ବିରାଟଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କଲେ ରୋହିତ

କୋଲକାତା: ଭାରତ ଟି-୨୦ ଅଧିନାୟକ ରୋହିତ ଶର୍ମା ଆଜି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ ଏବେ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିଥିବା କ୍ରିକେଟର ବନି ଯାଇଛନ୍ତି। କୋଲକାତାରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ତ ବିପକ୍ଷ ୩ୟ ଟି-୨୦ ପୂର୍ବରୁ ରୋହିତ ଓ ବିରାଟ ସମାନ ୨୯ ଥର ୫୦ରୁ ଅଧିକ ରନ୍‌ କରିବାରେ ରେକର୍ଡ କରିଥିଲେ। ହେଲେ ଏହି ମ୍ୟାଚ୍‌ରେ ରୋହିତ ୫୬ ରନ୍‌ କରିବା ପରେ ବିରାଟ ପଛରେ ପଡ଼ି […]

Rohit1

Hemant Lenka
  • Published: Sunday, 21 November 2021
  • , Updated: 21 November 2021, 09:12 PM IST

କୋଲକାତା: ଭାରତ ଟି-୨୦ ଅଧିନାୟକ ରୋହିତ ଶର୍ମା ଆଜି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ ଏବେ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିଥିବା କ୍ରିକେଟର ବନି ଯାଇଛନ୍ତି। କୋଲକାତାରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ତ ବିପକ୍ଷ ୩ୟ ଟି-୨୦ ପୂର୍ବରୁ ରୋହିତ ଓ ବିରାଟ ସମାନ ୨୯ ଥର ୫୦ରୁ ଅଧିକ ରନ୍‌ କରିବାରେ ରେକର୍ଡ କରିଥିଲେ।

ହେଲେ ଏହି ମ୍ୟାଚ୍‌ରେ ରୋହିତ ୫୬ ରନ୍‌ କରିବା ପରେ ବିରାଟ ପଛରେ ପଡ଼ି ଯାଇଛନ୍ତି। ବିରାଟ ଏହି ସିରିଜ୍ ଖେଳୁ ନାହାନ୍ତି। ଏବେ ରୋହିତଙ୍କ ଟି-୨୦ରେ ୩୦ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି।

ଆଜିର ୫୬ ରନ୍‌ର ଇନିଂସ୍‌ରେ ରୋହିତ ୩ଟି ଛକା ମାରିଛନ୍ତି। ଫଳରେ ସେ ପ୍ରଥମ ଭାରତୀୟ ତଥା ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଟି-୨୦ରେ ୧୫୦ଟି ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୂର୍ବରୁ କେବଳ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ହିଁ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ୧୧୨ଟି ମ୍ୟାଚ୍‌ରେ ୧୬୧ଟି ଛକା ମାରିଛନ୍ତି। ରୋହିତ ୧୧୯ଟି ମ୍ୟାଚରେ ୧୫୦ ଛକା ମାରି ତାଙ୍କ ପଛରେ ରହିଛନ୍ତି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ୩ୟ ସ୍ଥାନରେ ରହିଛନ୍ତି। ସେ ୪୦୪ଟି ଇନିଂସରେ ୪୫୪ଟି ଛକା ମାରିଛନ୍ତି। ୫୫୩ ଛକା ସହ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌ ୧ନଂ ସ୍ଥାନରେ ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦା ୪୭୬ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ରୋହିତ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ସିରିଜ୍‌ରୁ ହିଁ ଭାରତର ଟି-୨୦ କମାଣ ସମ୍ଭାଳୁଛନ୍ତି। ସେ ଦ୍ୱିତୀୟ ଟି-୨୦ ୫୫ ରନ୍‌ କରିବା ପରେ କୋହିଲଙ୍କ ସହ ଅର୍ଦ୍ଧଶତକ ମାମଲାରେ ବରବାର କରିଥିଲେ। ହେଲେ ଆଜି ସେ ଏହାକୁ ଅତିକ୍ରମ କରିଛନ୍ତି।

Related story