କାଲିଠାରୁ ମାଞ୍ଚେଷ୍ଟର ଟେଷ୍ଟ, ଭାରତର ଆଉ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ତଥା ଅନ୍ତିମ ଟେଷ୍ଟ। ଏହା ପୂର୍ବରୁ ଭାରତୀୟ ଟିମକୁ ଆଉ ଏକ ବଡ଼ ଝଟକା ଲାଗିଛି। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପରେ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥି ପାଇଁ ଗୁରୁବାର ଟିମର ପ୍ରାକ୍ଟିସ ସେସନକୁ ବାତିଲ କରିବାକୁ ପଡ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ପିଟିଆଇକୁ ଏହାର ସୂଚନା ଦେଇଛନ୍ତି। ତେବେ […]

team-india

team-india

Ranjit Kumar Jena
  • Published: Thursday, 09 September 2021
  • Updated: 09 September 2021, 05:45 PM IST

Sports

Latest News

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ତଥା ଅନ୍ତିମ ଟେଷ୍ଟ। ଏହା ପୂର୍ବରୁ ଭାରତୀୟ ଟିମକୁ ଆଉ ଏକ ବଡ଼ ଝଟକା ଲାଗିଛି। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପରେ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥି ପାଇଁ ଗୁରୁବାର ଟିମର ପ୍ରାକ୍ଟିସ ସେସନକୁ ବାତିଲ କରିବାକୁ ପଡ଼ିଛି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ପିଟିଆଇକୁ ଏହାର ସୂଚନା ଦେଇଛନ୍ତି। ତେବେ ଟିମର କେଉଁ ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତା'ର ଖୁଲାସା ହୋଇନାହିଁ। ତେବେ ନ୍ୟୁଜ୍ ଏଜେନ୍ସିର ସୂଚନା ମୁତାବକ, ଭାରତୀୟ କ୍ରିକେଟ୍ ଟିମର ଜୁନିୟର ଫିଜିଓ ଯୋଗେଶ ପରମାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ଏବେ ଖେଳାଳିମାନଙ୍କୁ ନିଜ ନିଜର ରୁମରେ ରହିବାକୁ ପରାମର୍ଶ ଦିଆଯାଇଛି।

ବୁଧବାର ହୋଇଥିବା ଟେଷ୍ଟ ପରେ ସପୋର୍ଟ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗୁରୁବାର ସକାଳେ ପୁଣିଥରେ ସବୁ ଖେଳାଳିଙ୍କର ଟେଷ୍ଟ କରାଯାଇଛି। କିନ୍ତୁ ଏଯାଏ ରେଜଲ୍ଟ ଆସିନାହିଁ। ଏହା ପୂର୍ବରୁ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି।

https://twitter.com/BoriaMajumdar/status/1435916633126498304?s=20

ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ପରେ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମ ବଡ଼ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କୋଚ୍ ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରୋ ବିସିସିଆଇ ଏହି ମାମଲାରେ ଶାସ୍ତ୍ରୀ ଓ କୋହଲିଙ୍କୁ ଜବାବ ମଧ୍ୟ ମାଗିଥିଲା। କିନ୍ତୁ ଏବେ କୋଭିଡର ନୂଆ ମାମଲା ବିସିସିଆଇର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଟିମର ଅଧିକାଂଶ ଖେଳାଳି ନିଜ ନିଜର ପରିବାର ସହ ଇଂଲଣ୍ଡରେ ଅଛନ୍ତି ଏବଂ ସେମାନଙ୍କର ସହ ଛୋଟ ଛୁଆମାନେ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ପାଞ୍ଚମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା। ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ରୋହିତ୍ ଶର୍ମାଙ୍କ ଶତକ ସାଙ୍ଗକୁ ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ୪୬୬ ରନ୍ କରି ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ବିନା ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। କିନ୍ତୁ ପରେ ଟିମ୍ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story