ସାଇ ସୁଦର୍ଶନଙ୍କ ଦମଦାର ଅର୍ଦ୍ଧଶତକ, ପଞ୍ଜାବକୁ ୧୪୪ ରନ୍‌ର ଟାର୍ଗେଟ

ମୁମ୍ବାଇ: ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କୁ ଛାଡ଼ିଦେଲେ ପଞ୍ଜାବ କିଙ୍ଗସର ବୋଲରଙ୍କ ଆଗରେ ତିଷ୍ଠି ପାରିନାହାନ୍ତି ଗୁଜରାଟ ଟାଇଟନ୍ସର ଆଉ କୌଣସି ଖେଳାଳି। ଏଯାଏ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଥିଯୋଗୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବକୁ ଏହି କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ […]

PBKS

PBKS

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 09:28 PM IST

Sports

Latest News

ମୁମ୍ବାଇ: ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କୁ ଛାଡ଼ିଦେଲେ ପଞ୍ଜାବ କିଙ୍ଗସର ବୋଲରଙ୍କ ଆଗରେ ତିଷ୍ଠି ପାରିନାହାନ୍ତି ଗୁଜରାଟ ଟାଇଟନ୍ସର ଆଉ କୌଣସି ଖେଳାଳି। ଏଯାଏ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଏଥିଯୋଗୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବକୁ ଏହି କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ୧୪୪ ରନ୍‌ର ଟାର୍ଗେଟ ମିଳିଛି। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଏକମାତ୍ର ବ୍ୟାଟର ଭାବେ ଅପରାଜିତ ୬୪ ରନ୍‌ର ଇନିଂସ ଖେଳିଛନ୍ତି।

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ ଜିତି ହାଦ୍ଦିର୍କ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳୀୟ ସ୍କୋର ୧୭ ଥିବା ବେଳେ ଗୁଜରାଟ ରନ୍‌ ଆଉଟ ରୂପେ ଶୁବମନ ଗିଲ(୯)ଙ୍କୁ ହରାଇଥିଲା। ଏହାପରେ ରିଦ୍ଧିମାନ ସାହା କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ କାଗିସୋ ରାବାଡା ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା(୧) ମଧ୍ୟ ନିରାଶ କରିଥିଲେ। ଇନଫର୍ମ ଡାଭିଡ ମିଲର(୧୧) ଓ ରାହୁଲ ତେୱାତିଆ(୧୧) ମଧ୍ୟ ଆଜି ବେଶୀ କିଛି କରିପାରି ନାହାନ୍ତି। ମିଲରଙ୍କୁ ଲିଭଙ୍ଗଷ୍ଟୋନ ଓ ତେୱାତିଆଙ୍କୁ ରାବାଡା ଆଉଟ କରିଥିଲେ।

ସନ ରାଇଜର୍ସ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିବା ରଶିଦ ଖାନ ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସାଇ ସୁଦର୍ଶନ ଧୈର୍ଯ୍ୟର ବ୍ୟାଟିଂ କରି ଚଳିତ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ସେ ଶେଷ ଯାଏ ଅପରାଜିତ ରହି ୫୦ ବଲରେ ୬୪ ରନ୍‌ କରିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ସାଙ୍ଗୱାନ ୨, ଲକି ଫର୍ଗୁସନ ୫ ଓ ଅଲଜାରି ଯୋଶେଫ ଅପରାଜିତ ୪ ରନ୍‌ର ଇନିଂସ ଖେଳିବାରୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭ୍‌ରେ ୮ ୱିକେଟ ହରାଇ ୧୪୩ ରନ୍‌ କରିପାରିଛି।

ପଞ୍ଜାବ ପକ୍ଷରୁ ରାବାଡା ସର୍ବାଧିତ ୪ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ, ରିଶି ଧୱନ ଓ ଲିଆମ ଲିଭିଙ୍ଗୱଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos