ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ୩ ନଂକୁ ଫେରିଲା ଶ୍ରୀଲଙ୍କା, ୫ମକୁ ଖସିଲା ପାକିସ୍ତାନ

କଲମ୍ବୋ: ପୁଣିଥରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ଶ୍ରୀଲଙ୍କା। ଦ୍ୱିତୀୟ ଟେଷ୍ଟରେ ଦଳ ପାକିସ୍ତାନକୁ ଏକତରଫା ଭାବେ ୨୪୬ ରନରେ ହରାଇ ଏହି ସଫଳତା ପାଇଛି। କଲମ୍ବୋରେ ଖେଳା ଯାଉଥିବା ପ୍ରଥମେ ଟେଷ୍ଟକୁ ପାକିସ୍ତାନ ଜିତିବା ପରେ ଶ୍ରୀଲଙ୍କା ରାଙ୍କିଙ୍ଗର ତଳକୁ ଖସି ଯାଇଥିଲେ। ହେଲେ ଦ୍ୱିତୀୟ ଟେଷ୍ଟକୁ ଜିତି ପୁଣିଥରେ ୩ନଂ ସ୍ଥାନ ଦଖଲ କରି ନେଇଛି। ସେହିପରି ବୃହତ୍ତ ପରାଜୟ ପରେ ବାବର ଆଜମଙ୍କ ପାକିସ୍ତାନ ରାଙ୍କିଙ୍ଗର ୩ନଂ ସ୍ଥାନରୁ […]

Srilanka

  • Published: Thursday, 28 July 2022
  • , Updated: 28 July 2022, 05:15 PM IST

କଲମ୍ବୋ: ପୁଣିଥରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ଶ୍ରୀଲଙ୍କା। ଦ୍ୱିତୀୟ ଟେଷ୍ଟରେ ଦଳ ପାକିସ୍ତାନକୁ ଏକତରଫା ଭାବେ ୨୪୬ ରନରେ ହରାଇ ଏହି ସଫଳତା ପାଇଛି। କଲମ୍ବୋରେ ଖେଳା ଯାଉଥିବା ପ୍ରଥମେ ଟେଷ୍ଟକୁ ପାକିସ୍ତାନ ଜିତିବା ପରେ ଶ୍ରୀଲଙ୍କା ରାଙ୍କିଙ୍ଗର ତଳକୁ ଖସି ଯାଇଥିଲେ। ହେଲେ ଦ୍ୱିତୀୟ ଟେଷ୍ଟକୁ ଜିତି ପୁଣିଥରେ ୩ନଂ ସ୍ଥାନ ଦଖଲ କରି ନେଇଛି। ସେହିପରି ବୃହତ୍ତ ପରାଜୟ ପରେ ବାବର ଆଜମଙ୍କ ପାକିସ୍ତାନ ରାଙ୍କିଙ୍ଗର ୩ନଂ ସ୍ଥାନରୁ ୫ମକୁ ଖସିଛି। ଭାରତ ପୂର୍ବଭଳି ୪ର୍ଥ ସ୍ଥାନରେ ରହିଛି।

ଗାଲେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୭୮ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୨୩୧ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କାର ଦୁଇ ସ୍ପିନର ରମେଶ ମେଣ୍ଡିସ ଓ ପ୍ରଭାତ ଜୟସୂରିୟା ଦମଦାର ପ୍ରଦର୍ଶନ କରିଥିଲେ। ରମେଶ ୫ଟି ଓ ପ୍ରଭାତ ପ୍ରଥମ ଇନିଂସରେ ୩ଟି ସଫଳତା ପାଇଥିଲେ। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲା।

ବିଶେଷ କରି ଧନଞ୍ଜୟ ଡି’ସିଲଭା ଶତକ ହାସଲ କରିବାରୁ ପାକିସ୍ତାନ ହାତରୁ ମ୍ୟାଚ୍ ଖସି ଯାଇଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୩୬୦ କରିବା ପରେ ପାଳି ଘୋଷଣା କରିଥିଲା। ଏଥିସହ ପାକିସ୍ତାନକୁ ୫୦୮ ରନର ଟାର୍ଗେଟ ଦେଇଥିଲା। ହେଲେ ବାବର ଆଜାମଙ୍କ ଟିମ ଦ୍ୱିତୀୟ ଇନିଂସରେ ୨୬୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ଇନିଂସରେ ପ୍ରଭାତ ୫ଟି ଓ ରମେଶ ୪ଟି ୱିକେଟ ଦଖଲ କରିଛନ୍ତି।

ପାକିସ୍ତାନକୁ ୨୪୬ ରନରେ ହରାଇବା ପରେ ଶ୍ରୀଲଙ୍କାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ଫାଇଦା ହାସଲ କରିଛି। ଏହି ବିଜୟ ପରେ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୩.୩୩ ହୋଇ ଯାଇଛି। ଏଥିସହ ଦଳ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚି ଯାଇଛି। ଶ୍ରୀଲଙ୍କା ଉପରେ ଅଷ୍ଟ୍ରେଲିଆ ୭୦% ଓ ଦକ୍ଷିଣ ଆଫ୍ରିକା ୭୧.୪୩% ରହିଛନ୍ତି। ପାକିସ୍ତାନର ବିଜୟ ପ୍ରତିଶତ ୫୧.୮୫ ରହିଥିବାରୁ ଦଳ ୫ମ ସ୍ଥାନକୁ ଖସିଛି। ଭାରତ ୫୨.୦୮ ବିଜୟ ପ୍ରତିଶତ ସହ ତାଲିକାର ୪ର୍ଥ ସ୍ଥାନରେ କାଏମ ରହିଛି। ପୂର୍ବରୁ ୫ମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ ଏବେ ୬ଷ୍ଠକୁ ଖସିଛି। ଦଳର ବିଜୟ ପ୍ରତିଶତ ୫୦% ରହିଛି।


ଅନ୍ୟପକ୍ଷରେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଇଂଲଣ୍ଡ, ୮ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ତ ଓ ୯ମ ସ୍ଥାନରେ ବାଂଲାଦେଶ ରହିଛନ୍ତି।

Related story