ମୋହଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଦ୍ୱିତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୪୬୮ ରନ୍ କରି ନେଇଛି। ରବୀନ୍ଦ୍ର ଜାଡେଜା ୧୦୨ ଓ ଜୟନ୍ତ ଯାଦବ ୨ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ସେସନରେ ଭାରତ କେବଳ ରବିଚନ୍ଦ୍ରନ ଅଶ୍ୱିନଙ୍କ ୱିକେଟ ହରାଇଛି। ସେ ୬୧ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନରେ ହିଁ ତା’ର ଜଲୱା ଦେଖାଇଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଋଷଭ ପନ୍ତଙ୍କ ୯୬ ରନ୍ ବଳରେ ୬ ୱିକେଟ ହରାଇ ୩୫୭ ରନ୍ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ ଜାଡେଜା ଓ ଅଶ୍ୱିନୀ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ନୟାନ କରିଥିଲେ।
ଜାଡେଜା ଆଜି ପ୍ରଥମେ ୮୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ୯୬.୬ ଓଭର୍ରେ ଦଳୀୟ ସ୍କୋରକୁ ୪୦୦ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୧୩୮ ବଲ୍ରେ ୭ମ ୱିକେଟ ପାଇଁ ୧୦୦ ଯୋଡ଼ି ସ୍ଥିତି ମଜବୁତ କରିଥିଲେ। ଏହାପରେ ଅଶ୍ୱିନ ୬୭ ବଲ୍ରେ ନିଜ ଟେଷ୍ଟ କ୍ୟାରିୟର୍ରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।
'Rockstar' @imjadeja 👏👏@Paytm #INDvSL pic.twitter.com/JG25othE56
— BCCI (@BCCI) March 5, 2022
ତେବେ ସେ ୬୧ ରନ କରିଥିବା ବେଳେ ଲଖମଲଙ୍କ ବଲରେ ଡିକୱେଲାଙ୍କ ହାତରେ କ୍ୟାଚ ଆଉଟ ହୋଇ ଯାଇଥିଲେ। ଏହାର ପ୍ରଭାବ କିନ୍ତୁ ଜାଡେଜାଙ୍କ ଉପରେ ପଡ଼ି ନଥିଲେ। ସେ ପୂର୍ବଭଳି ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ।
୧୬୦ ବଲରେ ଶତକ ଅର୍ଜନ କରିଥିବା ଜାଡେଜା ୧୦ଟି ଚୌକା ମାରିଛନ୍ତି। ଶତକ ହାସଲ ପରେ ସେ ଶୁକ୍ରବାର ହୃଦଘାତରେ ପ୍ରାଣ ହରାଇଥିବା ଶେନ ୱାର୍ଣ୍ଣଙ୍କୁ ମନେ ପକାଇଥିଲେ। କାରଣ ଆଇପିଏଲରେ ଜାଡେଜାଙ୍କୁ ୱାର୍ଣ୍ଣ ହିଁ ପ୍ରଥମେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାକୁ ସୁଯୋଗ ଦେଇଥିଲେ। ଏହି ସୁଯୋଗ ବଳରେ ଜାଡେଜା ଟିମ୍ ଇଣ୍ଡିଆରେ ସୁଯୋଗ ପାଇଥିଲେ। ତେଣୁ ୱାର୍ଣ୍ଣଙ୍କ ଅକଳା ବିୟୋଗରେ ଜାଡେଜା ବ୍ୟକ୍ତିଗତ ଭାବେ ବେଶୀ ମର୍ମାହତ ହୋଇଥିଲେ।
— Himanshu@sportslover (@Himansh08188276) March 5, 2022
ଲଞ୍ଚ ସୁଦ୍ଧାର ଜାଡେଜା ୧୦୨ ରନ୍ ଓ ତାଙ୍କ ସହ ଜୟନ୍ତ ଯାଦବ ୨ ରନ୍ କରି ଅପରାଜିତ ରହିଛନ୍ତି। ଜାଡେଜା କ୍ରିଜରେ ରହିଥିବାରୁ ଭାରତ ଆହୁରି ବଡ଼ ସ୍କୋର କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।