ଟେଷ୍ଟ ଟିମ୍‌ ଅଧିନାୟକ ପଦକୁ ଫେରିଲେ ସାକିବ ଅଲ ହାସନ

ଢାକା: ପୁଣିଥରେ ବାଂଲାଦେଶ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଛନ୍ତି ଅଲରାଉଣ୍ଡର ସାକିବ ଅଲ ହାସନ। ଗତ ମାସରେ ବାଂଲାଦେଶର ଟେଷ୍ଟ ଅଧିନାୟକ ପଦରୁ ମୋମିନୁଲ ହକ୍ ଇସ୍ତଫା ଦେଇଥିଲେ। ତେଣୁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ସାକିବଙ୍କୁ ୩ୟ ଥର ପାଇଁ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ବିସିବି ସଭାପତି ନଜମୁଲ ହାସନ ଆଜି ସାମ୍ବାଦିକ ସମ୍ମିଳନୀ କରି ସାକିବଙ୍କ ନୂଆ ଦାୟିତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି। ସେହିପରି ବ୍ୟାଟର ଲିଟନ ଦାସଙ୍କୁ ସାକିବଙ୍କ […]

shakib

Hemant Lenka
  • Published: Thursday, 02 June 2022
  • , Updated: 02 June 2022, 09:54 PM IST

ଢାକା: ପୁଣିଥରେ ବାଂଲାଦେଶ ଟେଷ୍ଟ ଟିମ୍‌ର ଅଧିନାୟକ ହୋଇଛନ୍ତି ଅଲରାଉଣ୍ଡର ସାକିବ ଅଲ ହାସନ। ଗତ ମାସରେ ବାଂଲାଦେଶର ଟେଷ୍ଟ ଅଧିନାୟକ ପଦରୁ ମୋମିନୁଲ ହକ୍ ଇସ୍ତଫା ଦେଇଥିଲେ। ତେଣୁ ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ସାକିବଙ୍କୁ ୩ୟ ଥର ପାଇଁ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି ଦେଇଛି।

ବିସିବି ସଭାପତି ନଜମୁଲ ହାସନ ଆଜି ସାମ୍ବାଦିକ ସମ୍ମିଳନୀ କରି ସାକିବଙ୍କ ନୂଆ ଦାୟିତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି। ସେହିପରି ବ୍ୟାଟର ଲିଟନ ଦାସଙ୍କୁ ସାକିବଙ୍କ ଡେପୁଟି ଭାବେ ନିଯୁକ୍ତି ମିଳିଛି।

୩୫ ବର୍ଷୀୟ ସାକିବ ଏହା ପୂର୍ବରୁ ଦୁଇ ଥର କ୍ରିକେଟର ଏହି ଲଙ୍ଗେଷ୍ଟ ଫର୍ମାଟରେ ବାଂଲାଦେଶର କ୍ୟାପ୍ଟେନ ଭାବେ କାର୍ଯ୍ୟ କରି ସାରିଛନ୍ତି। ୨୦୦୯ରେ ସେ ପ୍ରଥମଥର ପାଇଁ ବାଂଲାଦେଶ ଟେଷ୍ଟ ଟିମର କ୍ୟାପ୍ଟେନ ହୋଇଥିଲେ। ୨୦୧୧ରେ ବାଂଲାଦେଶ ପ୍ରତିପକ୍ଷ ଜିମ୍ବାୱେ ଠାରୁ ହାରିବା ପରେ ତାଙ୍କୁ ଅଧିନାୟକ ପଦରୁ ବିଦା କରାଯାଇଥିଲା।

ଏହାପରେ ୨୦୧୭ରେ ସେ ପୁଣି ବାଂଲାଦେଶର କମାଣ ସମ୍ଭାଳିଥିଲେ। ଆଇସିସି ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିବା ଯାଏ ସେ ଏହି ପଦରେ ଥିଲେ। ଫିକ୍ସିଂ ପାଇଁ ବୁକିମାନେ ତାଙ୍କୁ ଯୋଗାଯୋଗ କରିଥିଲେ ହେଁ ଆଇସିସିକୁ ସେ ବିଳମ୍ବରେ ଏହି ଖବର ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସାକିବ ନିଲମ୍ବିତ ହେବାରୁ ମୋମିନୁଲ ଅଧିନାୟକ ହୋଇଥିଲେ। କିନ୍ତୁ ନିକଟରେ ବାଂଲାଦେଶ ଘରୋଇ ମାଟିରେ ଶ୍ରୀଲଙ୍କା ଠାରୁ ୧-୦ରେ ଟେଷ୍ଟ ସିରିଜ୍‌ ହାରିବାରୁ ସେ ପଦ ଛାଡ଼ି ଦେଇଥିଲେ। ମୋମିନୁଲ ମଧ୍ୟ ୩ଟି ଇନିଂସରେ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଚଳିତ ମାସ ମଧ୍ୟ ଭାଗରେ ବାଂଲାଦେଶ ୨ଟିକିଆ ଟେଷ୍ଟ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବ। ଏହି ସମୟରେ ସାକିବ ଦଳର କମାଣ ସମ୍ଭାଳିବେ।

Related story