ପୁଣି ଟସ୍‌ ଜିତିଲେ ରୋହିତ, ଚହଲ ଓ ଈଶାନ କିଶନଙ୍କୁ ମିଳିଲା ସୁଯୋଗ

କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ତ ଅଧିନାୟକ ଟିମ ସାଉଦି ଖେଳୁ ନାହାନ୍ତି। ତାଙ୍କ ବଦଳରେ ମିଚେଲ ସାଣ୍ଟନର ଅଧିନାୟକ ଭାର ସମ୍ଭାଳିଛନ୍ତି। ତେବେ ଟସ୍‌ ପୁଣି ଭାରତ ସପକ୍ଷରେ ଯାଇଛି। ପୂର୍ବରୁ ୨ଟି ଯାକ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତିଥିଲେ। ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆଜି ରୋହିତ […]

Rohit

Hemant Lenka
  • Published: Sunday, 21 November 2021
  • , Updated: 21 November 2021, 06:41 PM IST

କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ତ ଅଧିନାୟକ ଟିମ ସାଉଦି ଖେଳୁ ନାହାନ୍ତି। ତାଙ୍କ ବଦଳରେ ମିଚେଲ ସାଣ୍ଟନର ଅଧିନାୟକ ଭାର ସମ୍ଭାଳିଛନ୍ତି।

ତେବେ ଟସ୍‌ ପୁଣି ଭାରତ ସପକ୍ଷରେ ଯାଇଛି। ପୂର୍ବରୁ ୨ଟି ଯାକ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତିଥିଲେ। ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆଜି ରୋହିତ ଶର୍ମା ବ୍ୟାଟିଂ କରିବେ ବୋଲି କହିଛନ୍ତି।

ଭାରତ ପ୍ରଥମ ଦୁଇଟି ଯାକ ଟି-୨୦ ମ୍ୟାଚ୍‌ ଜିତି ସିରିଜ୍‌କୁ ଆଗୁଆ କବଜା କରିନେଇଛି। ତେଣୁ ଆଜି ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଜବରଦସ୍ତ ଫର୍ମରେ ଥିବା କେଏଲ ରାହୁଲ ଓ ଅଭିଜ୍ଞ ରବି ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇଛି। ରାହୁଲଙ୍କ ବଦଳରେ ଈଶାନ କିଶନ ସୁଯୋଗ ପାଇଛନ୍ତି। ସେ ରୋହିତଙ୍କ ସହ ଇନିଂସ ଆରମ୍ଭ କରିବେ।

ସେହିପରି ଚୂଡ଼ାନ୍ତ ଏକାଦଶରେ ୟୁଜଭେନ୍ଦର ଚହଲଙ୍କୁ ସାମିଲ କରାଯାଇଛି। ସେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ଟିମ ଇଣ୍ଡିଆର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇ ନଥିଲେ। ସେହିପରି ନ୍ୟୁଜିଲ୍ୟାଣ୍ତ ବିପକ୍ଷ ପ୍ରଥମ ୨ ମ୍ୟାଚ୍‌ରେ ବି ତାଙ୍କୁ ସୁଯୋଗ ମିଳି ନଥିଲା। ହେଲେ ଆଜି ତାଙ୍କୁ ଦଳରେ ସାମିଲ କରାଯାଇଛି।


ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅଧିନାୟକ ଟିମ ସାଉଦିଙ୍କ ବଦଳରେ ଲକି ଫର୍ଗୁସନ ସୁଯୋଗ ପାଇଛନ୍ତି।

Related story