Advertisment

କାହିଁକି ପୂରା କ୍ୟାରିୟରରେ ହେଲମେଟ୍ ପିନ୍ଧି ନଥିଲେ ଗାଭାସ୍କର?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଆଜକୁ ଠିକ୍ ୫୦ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ। ସେତେବେଳେ କେହିବି ଭାବିନଥିଲେ ଯେ ସୁନୀଲ ଗାଭାସ୍କର ଦୁନିଆର ମହାନ ଖେଳାଳି ଭାବେ ନିଜକୁ ପରିଚିତ କରାଇବେ। ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ନିଜର ପଦାର୍ପଣ ସିରିଜରେ ହିଁ ଦମଦାର ପ୍ରଦର୍ଶନ କରି ବିଶ୍ୱ କ୍ରିକେଟରେ ନିଜର ପରିଚୟ ଦେଇଥିଲେ। ଡେବ୍ୟୁ କରିବାର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଗାଭାସ୍କର ନିଜ କ୍ୟାରିୟରର କିଛି […]

କାହିଁକି ପୂରା କ୍ୟାରିୟରରେ ହେଲମେଟ୍ ପିନ୍ଧି ନଥିଲେ ଗାଭାସ୍କର?

gavaskar

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଆଜକୁ ଠିକ୍ ୫୦ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ। ସେତେବେଳେ କେହିବି ଭାବିନଥିଲେ ଯେ ସୁନୀଲ ଗାଭାସ୍କର ଦୁନିଆର ମହାନ ଖେଳାଳି ଭାବେ ନିଜକୁ ପରିଚିତ କରାଇବେ। ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ନିଜର ପଦାର୍ପଣ ସିରିଜରେ ହିଁ ଦମଦାର ପ୍ରଦର୍ଶନ କରି ବିଶ୍ୱ କ୍ରିକେଟରେ ନିଜର ପରିଚୟ ଦେଇଥିଲେ। ଡେବ୍ୟୁ କରିବାର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଗାଭାସ୍କର ନିଜ କ୍ୟାରିୟରର କିଛି ରୋଚକ କଥା ଶେଆର୍ କରିଛି। ସେ ମଧ୍ୟ କହିଛନ୍ତି ଯେ କାହିଁକି ପୂରା କ୍ୟାରିୟରରେ ହେଲମେଟ୍ ପିନ୍ଧିନଥିଲେ।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆ ସହ ସାକ୍ଷାତକାର ସମୟରେ ଗାଭାସ୍କର କହିଛନ୍ତି, ସେତେବେଳେ କେହିବି ହେଲମେଟ୍ ପିନ୍ଧୁନଥିଲେ। ଆମ ପାଖରେ ଅତି କଷ୍ଟରେ ଲେଗ୍ ଗାର୍ଡ୍ସ ଓ ଗ୍ଲୋଭସ ଥିଲା। ସେତେବେଳେ ଆମ ପାଖରେ ଥାଇ ଗାର୍ଡ ଭାବେ ଆମର ହ୍ୟାଣ୍ଡ ଟୋୱେଲ ରହୁଥିଲା, ଯାହା ଆମକୁ ହୋଟେଲରେ ମିଳୁଥିଲା। ଆମେ ଏହାକୁ ନିଜ ଆଗ ପକେଟରେ ରଖୁଥିଲୁ। ୧୯୭୧ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ସ୍ପଞ୍ଜର ଥାଇ ଗାର୍ଡ ତିଆରି କରାଯାଇଥିଲା, କିନ୍ତୁ ତାହା ଆମକୁ କୌଣସି ସହାୟତା କରୁନଥିଲା।

ମୋତେ କେବେବି ହେଲମେଟରେ ଆବଶ୍ୟକ ପଡ଼ିନାହିଁ, କାରଣ ମୋତେ ମୋ ଟେକନିକ୍ ଉପରେ ପୂରା ବିଶ୍ୱାସ ଥିଲା। ଯେତେବେଳେ ମାଲକମ୍ ମାର୍ଶାଲଙ୍କ ବଲ୍ ମୋ ମଥାରେ ବାଜିଲା, ସେତେବେଳେ ମୁଁ ସ୍କଲ୍ କ୍ୟାପ୍ ପିନ୍ଧିବା ଆରମ୍ଭ କଲି। ସେହି ସ୍କଲ୍ କ୍ୟାପ୍ ମୁଁ ମୋ କ୍ୟାରିୟରର ଶେଷ ତିନି ବର୍ଷ ପିନ୍ଧିଥିଲି। ତା'ପୁଣି ବଲ୍ ଯେପର୍ଯ୍ୟନ୍ତ ନୂଆ ଥାଏ, ସେ ଯାଏ ଏହି କ୍ୟାପ୍ ପିନ୍ଧୁଥିଲା। ବଲ୍ ପୁରୁଣା ହେବା ପରେ ମୁଁ ନିଜର ଧଳା କ୍ୟାପ୍ ପିନ୍ଧୁଥିଲି।

Advertisment

ସୂଚନାଯୋଗ୍ୟ, ଗାଭାସ୍କର ୧୯୭୧, ମାର୍ଚ୍ଚ ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୋର୍ଟ ଅଫ୍ ସ୍ପେନରେ ଡେବ୍ୟୁ କରିଥିଲେ। ଗାଭାସ୍କର ନିଜର ପଦାର୍ପଣ ସିରିଜରେ ହିଁ ୪ଟି ଶତକ ଓ ତିନୋଟି ଅର୍ଦ୍ଧଶତକ ସହାୟତାରେ ୭୭୪ ରନ୍ କରିଥିଲେ। ଡେବ୍ୟୁ ସିରିଜରେ ସର୍ବାଧିକ ରନ୍ କରିବାର ରେକର୍ଡ ଏବେବି ଗାଭାସ୍କରଙ୍କ ନାଁରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe