୪ ବର୍ଷ ପରେ ଟିମକୁ ଫେରିଲେ ସର୍ଫରାଜ, ରିଜୱାନଙ୍କୁ ବାଦ ଦେଲା ପାକିସ୍ତାନ

କରାଚି: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନର ଟେଷ୍ଟ ଟିମ୍‌କୁ ଫେରିଛନ୍ତି ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦ। ଆଜି ଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ସର୍ଫରାଜଙ୍କୁ ସୁଯୋଗ ମିଳିଛି। ସେ ମଧ୍ୟ କମବ୍ୟାକ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ସେ ଅଧିନାୟକ ବାବର ଆଜମଙ୍କ ସହ କ୍ରିଜ୍‌ରେ ରହିଛନ୍ତି। କିନ୍ତୁ ପାକିସ୍ତାନ ସର୍ଫରାଜଙ୍କୁ ସୁଯୋଗ ଦେଇଥିବା ବେଳେ ମହମ୍ମଦ ରିଜୱାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ […]

sarfraz

  • Published: Monday, 26 December 2022
  • , Updated: 26 December 2022, 03:55 PM IST

କରାଚି: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନର ଟେଷ୍ଟ ଟିମ୍‌କୁ ଫେରିଛନ୍ତି ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦ। ଆଜି ଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ସର୍ଫରାଜଙ୍କୁ ସୁଯୋଗ ମିଳିଛି। ସେ ମଧ୍ୟ କମବ୍ୟାକ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ସେ ଅଧିନାୟକ ବାବର ଆଜମଙ୍କ ସହ କ୍ରିଜ୍‌ରେ ରହିଛନ୍ତି।

କିନ୍ତୁ ପାକିସ୍ତାନ ସର୍ଫରାଜଙ୍କୁ ସୁଯୋଗ ଦେଇଥିବା ବେଳେ ମହମ୍ମଦ ରିଜୱାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇଛି। ରିଜୱାନ ଟି-୨୦ ଓ ଦିନିକିଆରେ ଭଲ ପ୍ରଦର୍ଶନ କରୁଥିଲେ ବି ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଆଦୌ ଆଖି ଦୃଶିଆ ନଥିଲା। ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍‌ରେ ସେ ୨୩.୫୦ ହାରରେ କେବଳ ୧୪୧ ରନ କରିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ କରିଥିବା ୪୬ ରନ ହିଁ ଏହି ସିରିଜ୍‌ରେ ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ଥିଲା।

ତେଣୁ ତାଙ୍କୁ ବାଦ ଦେଇ ୪ ବର୍ଷ ପରେ ସର୍ଫରାଜଙ୍କୁ ଟେଷ୍ଟ ମ୍ୟାଚ୍‌ ଖେଳିବାର ସୁଯୋଗ ଦିଆଯାଇଛି। ୨୦୧୯ ଜାନୁଆରୀରେ ସର୍ଫରାଜ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପାକିସ୍ତାନ ପାଇଁ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେବେଠାରୁ ସେ ନିୟମିତ ପାକିସ୍ତାନ ଟେଷ୍ଟ ସ୍କ୍ୱାଡରେ ରହୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଉ ନଥିଲା। ହେଲେ ଆଜି ତାଙ୍କୁ ସୁଯୋଗ ମିଳିଛି।

ପାକିସ୍ତନର ଘରୋଇ ଟୁର୍ଣ୍ଣାମେଣ୍ଟ କ୍ୟୁଏଦ-ଇ-ଆଜାମ ଟ୍ରଫିରେ ସିନ୍ଧ ପାଇଁ ଖେଳୁଥିବା ସର୍ଫରାଜ ୮ଟି ମ୍ୟାଚ୍‌ରେ ୪୩.୭୭ ହାରରେ ୩୯୪ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଥିଲା। ଏହି ପ୍ରଦର୍ଶନ ଆଧାରରେ ସର୍ଫରାଜଙ୍କୁ ସୁଯୋଗ ମିଳିଛି। ୩୫ ବର୍ଷୀୟ ସର୍ଫରାଜ ପାକିସ୍ତାନ ମାଟିରେ ପ୍ରଥମ ଟେଷ୍ଟ ମଧ୍ୟ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଯାଏ ୪୯ଟି ଟେଷ୍ଟ ଖେଳି ସେ ୩୬.୩୯ ହାରରରେ ମୋଟ ୨୬୫୭ ରନ କରିଛନ୍ତି। ଏହା ମଧ୍ୟରେ ୩ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ରହିଛି।

ସର୍ଫରାଜଙ୍କ ବ୍ୟତୀତ ଦ୍ରୁତ ବୋଲର ମିର ହାମଜାଙ୍କ ମଧ୍ୟ ଦଳକୁ କମବ୍ୟାକ ହୋଇଛି। ସେ ୨୦୧୮ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ ମଧ୍ୟ ସେବେଠାରୁ ଆଉ ଜାତୀୟ ଦଳରେ ସୁଯୋଗ ପାଇ ନଥିଲେ। ହାମଜା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ନଥିଲେ। କିନ୍ତୁ ଶହନୱାଜ ଦାହନି ଓ ସାଜିଦ ଖାନଙ୍କ ଭଳି ତାଙ୍କୁ ମଧ୍ୟ ଚୟନ କମିଟି ସୁଯୋଗ ଦେଇଥିଲା।

Related story