ଦକ୍ଷିଣ ଆଫ୍ରିକା ଆଗରେ ୨୩୮ ରନ୍‌ର ଟାର୍ଗେଟ, ଭାରତୀୟ ଦଳର ଛକା ଓ ଚୌକା ବର୍ଷା

ଗୌହାଟୀ: ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଭାରତୀୟ ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ୨୩୭ ରନ୍ କରିଛି। ଏଥିରେ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ତେବେ କୋହଲି ଅଳ୍ପକେ ଅର୍ଦ୍ଧଶତକ କରିବାରୁ ବଞ୍ଚିତ ହୋଇଥିଲେ। […]

t-20

  • Published: Sunday, 02 October 2022
  • , Updated: 02 October 2022, 09:09 PM IST

ଗୌହାଟୀ: ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଭାରତୀୟ ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ୨୩୭ ରନ୍ କରିଛି। ଏଥିରେ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ତେବେ କୋହଲି ଅଳ୍ପକେ ଅର୍ଦ୍ଧଶତକ କରିବାରୁ ବଞ୍ଚିତ ହୋଇଥିଲେ।

ଆରମ୍ଭରୁ ହିଁ ଓପନର କେଏଲ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା ଦୃତଗତିରେ ରନ୍‌ କରିଥିଲେ। ତେବେ କେଏଲ ରାହୁଲ ୫୭ ରନ୍‌ରେ(୨୮ ବଲ୍, ୪ ଛକ, ୫ ଚୌକା)ଓ ରୋହିତ ଶର୍ମା ୪୩ ରନ୍(୩୭ ବଲ୍, ଗୋଟିଏ ଛକା, ୭ ଚୌକା) କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୪୯ ରନ୍(୨୮ ବଲ, ୧ଛକା, ୭ ଚୌକା), ସୂର୍ଯ୍ୟକୁମାର ଯାଦବ ୬୧ରନ୍(୨୨ ବଲ, ୫ଛକା, ୫ ଚୌକା), ଦିନେଶ କାର୍ତ୍ତିକ ଅପରାଜିତ ୧୭ ରନ୍(୭ ବଲ, ୨ ଛକା, ୧ ଚୌକା) କରିଥିଲେ। କୋହଲି ଓ ସୂର୍ଯ୍ୟକୁମାରଙ୍କ ଧମାକାଦାର ଛକା, ଚୌକା ଦେଖି ଦର୍ଶକ ଉତ୍‌ଫୁଲିତ ହୋଇପଡ଼ିଥିଲେ।

ଧମାକାଦାର ଖେଳ ଦେଖାଇବା ସହ ସୂର୍ଯ୍ୟ କୁମାର ଦୃତ ଟି-୨୦ ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଭାବେ ୧ହଜାର ରନର କରିବାର ରେକର୍ଡ କରିଛନ୍ତି। ସେହିପରି ପ୍ରଥମ ଭାରତୀୟ ଟି-୨୦ ଖେଳାଳି ଭାବେ କୋହଲି ୧୧ ହଜାର ରନ୍ କରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

https://twitter.com/BCCI/status/1576587706528043017?s=20&t=WcmCLPksUtIPoC2DIlonmg

ଦକ୍ଷିଣ ଆଫ‍୍ରିକା ପକ୍ଷରୁ କେଶବ ମହାରାଜ ୨ଟି ୱିକେଟ(ରାହୁଲ ଓ ରୋହିତ) ନେଇଥିଲେ। ସୂର୍ଯ୍ୟକୁମାର ରନ୍‌ ଆଉଟ ହୋଇଥିଲେ।

ଟି-୨୦ର ଏହି ବିଶାଳ ସ୍କୋରକୁ ଚେସ୍ କରିବ ଦକ୍ଷିଣ ଆଫ୍ରିକା ଟିମ୍ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଟିମ ଦକ୍ଷିଣ ଆଫ୍ରିକା: ତେମ୍ବା ବଭୂମା, କ୍ୱିଣ୍ଟନ ଡି’କକ, ରିଜା ହେଣ୍ଡ୍ରିକସ, ରିଲେ ରୋସୁ, ଏଡେନ ମାର୍କମ, ଡାଭିଡ ମିଲର, ତ୍ରିସ୍ତାନ ଷ୍ଟବସ, ୱେନ ପାର୍ନେଲ, କେଶବ ମହାରାଜ, କାଗିସୋ ରାବଡା, ଅନରିଚ ନରତେଜ୍, ଲୁଙ୍ଗି ଏନଗିଡ଼ି।

https://twitter.com/BCCI/status/1576593547490340865?s=20&t=WcmCLPksUtIPoC2DIlonmg

Related story