ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଅବୁଧାବି: ଆଇପିଏଲର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ। ପଞ୍ଜାବ କ୍ରମାଗତ ୫ଟି ମ୍ୟାଚ୍‌ ଜିତି ଟପ୍‌ ୪ରେ ପ୍ରବେଶ କରିଛି। ସେହିପରି ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। ପଞ୍ଜାବ ଆଜି ମ୍ୟାଚ୍‌ ଜିତିଲେ […]

fd

Hemant Lenka
  • Published: Friday, 30 October 2020
  • , Updated: 31 October 2020, 07:31 AM IST

ଅବୁଧାବି: ଆଇପିଏଲର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ।

ପଞ୍ଜାବ କ୍ରମାଗତ ୫ଟି ମ୍ୟାଚ୍‌ ଜିତି ଟପ୍‌ ୪ରେ ପ୍ରବେଶ କରିଛି। ସେହିପରି ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। ପଞ୍ଜାବ ଆଜି ମ୍ୟାଚ୍‌ ଜିତିଲେ ପ୍ଲେ-ଅଫ ଖେଳିବା ଦିଗରେ ଆଉ ଗୋଟିଏ ପାଦ ବଢ଼ାଇବ।

ଆଜିର ମ୍ୟାଚ୍‌ରେ ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ରାହୁଲଙ୍କ ସହ ମନଦୀପ ସିଂହ ହିଁ ଓପନ କରିବେ। ତେବେ ରାଜସ୍ଥାନ ତା’ର ଚୂଡ଼ାନ୍ତ ଏକାଦଶରେ ବରୁଣ ଅରୁଣଙ୍କୁ ସାମିଲ କରିଛି। ଅଙ୍କିତ ରାଜପୁତଙ୍କ ବଦଳରେ ସେ ଦଳରେ ସାମିଲ ହୋଇଛନ୍ତି।

Related story