ବଡ଼ ଝଟକା: ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟ କୁମାର ଯାଦବ ଓ ଦୀପକ ଚହର ଆହତ କାରଣରୁ ପୂରା ସିରିଜ୍‌ରୁ ବାଦ ପଡ଼ିଥିଲେ। ଏବେ ସମାନ କାରଣ ପାଇଁ ଯୁବ ତାରକା ଋତୁରାଜ ଗାଏକ୍ୱାଡ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ଆଜି ହିଁ ବିସିସିଆଇ ଟ୍ୱିଟ କରି ଏହି ସୂଚନା ଦେଇଛି। ରିଷ୍ଟ ଜନିତ ସମସ୍ୟା ପାଇଁ ଗାଏକ୍ୱାଡ […]

Team-India

Hemant Lenka
  • Published: Saturday, 26 February 2022
  • , Updated: 26 February 2022, 01:45 PM IST

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟ କୁମାର ଯାଦବ ଓ ଦୀପକ ଚହର ଆହତ କାରଣରୁ ପୂରା ସିରିଜ୍‌ରୁ ବାଦ ପଡ଼ିଥିଲେ। ଏବେ ସମାନ କାରଣ ପାଇଁ ଯୁବ ତାରକା ଋତୁରାଜ ଗାଏକ୍ୱାଡ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି।

ଆଜି ହିଁ ବିସିସିଆଇ ଟ୍ୱିଟ କରି ଏହି ସୂଚନା ଦେଇଛି। ରିଷ୍ଟ ଜନିତ ସମସ୍ୟା ପାଇଁ ଗାଏକ୍ୱାଡ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳି ନଥିଲେ। ଲାଗୁଥିଲା ସେ ଆଜିର ମ୍ୟାଚରେ କମବ୍ୟାକ କରିବେ। ହେଲେ ଏବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ପୂରା ସିରିଜ୍‌କୁ ବାଦ ପଡ଼ିଛନ୍ତି।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଟି-୨୦ ପୂର୍ବରୁ ଋତୁରାଜ ଗାଏକ୍ୱାଡ ରିଷ୍ଟରେ ସମସ୍ୟା ସମ୍ପର୍କରେ କହିଥିଲେ। ଏହାପରେ ବିସିସିଆଇ ମେଡିକାଲ ଟିମ୍‌ ଏହାର ଚିକିତ୍ସା କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏମଆରଆଇ ସ୍କାନ କରାଯିବାରୁ ତାଙ୍କ ଆହତ ସମସ୍ୟା ଅତ୍ୟନ୍ତ ଗମ୍ଭୀର ଥିବା ଜଣାପଡ଼ିଛି। ଏହି କାରଣରୁ ସେ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ଏବେ ସେ ରିହାବ ପାଇଁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ।

ଗାଏକ୍ୱାଡ ଆହତ ହୋଇଥିବାରୁ ମୟଙ୍କ ଅଗ୍ରୱାଲଙ୍କୁ ବଦଳ ଖେଳାଳି ଭାବେ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ସିଧାସଳଖ ଦଳ ସହ ଧର୍ମଶାଳାରେ ଯୋଗଦେଇଛନ୍ତି। ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଧର୍ମଶାଳାରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ। ସେହିପରି ଆସନ୍ତାକାଲି ତୃତୀୟ ମ୍ୟାଚ ଏହି ସ୍ଥାନରେ ଅନୁଷ୍ଠିତ ହେବ। ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ୧-୦ରେ ଆଗୁଆ ରହିଛି।


ଦ୍ୱିତୀୟ-ତୃତୀୟ ଟି-୨୦ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଇଶାନ କିଶନ, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଯଶପ୍ରୀତ ବୁମ୍ରା, ଆଭେଶ ଖାନ ଓ ମୟଙ୍କ ଅଗ୍ରୱାଲ।

Related story