ଆସନ୍ତାକାଲିଠୁ ଦ୍ୱିତୀୟ ଟେଷ୍ଟ, ରାହୁଲ ଆହତ

ଢାକା: ଗୁରୁବାର (ଆସନ୍ତାକାଲି) ଠାରୁ ବାଂଲାଦେଶ ଓ ଭାରତ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ। ତେବେ ତା’ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖରାପ ଖବର। ଆହତ ହୋଇଛନ୍ତି ଏହି ଟେଷ୍ଟ ସିରିଜ୍‌ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା କେ.ଏଲ ରାହୁଲ। ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ୍ ବାଜିଛି। ରାହୁଲ ଆହତ ହୋଇଥିବା ନେଇ ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର […]

k l rahul

  • Published: Wednesday, 21 December 2022
  • , Updated: 22 December 2022, 10:33 AM IST

ଢାକା: ଗୁରୁବାର (ଆସନ୍ତାକାଲି) ଠାରୁ ବାଂଲାଦେଶ ଓ ଭାରତ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ। ତେବେ ତା’ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖରାପ ଖବର। ଆହତ ହୋଇଛନ୍ତି ଏହି ଟେଷ୍ଟ ସିରିଜ୍‌ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା କେ.ଏଲ ରାହୁଲ। ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ୍ ବାଜିଛି।

ରାହୁଲ ଆହତ ହୋଇଥିବା ନେଇ ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ସୂଚନା ଦେଇଛନ୍ତି। ତା’ସହିତ ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଥିବା କହିଛନ୍ତି।

ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କହିଛନ୍ତି ଯେ ରାହୁଲଙ୍କୁ ଅଧିକ ଆଘାତ ଲାଗି ନାହିଁ। ସେ ଏକ ପ୍ରକାର ଭଲ ଅଛନ୍ତି। ଆଶା କରୁଛୁ ସେ ପୂରା ଠିକ୍ ହୋଇଯିବେ।

ନେଟ୍ ସେସନର ଶେଷ ଆଡ଼କୁ ରାହୁଲଙ୍କ ହାତରେ ବଲ୍ ବାଜି ଆଘାତ ଲାଗିଥିଲା। ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ତାଙ୍କୁ ବଲ୍ ପକାଉଥିବା ବେଳେ ଏହା ଘଟିଥିଲା। ବଲ୍‌ଟି ରାହୁଲଙ୍କ ଡାହାଣ ହାତରେ ବାଜିଥିଲା।

ଯଦି କେ.ଏଲ୍ ରାହୁଲ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ମ୍ୟାଚ୍ ଖେଳି ନ ପାରନ୍ତି, ତା’ହେଲେ ଏଥିରେ ଅଧିନାୟକ ଦାୟିତ୍ୱ ଚେତେଶ୍ୱର ପୂଜାରାଙ୍କ କାନ୍ଧରେ ରହିବ। କାରଣ ଏହି ସିରିଜ୍ ପାଇଁ ସେ ଉପ-ଅଧିନାୟକ ଅଛନ୍ତି।

ଦିନିକିଆ ସିରିଜ୍ ବେଳେ ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏଯାଏ ଫିଟ୍ ହୋଇ ନାହାନ୍ତି। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିଛି। ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତ ୧୮୮ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହା ସହିତ ଦଳ ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

Related story