ରୋହିତଙ୍କ ୭୨, ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ

ଦୁବାଇ: ଶ୍ରୀଲଙ୍କା ବିପକ୍ଷ କର ବା ମର ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। କେଏଲ ରାହୁଲ ଓ ବିରାଟ କୋହଲି ଫେଲ ମାରିଥିଲେ ମଧ୍ୟ ରୋହିତ ଏକାକୀ ୭୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରିଛି। ଫଳରେ ଶ୍ରୀଲଙ୍କାକୁ ସୁପର ୪ରେ ଦ୍ୱିତୀୟ ବିଜୟ ପାଇଁ ୧୭୪ ରନର ଟାର୍ଗେଟ ମିଳିଛି। ଭାରତ […]

rohit

rohit

Hemant Lenka
  • Published: Tuesday, 06 September 2022
  • Updated: 06 September 2022, 09:29 PM IST

Sports

Latest News

ଦୁବାଇ: ଶ୍ରୀଲଙ୍କା ବିପକ୍ଷ କର ବା ମର ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। କେଏଲ ରାହୁଲ ଓ ବିରାଟ କୋହଲି ଫେଲ ମାରିଥିଲେ ମଧ୍ୟ ରୋହିତ ଏକାକୀ ୭୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରିଛି। ଫଳରେ ଶ୍ରୀଲଙ୍କାକୁ ସୁପର ୪ରେ ଦ୍ୱିତୀୟ ବିଜୟ ପାଇଁ ୧୭୪ ରନର ଟାର୍ଗେଟ ମିଳିଛି।

ଭାରତ ତା’ର ସୁପର ୪ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ହାରିଥିଲା। ଯଦି ଦଳ ଆଜିର ମ୍ୟାଚ୍‌ ହାରିବ, ତା’ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯିବ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ରାହୁଲ ଓ ରୋହିତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗିଦାରୀ କରି ପାରି ନଥିଲେ। ଇନିଂସର ଦ୍ୱିତୀୟ ଓଭରରେ ମାତ୍ର ୬ ରନ କରି କେଏଲ ରାହୁଲ ଆଉଟ ହୋଇଥିଲେ। ତାଙ୍କ ୱିକେଟ ରହସ୍ୟମୟ ସ୍ପିନର ମହୀଶ ତିକଶାନା ନେଇଥିଲେ। ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଭଲ ଖେଳିଥିଲେ ମଧ୍ୟ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ଯୁବ ବୋଲର ଦିଲସାନ ମଦୁଶଣକା କ୍ଲିନବୋଲ୍ଡ କରିଦେଇଛନ୍ତି। ୧୩ ରନରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ପାଇଁ ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ମଙ୍ଗ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ।

ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଏଥିସହ ସେ ଦୀର୍ଘଦିନ ପରେ ଟି-୨୦ରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୫୦ ରନ ପୂରଣ କରିବା ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ସେ ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ। ତେବେ ଦଳୀୟ ସ୍କୋର ୧୧୦ ଥିବା ବେଳେ ରୋହିତ ବ୍ୟକ୍ତିଗତ ୭୨ ରନ କରି ଚାମିକା କରୁଣାରତ୍ନେଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ୪୧ ବଲର ସମ୍ମୁଖୀନ ହୋଇଥିବା ରୋହିତ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି।

ସେ ଆଉଟ ହେବାର ୯ ରନ ପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ଶ୍ରୀଲଙ୍କା ଅଧିନାୟକ ଶଣକା ଆଉଟ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧୭) ମଧ୍ୟ ବଡ଼ ଶଟ ଖେଳି ଶଣକାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷ ଭାଗରେ ଋଷଭ ପନ୍ତ ଓ ଦୀପକ ହୁଡ୍ଡା ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୧୮ ଓଭର ଶେଷ ଯାଏ ବଡ଼ ଶଟ ଖେଳିବାକୁ ସକ୍ଷମ ହୋଇ ନଥିଲେ। ୧୮ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୫୭/୫ ଥିଲା।

୧୯ତମ ଓଭରରେ ପ୍ରଥମ ବଲରେ ମଦୁଶଣକା ୩ ରନ କରିଥିବା ହୁଡ୍ଡାଙ୍କୁ କ୍ଲିନବୋଲ୍ଡ କରି ଭାରତକୁ ୬ଷ୍ଠ ଝଟକା ଦେଇଥିଲେ। ସେହି ଓଭରର ୩ୟ ବଲରେ ଋଷଭ ପନ୍ତ(୧୭) ମଧ୍ୟ ଆଉଟ ହୋଇଯାଇଥିଲେ। ୧୯ତମ ଓଭରରେ ମଦୁଶଣକା ମାତ୍ର ୪ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ। ଶେଷ ଓଭରରେ ଭୁବନେଶ୍ୱର କୁମାର(୦)ଙ୍କୁ କରୁଣାରତ୍ନେ କ୍ଲିନବୋଲ୍ଡ କରିଥିଲେ।   କିନ୍ତୁ ଅଶ୍ୱିନ ୬କା ମାରିବାରୁ ଦଳୀୟ ସ୍କୋର ୧୭୦ ପାର କରିଥିଲା। ସେହିପରି ଶେଷ ଭଲରେ ସେ ୨ ରନ ନେବାରୁ ଦଳୀୟ ସ୍କୋର ୧୭୩ରେ ପହଞ୍ଚିଥିଲା। ଅଶ୍ୱିନ ଶେଷ ଯାଏ ୭ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story