଲିପାରିନଥିବା ବେଳେ ଡି’ଭିଲିୟର୍ସ (୩) ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲେ। ଶାହବାଜ ଅହମ୍ମଦ (୮) ଓ ଡାନିଏଲ୍ ସାମ୍ସ (୩)ଙ୍କୁ ରବି ବିଷ୍ଣୋଇ ପ୍ୟାଭିଲିୟନ୍ ପଠାଇଥିଲେ । ଏଥିସହ ୯୬ ରନ୍ ଭିତରେ ୭ ୱିକେଟ୍ ହରାଇବା ପରେ ଆରସିବିର ବିଜୟ ଆଶା ଧୂଳିସାତ୍ ହୋଇଥିଲା । ଶେଷକ୍ରମରେ ହର୍ଷଲ୍ ପଟେଲ୍ ଦ୍ରୁତ ୩୧ (୧୩ ବଲ୍‌, ୩ ଚୌକା ଓ ୨ ଛକା) ଓ କାଇଲ୍ ଜେମିସନ୍ ଅପରାଜିିତ ୧୬ ରନ୍ କରି ଦଳକୁ ୧୪୫ ରନରେ ପହଞ୍ଚାଇଥିଲେ । ପଞ୍ଜାବ ପକ୍ଷରୁ ହରପ୍ରୀତ ୩ଟି ଓ ବିଷ୍ଣୋଇ ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ରାହୁଲଙ୍କ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲଙ୍କ ୪୬ (୨୪ ବଲ୍‌, ୬ ଚୌକା ଓ ୨ ଛକା) ରନ୍ ବଳରେ ପଞ୍ଜାବ ୧୭୯ ରନ୍ କରିଥିଲା । ଭଲ ଆରମ୍ଭ ସତ୍ତ୍ୱେ ପଞ୍ଜାବ ମିଡଲ୍ ଓଭର ଗୁଡ଼ିକରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ତେବେ ହରପ୍ରୀତ ଓ ରାହୁଲ୍ ଶେଷ ୩୨ ବଲରେ ୬୧ ରନ୍ ଯୋଡ଼ି ପଞ୍ଜାବକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ବ୍ରାର୍ ୧୭ ବଲରେ ୧ ଚୌକା ଓ ୨ ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ । ଆରସିବି ପକ୍ଷରୁ ଜେମିସନ୍ ୨ଟି, ସାମ୍ସ, ୟୁଜବେନ୍ଦ୍ର ଚହଲ୍ ଓ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

Related story