ଆଇପିଏଲ ଅକ୍ସନ: କେଉଁ ଦଳ ପାଖରେ କେତେ ଟଙ୍କା ରହିଲା

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ସଂସ୍କରଣ ପୂର୍ବରୁ ଡିସେମ୍ବର ୧୬ରେ ମିନି ଅକ୍ସନ ହେବ। ଏହାପୂର୍ବରୁ ଆଜି ୧୦ ଯାକ ଟିମ ସେମାନଙ୍କ ରିଲିଜ ଓ ରିଟେନ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ଏଥିସହ ଆଗାମୀ ଅକ୍ସନ ପାଇଁ ନିଜର ପର୍ସକୁ ମଜବୁତ କରିଛନ୍ତି। ଖେଳାଳି ରିଲିଜ ଓ ରିଟେନ କରିବା ପରେ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି? ସେହିପରି କେଉଁ ଦଳ ସର୍ବାଧିକ ଆଉ କେତେ ଜଣ ଖେଳାଳିଙ୍କୁ କିଣି ପାରିବେ? ନୂଆ ନିୟମ […]

IPL1

  • Published: Tuesday, 15 November 2022
  • , Updated: 15 November 2022, 08:46 PM IST

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ସଂସ୍କରଣ ପୂର୍ବରୁ ଡିସେମ୍ବର ୧୬ରେ ମିନି ଅକ୍ସନ ହେବ। ଏହାପୂର୍ବରୁ ଆଜି ୧୦ ଯାକ ଟିମ ସେମାନଙ୍କ ରିଲିଜ ଓ ରିଟେନ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ଏଥିସହ ଆଗାମୀ ଅକ୍ସନ ପାଇଁ ନିଜର ପର୍ସକୁ ମଜବୁତ କରିଛନ୍ତି।

ଖେଳାଳି ରିଲିଜ ଓ ରିଟେନ କରିବା ପରେ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି? ସେହିପରି କେଉଁ ଦଳ ସର୍ବାଧିକ ଆଉ କେତେ ଜଣ ଖେଳାଳିଙ୍କୁ କିଣି ପାରିବେ? ନୂଆ ନିୟମ ଅନୁସାରେ, ପ୍ରତି ଦଳକୁ ଅକ୍ସନ ବେଳେ ଅତରିକ୍ତ ୫ କୋଟି ଟଙ୍କା ଲେଖାଏ ଖର୍ଚ୍ଚ କରିବାକୁ ସୁଯୋଗ ମିଳିବ। ଏହାର ଅର୍ଥ ବର୍ତ୍ତମାନ ଯେଉଁ ଦଳ ପାଖରେ ଯେତିକି ଟଙ୍କା ରହିଛି, ସେଥିରେ ଆଉ ୫ କୋଟି ଟଙ୍କା ମିଶିବ।

ଅକ୍ସନକୁ ପୂର୍ବରୁ କୋଲକାତା ଟ୍ରେଡିଂ ୱିଣ୍ଡୋ ଜରିଆରେ ଲକି ଫର୍ଗୁସନ, ରହମନୁଲ୍ଲା ଗୁରବାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ନିଜ ପାଖକୁ ଆଣିଛି। ତେଣୁ କୋଲକାତା ପାଖରେ ସବୁଠାରୁ କମ ୭.୦୫ କୋଟି ଟଙ୍କା ରହିଛି। ଦଳ ୩ ବିଦେଶୀ ଖେଳାଳିଙ୍କ ସମେତ ଆଉ ୧୧ ଜଣଙ୍କୁ କିଣିପାରିବ।

ସେହିପରି ସନ ରାଇଜର୍ସ ହାଇଦ୍ରାବାଦ କେନ ୱିଲିୟମସନ ଓ ନିକୋଲସ ପୂରନଙ୍କ ଭଳି ବଡ଼ ଖେଳାଳିଙ୍କୁ ରିଲିଜ୍‌ କରିଛି। ଦଳ ପାଖରେ ସର୍ବାଧିକ ୪୨.୨୫ କୋଟି ଟଙ୍କା ରହିଛି। ଦଳ ଚାହିଁଲେ ଆଉ ୧୩ ଜଣ ଖେଳାଳିଙ୍କୁ କିଣି ପାରିବ।

କାହା ପାଖରେ କେତେ ଟଙ୍କା ଓ କେତେ ଜଣ ଖେଳାଳି କିଣିବାର ସୁଯୋଗ ରହିଛି

୧-ସନ ରାଇଜର୍ସ ହାଇଦ୍ରାବାଦ: ୪୨.୨୫ କୋଟି ଟଙ୍କା ରହିଥିବା ବେଳେ ଦଳ ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ କିଣି ପାରିବ

୨-ପଞ୍ଜାବ କିଙ୍ଗସ: ୩୨.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ

୩-ଲକ୍ଷ୍ନୌ ସୁପର ଜିଆଣ୍ଟସ: ୨୩.୩୫ କୋଟି ଟଙ୍କା ଥିବା ବେଳେ ଦଳ ୧୦ ଜଣ ଖେଳାଳିଙ୍କୁ କିଣି ପାରିବ

୪-ମୁମ୍ବାଇ ଇଣ୍ଡିଆନ୍ସ: ୨୦.୫୫ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ

୫-ଚେନ୍ନାଇ ସୁପର କିଙ୍ଗସ: ୨୦.୪୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳି କିଣି ପାରିବ

୬-ଦିଲ୍ଲୀ କ୍ୟାପିଟାଲ୍ସ: ୧୯.୪୫ କୋଟି ଟଙ୍କା ଥିବା ବେଳେ ଦଳ ୫ ଜଣ ଖେଳାଳିଙ୍କୁ କିଣି ପାରିବ

୭-ଗୁଜରାଟ ଟାଇଟନ୍ସ: ୧୯.୨୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳିଙ୍କୁ କିଣି ପାରିବ

୮-ରାଜସ୍ଥାନ ରୟାଲ୍ସ: ୧୩.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣଙ୍କୁ କିଣି ପାରିବ

୯-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୮.୭୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣଙ୍କୁ କିଣି ପାରିବ

୧୦- କୋଲକାତା ନାଇଟ ରାଇଡର୍ସ: ୭.୦୫ କୋଟି ଟଙ୍କା ଥିବା ବେଳେ ଦଳ ୧୧ ଜଣଙ୍କୁ କିଣି ପାରିବ

Related story