ଆରସିବିର ମୁଖ୍ୟ କୋଚ୍‌ ହେଲେ ସଞ୍ଜୟ ବାଙ୍ଗର

ବେଙ୍ଗାଲୁରୁ: ଆସନ୍ତାବର୍ଷର ଆଇପିଏଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି। ବାଙ୍ଗର ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟସମ୍ୟାଚ୍‌ ସିମୋନ କାଟିଚ୍‌ଙ୍କ ସ୍ଥାନରେ ଏହି ଦାୟିତ୍ୱ ପାଇଛନ୍ତି। ତେବେ ପୂର୍ବଭଳି ମାଇକ ହେସୋନ ଆରସିବିର ନିର୍ଦ୍ଦେଶକ ଭାବେ କାମ କରିବେ। ଆଇପିଏଲ ୨୦୨୧ରେ ସଞ୍ଜୟ ବାଙ୍ଗର ଆରସିବିର ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରୁଥିଲେ। ଏହାପୂର୍ବରୁ […]

Sanjya

Hemant Lenka
  • Published: Tuesday, 09 November 2021
  • , Updated: 09 November 2021, 02:04 PM IST

ବେଙ୍ଗାଲୁରୁ: ଆସନ୍ତାବର୍ଷର ଆଇପିଏଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି। ବାଙ୍ଗର ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟସମ୍ୟାଚ୍‌ ସିମୋନ କାଟିଚ୍‌ଙ୍କ ସ୍ଥାନରେ ଏହି ଦାୟିତ୍ୱ ପାଇଛନ୍ତି। ତେବେ ପୂର୍ବଭଳି ମାଇକ ହେସୋନ ଆରସିବିର ନିର୍ଦ୍ଦେଶକ ଭାବେ କାମ କରିବେ।

ଆଇପିଏଲ ୨୦୨୧ରେ ସଞ୍ଜୟ ବାଙ୍ଗର ଆରସିବିର ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରୁଥିଲେ। ଏହାପୂର୍ବରୁ ସେ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଥିଲେ। ଟିମ୍‌ ଇଣ୍ଡିଆ ସହ କାର୍ଯ୍ୟକାଳ ଶେଷ ହେବା ପରେ ସେ ଆରସିବି କ୍ୟାମ୍ପରେ ଯୋଗଦେଇଥିଲେ। ୨୦୨୧ ଆଇପିଏଲ କରୋନା ପାଇଁ ଦୁଇ ଭାଗରେ ଖେଳା ଯାଇଥିଲା।

ପ୍ରଥମେ ଏହା ଭାରତରେ ଖେଳା ଯାଇଥିଲା। କିନ୍ତୁ କିଛି ଖେଳାଳି କରୋନାରେ ଆକ୍ରାନ୍ତ ହେବାରୁ ମ୍ୟାଚ୍‌କୁ ସ୍ଥଗିତ କରାଯାଇଥିଲା। ମ୍ୟାଚ୍‌ ଅଧାରୁ ବନ୍ଦ ବେଳକୁ କାଟିଚ୍‌ ଆରସିବିର ମୁଖ୍ୟ କୋଚ୍‌ ଥିଲେ। କିନ୍ତୁ ଦୁବାଇରେ ପୁଣି ଆଇପିଏଲ ଆରମ୍ଭ ହେବା ବେଳକୁ କାଟିଚ୍‌ ଦଳ ସହ ଯୋଗ ଦେଇନଥିଲେ। ଏଥିପାଇଁ ମାଇକ ହେସୋନ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ନେଇଥିଲେ। ତାଙ୍କୁ ସଞ୍ଜୟ ବାଙ୍ଗର ସବୁ ପ୍ରକାରର ସହଯୋଗ କରିଥିଲେ। ଏପରି କି ଦଳ ଚଳିତ ବର୍ଷ ଆଇପିଏଲର ପ୍ଲେ ଅଫକୁ ମଧ୍ୟ ଯାଇଥିଲା।

ଅନ୍ୟପକ୍ଷରେ ଖୁବଶୀଘ୍ର ଆଇପିଏଲ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତି ଦଳ ୪ ଜଣ ଖେଳାଳିଙ୍କୁ ରଖି ବାକି ସମସ୍ତଙ୍କୁ ରିଲିଜ୍‌ କରିବେ। ଏପରି ସ୍ଥିତିରେ ବାଙ୍ଗର ଆରସିବି ପାଇଁ କେଉଁମାନଙ୍କୁ ରଖୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର। କାରଣ ୨୦୨୨ ଆଇପିଏଲରେ ବିରାଟ କୋହଲି ଆଉ ଆରସିବିର ନେତୃତ୍ୱ ନେବେନାହିଁ।

ଏକଥା ସେ ଚଳିତ ଆଇପିଏଲ ସମୟରେ ଘୋଷଣା କରିସାରିଛନ୍ତି। କିନ୍ତୁ ଆରସିବି ପାଇଁ ସେ ଖେଳିବେ ବୋଲି କହିଛନ୍ତି। ତେଣୁ ଦଳ କାହାକୁ ଅଧିନାୟକ କରୁଛି, ସେକଥାକୁ ବି ସମସ୍ତେ ଅପେକ୍ଷା କରିଛନ୍ତି।

Related story