ଦ୍ୱିତୀୟ ଦିନର ଖେଳ ଆରମ୍ଭ ପୂର୍ବରୁ ଅଘଟଣ, ଭାଙ୍ଗିଲା ଷ୍ଟାଡିୟମ ଛାତ

ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚ୍‌ ଆରମ୍ଭ ପର୍ବରୁ ଅଘଟଣ। ପ୍ରବଳ ବର୍ଷା  ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ପ୍ରବଳ ବର୍ଷା ଏବଂ ବଜ୍ରପାତରେ ବ୍ୟାପକ ଅଘଟଣ ଘଟିଛି। ଷ୍ଟାଡିୟମର ଏକ ଛାତ ଭାଙ୍ଗିଯାଇ ତଳେ ପଡିଛି। ଏହା ଏକ ଅସ୍ଥାୟୀ ଷ୍ଟାଣ୍ଡ ବା ଛାତ ଥିଲା। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ପ୍ରଥମ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା […]

stand-collapses

stand-collapses

Madhupriya Mistry
  • Published: Thursday, 30 June 2022
  • Updated: 30 June 2022, 03:10 PM IST

Sports

Latest News

ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚ୍‌ ଆରମ୍ଭ ପର୍ବରୁ ଅଘଟଣ। ପ୍ରବଳ ବର୍ଷା  ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ପ୍ରବଳ ବର୍ଷା ଏବଂ ବଜ୍ରପାତରେ ବ୍ୟାପକ ଅଘଟଣ ଘଟିଛି। ଷ୍ଟାଡିୟମର ଏକ ଛାତ ଭାଙ୍ଗିଯାଇ ତଳେ ପଡିଛି। ଏହା ଏକ ଅସ୍ଥାୟୀ ଷ୍ଟାଣ୍ଡ ବା ଛାତ ଥିଲା। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

ପ୍ରଥମ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାଲେର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନରେ ଖେଳ ଭଲ ଥିଲା, କିନ୍ତୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଏବଂ ବଜ୍ରପାତ ବାଧକ ସାଜିଥିଲା। ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ପ୍ରାୟ ୯୦ ମିନିଟ୍‌ ପୂର୍ବରୁ ପ୍ରବଳ ବର୍ଷା ଓ ପବନ ଆସିଥିଲା। ଏଥିଯୋଗୁଁ ଷ୍ଟାଡିୟମର ଏକ ଅସ୍ଥାୟୀ ଛାତ ଉପୁଡି ଯାଇଥିଲା।

https://twitter.com/FlashCric/status/1542374530265382912?s=20&t=BclPeCFTOegA6ICwT1DZAA

ବର୍ଷା ହେତୁ ଗ୍ରାଉଣ୍ଡର କର୍ମଚାରୀମାନେ ସମଗ୍ର ପିଚ୍‌କୁ ଘୋଡାଇବାରେ ସଫଳ ହୋଇଥିଲେ, କିନ୍ତୁ ପିଚ୍‌ର ପୂର୍ବ ପାର୍ଶ୍ୱରେ ଛୋଟ କଂକ୍ରିଟ୍ ବସିବା ସ୍ଥାନଗୁଡିକୁ କଭର କରିବା ପାଇଁ ଦଉଡି ସହାୟତାରେ ଏକ ଷ୍ଟାଣ୍ଡ ବା ଅସ୍ଥାୟୀ ଛାତ ତିଆରି କରାଯାଇଥିଲା, ଯାହା ପ୍ରବଳ ବର୍ଷାରେ ଉପୁଡି ଯାଇଛି। ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା ସେହି ସମୟରେ କେହି ମଧ୍ୟ ଷ୍ଟାଣ୍ଡରେ ଉପସ୍ଥିତ ନଥିଲେ। ସ୍ଥାନୀୟ ସମୟ ଅନୁସାରେ ସକାଳ ୧୦ଟାରେ ଖେଳ ଆରମ୍ଭ ହେବା ପୂର୍ବରୁ ହିଁ ବର୍ଷା ହୋଇଥିଲା।

ସୂଚନା ମୁତାବକ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଚାଲିଛି। ପ୍ରଥମ ଦିନରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ୨୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା ଶ୍ରୀଲଙ୍କା ଟିମ୍‌। ଏହାର ଜବାବରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ପ୍ରଥମ ଦିନରେ ୯୮ ରନ୍‌ କରିଛି।

ଅଷ୍ଟ୍ରେଲିଆର ନାଥନ୍‌ ଲିୟୋନ ଜବରନସ୍ତ ବୋଲିଂ କରି ୫ ୱିକେଟ୍‌ ହାତେଇଛନ୍ତି। ସେହିପରି ସ୍ୱେପସନ ୩, ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos