ରଣଜୀ ଟ୍ରଫି: ଶାନ୍ତନୁ ମିଶ୍ରଙ୍କ ଡବଲ ଟନ୍‌, ଓଡ଼ିଶାକୁ ୩ ପଏଣ୍ଟ

କଟକ: ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓ ନାଗାଲ୍ୟାଣ୍ଡ୍ ରଣଜୀ ମ୍ୟାଚ୍ ଅମୀମାଂସିତ ରହିଛି। ତେବେ ଏଲିଟ ଗ୍ରୁପ ଏର ଏହି ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଓଡ଼ିଶା ଟିମ୍‌ର ଶାନ୍ତନୁ ମିଶ୍ର। ସେ ଦମଦାର ବ୍ୟାଟିଂ କରିବା ସହ ଦ୍ୱିଶତକ ହାସଲ କରିଛନ୍ତି। ସେ ଅପରାଜିତ ୨୦୦ ରନ କରିବାରୁ ଓଡ଼ିଶା ୩ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି। ଓଡ଼ିଶା ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୩୫ ରନ କରିବା ପରେ ପାଳି ଘୋଷଣା […]

Ranji

  • Published: Friday, 06 January 2023
  • , Updated: 06 January 2023, 03:22 PM IST

କଟକ: ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓ ନାଗାଲ୍ୟାଣ୍ଡ୍ ରଣଜୀ ମ୍ୟାଚ୍ ଅମୀମାଂସିତ ରହିଛି। ତେବେ ଏଲିଟ ଗ୍ରୁପ ଏର ଏହି ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଓଡ଼ିଶା ଟିମ୍‌ର ଶାନ୍ତନୁ ମିଶ୍ର। ସେ ଦମଦାର ବ୍ୟାଟିଂ କରିବା ସହ ଦ୍ୱିଶତକ ହାସଲ କରିଛନ୍ତି। ସେ ଅପରାଜିତ ୨୦୦ ରନ କରିବାରୁ ଓଡ଼ିଶା ୩ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି।

ଓଡ଼ିଶା ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୩୫ ରନ କରିବା ପରେ ପାଳି ଘୋଷଣା କରିଥିଲା। ନାଗାଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୪୩୩ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସରେ ୧୦୨ ରନର ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଛି।

ଶାନ୍ତନ୍ତୁ ୨୦୦ ରନ କରିବା ପରେ ଓଡ଼ିଶା ପାଳି ଘୋଷଣା କରିଥିଲା। ଆଜି ମ୍ୟାଚ୍‌ର ଶେଷ ଦିନ ହୋଇଥିବାରୁ ନାଗାଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ସହ ଗୋଟିଏ ୱିକେଟ ହରାଇ ୧୨୦ ରନ କରିଥିଲା। ମ୍ୟାଚ୍‌ର ରେଜଲ୍ଟ ବାହାରିବାର ସମ୍ଭାବନା ନଥିବାରୁ ଏହା ଡ୍ରରେ ଶେଷ ହୋଇଛି।

ଶାନ୍ତନୁ ମିଶ୍ର ୪୦୫ ବଲର ସମ୍ମୁଖୀନ ହୋଇ ଅପରାଜିତ ୨୦୦ ରନ କରିଛନ୍ତି। ଏହି ଇନିଂସରେ ସେ ୨୧ଟି ଚୌକା ମାରିଛନ୍ତି। ଶାନ୍ତନୁଙ୍କ ବ୍ୟତୀତ ଅଧିକନାୟକ ଶୁଭ୍ରାଂଶୁ ସେନାପତି ୬୭ ରନ ଓ ପ୍ରୟାସ ସିଂହ ୧୦୪ ରନ କରିଥିଲେ। ଅନୁରାଗ ଷଡ଼ଙ୍ଗୀ ମଧ୍ୟ ୮୪ ରନର ଇନିଂସ ଖେଳିଥିଲେ।

ଗୁରୁବାର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୬ ୱିକେଟ ହରାଇ ୩୯୨ ରନ କରିଥିଲା। ଶାନ୍ତନୁ ୧୩୪ ରନ କରି ଅପରାଜିତ ରହିଥିଲେ। ଆଜି ସେ ଦମଦାର ବ୍ୟାଟିଂ କରି ଦୁଇ ଶତକ ହାସଲ କରିଥିଲେ। ଏଥିସହ ଓଡ଼ିଶା ମଧ୍ୟ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୫୩୫ ରନ କରିବାକୁ ସକ୍ଷମ ହୋଇଥିଲା।

ଏହି ଦୁଇ ଶତକ ପୂର୍ବରୁ ଶାନ୍ତୁ ୨୬ଟି ପ୍ରଥମ ଶ୍ରେଶୀ ମ୍ୟାଚରେ ୧୫୭୫ ରନ କରିଥିଲେ। ସେହିପରି ନାଗାଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

Related story