ଏକା ଲଢ଼ିଲେ ଶାହରୁଖ ଖାନ୍‌, ତଥାପି ପଞ୍ଜାବ ୧୦୬ରେ ଅଟକିଲା

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଚଳିତ ଆଇପିଏଲର ସର୍ବାଧିକ ସ୍କୋର କରିଥିବା ପଞ୍ଜାବ କିଙ୍ଗସ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ଏକ ପ୍ରକାରର ମାଟି କାମୁଡ଼ି। ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେଏଲ ରାହୁଲଙ୍କ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍‌ କରିଛି। ଫଳରେ ଶକ୍ତିଶାଳୀ ଚେନ୍ନାଇ ଆଗରେ ୧୦୭ ରନ୍‌ର ଟାର୍ଗେଟ ରହିଛି। ପଞ୍ଜାବ ପକ୍ଷରୁ ଯୁବ ତାରକା ଶାହରୁଖ ଖାନ୍‌ ଲଢ଼େଇ କରିଥିଲେ […]

CSK1

CSK1

Hemant Lenka
  • Published: Friday, 16 April 2021
  • Updated: 16 April 2021, 09:13 PM IST

Sports

Latest News

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ରେ ଚଳିତ ଆଇପିଏଲର ସର୍ବାଧିକ ସ୍କୋର କରିଥିବା ପଞ୍ଜାବ କିଙ୍ଗସ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ଏକ ପ୍ରକାରର ମାଟି କାମୁଡ଼ି। ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେଏଲ ରାହୁଲଙ୍କ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍‌ କରିଛି। ଫଳରେ ଶକ୍ତିଶାଳୀ ଚେନ୍ନାଇ ଆଗରେ ୧୦୭ ରନ୍‌ର ଟାର୍ଗେଟ ରହିଛି।

ପଞ୍ଜାବ ପକ୍ଷରୁ ଯୁବ ତାରକା ଶାହରୁଖ ଖାନ୍‌ ଲଢ଼େଇ କରିଥିଲେ ହେଁ ଆଉ କେହି ବି ତାଙ୍କ ସାଥ ଦେଇ ନଥିଲେ। ସେ ସର୍ବାଧିକ ୪୭ ରନ୍‌ କରିଛନ୍ତି। ଚେନ୍ନାଇ ପକ୍ଷରୁ ଦ୍ରୁତ ବୋଲର ଦୀପକ ଚହର ୪ ଓଭର୍‌ରେ ୪ଟି ୱିକେଟ ନେଇ ମାତ୍ର ୧୩ ରନ୍‌ ଖର୍ଚ୍ଚ କରିଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ଟସ୍‌ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ମ୍ୟାଚ୍‌ରେ ହାରିଥିବା ଚେନ୍ନାଇ ଏଥର କିନ୍ତୁ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଓଭରରେ ହିଁ ମୟଙ୍କ ଅଗ୍ରୱାଲ ଖାତା ଖୋଲିବା ପୂର୍ବରୁ ଚହର ତାଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ।

ଏହାପରେ କେଏଲ ରାହୁଲ(୫) ରନ୍‌ ଆଉଟ ହୋଇଥିଲେ। କ୍ରିସ ଗେଲ୍‌ (୧୦), ଦୀପକ ହୁଡ୍ଡା(୧୦) ଓ ନିକୋଲସ ପୁରନ(୦)ଙ୍କୁ ଆଉଟ କରି ଦୀପକ ଚହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୨୬ ରନ୍‌ରେ ୫ଟି ୱିକେଟ ହରାଇ ପଞ୍ଜାବ ସଙ୍କଟରେ ପଡ଼ିଥିଲା। ଚେନ୍ନାଇ ମଧ୍ୟ ଏହାର ସୁଯୋଗ ନେଇ ଚାପ ସୃଷ୍ଟି କରିଥିଲା।

ତେବେ ଝାଇ ରିଜାର୍ଡସନ ଓ ଶାହରୁଖ କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୫୭ରେ ପହଞ୍ଚାଇଥିଲେ। ହେଲେ ମୋଇନ ଅଲୀ ୧୫ ରନ୍‌ କରିଥିବା ରିଚାର୍ଡସନଙ୍କୁ ଆଉଟ କରି ପଞ୍ଜାବର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଗୋଟିଏ ପଟେ ଶାହରୁଖ ଲଢ଼େଇ କରି ବଡ଼ ବଡ଼ ଶଟ୍‌ ଖେଳୁଥିଲେ ହେଁ ଅନ୍ୟପଟେ ତାଙ୍କର ସାଥ କେହି ବି ଦେଇ ନଥିଲେ।

ମୁର୍ଗାନ ଅଶ୍ୱିନ(୬)ଙ୍କ ସହ ସେ ପ୍ରଥମେ ୩୦ ରନ୍‌ ଯୋଡ଼ିଥିଲେ। ଏହାପରେ ମହମ୍ମଦ ଶାମି(୯ ଅପରାଜିତ)ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ଶେଷ ଓଭ୍‌ରେ ସେ ବଡ଼ ଶଟ୍‌ ଖେଳିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସାମ କୁରାନଙ୍କ ପ୍ରଥମ ବଲ୍‌ରେ ହିଁ ଶାହରୁଖ ୪୭ ରନ୍‌ କରି ଆଉଟ ହୋଇଯାଇଥିଲେ। ୩୬ ବଲ୍‌ରେ ୪୭ ରନ୍‌ କରିଥିବା ଶାହରୁଖ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ତାଙ୍କୁ ଯୋଗୁ ପଞ୍ଜାବ ଶେଷରେ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ଚହର ୪ଟି ୱିକେଟ ନେଇଥିବା ବେଳେ ସାମ କୁରାନ, ଡ୍ୱେନ ବ୍ରାଭୋ ଓ ମୋଇନ ଅଲୀ ଗୋଟିଏ ଲେଖାଲ ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos