ସାକିବ ୩ ମ୍ୟାଚ୍‌ରୁ ବାସନ୍ଦ, ୫ ଲକ୍ଷ ଜୋରିମାନା

ଢାକା: ପଡ଼ିଆ ଭିତରେ ଔଦ୍ଧତ ଆଚରଣ ଓ ଅମ୍ପାୟାରଙ୍କୁ ଦୁର୍ବ୍ୟବାର କରିବା ବାଂଲାଦେଶ କ୍ରିକେଟର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଢାକା ପ୍ରିମିୟର ଲିଗର ୩ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ଉପରେ ୫ ଲକ୍ଷ ବାଂଲା ଟଙ୍କାର ଜୋମାନା ଲାଗୁ କରାଯାଇଛି। ସେ ଲେଭଲ ୩ ଆଚରଣ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଏପରି ଦଣ୍ଡ ମିଳିଛି। ବାଂଲାଦେଶର ଘରୋଇ ଟି-୨୦ ମ୍ୟାଚ୍ ବେଳେ ସାକିବ୍ ଷ୍ଟମ୍ପକୁ ଗୋଇଠା ମାରିବା ସହ ଅମ୍ପାୟାରଙ୍କ […]

Shakib-Al-Hasan

Shakib-Al-Hasan

Hemant Lenka
  • Published: Saturday, 12 June 2021
  • Updated: 12 June 2021, 09:08 PM IST

Sports

Latest News

ଢାକା: ପଡ଼ିଆ ଭିତରେ ଔଦ୍ଧତ ଆଚରଣ ଓ ଅମ୍ପାୟାରଙ୍କୁ ଦୁର୍ବ୍ୟବାର କରିବା ବାଂଲାଦେଶ କ୍ରିକେଟର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଢାକା ପ୍ରିମିୟର ଲିଗର ୩ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ଉପରେ ୫ ଲକ୍ଷ ବାଂଲା ଟଙ୍କାର ଜୋମାନା ଲାଗୁ କରାଯାଇଛି। ସେ ଲେଭଲ ୩ ଆଚରଣ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଏପରି ଦଣ୍ଡ ମିଳିଛି।

ବାଂଲାଦେଶର ଘରୋଇ ଟି-୨୦ ମ୍ୟାଚ୍ ବେଳେ ସାକିବ୍ ଷ୍ଟମ୍ପକୁ ଗୋଇଠା ମାରିବା ସହ ଅମ୍ପାୟାରଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ। ଏହା କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସେ ନିଜର ଆଚରଣ ପାଇଁ କ୍ଷମା ମାଗିଥିଲେ। ତଥାପି ତାଙ୍କୁ ଡିପିଏଲ ପକ୍ଷରୁ ଦଣ୍ଡିତ କରାଯାଇଛି। ମହମଡ୍ଡାନ ସ୍ପୋର୍ଟିଂ ଓ ଅବାହାନୀ ଲିମିଟେଡ୍ ମଧ୍ୟରେ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।


ଶେର-ଇ-ବାଂଲା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମହମଡ୍ଡାନ ସ୍ପୋର୍ଟିଂର ସାକିବ ପ୍ରତିପକ୍ଷ ଦଳର ମୁଶଫିକର ରହିମଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ। ହେଲେ ଏହାକୁ ଅମ୍ପାୟାର ଖାରଜ କରିଦେଇଥିଲେ। ଯାହା ପରେ ସାକିବ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସେ ଷ୍ଟମ୍ପକୁ ଗୋଇଠା ମାରିବା ସହ ଅମ୍ପାୟାରଙ୍କ ଆଡ଼କୁ ମାଡ଼ି ଯାଇଥିଲେ।

ସେହିପରି ବର୍ଷା ଯୋଗୁ ଅମ୍ପାୟାର ଖେଳକୁ ବନ୍ଦ କରିବାକୁ କହିବା ପରେ ସାକିବ ପୁଣିଥରେ ୩ଟି ଯାକ ଷ୍ଟମ୍ପକୁ ଓପାଡ଼ି ରାଗରେ ଫୋପାଡ଼ି ଦେଇଥିଲେ। ଷ୍ଟମ୍ପକୁ ଗୋଇଠା ମାରିବା ‘ଲେଭଲ୍-୩’ର ଅପରାଧ ଓ ଏହି ଆଚରଣ ପାଇଁ ତାଙ୍କୁ ୩ ମ୍ୟାଚରୁ ସସପେଣ୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos