ବିସିସିଆଇ ନେବ ବଡ଼ ନିଷ୍ପତ୍ତି, ୩ ଫର୍ମାଟରେ ରହିବେ ଅଲଗା ଅଲଗା ଅଧିନାୟକ!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି। ଚୟନକୁ ନେଇ ପ୍ରଶ୍ନ ଉଠିବାରୁ ବିସିସିଆଇ ଶୁକ୍ରବାର ଜାତୀୟ ଚୟନ କମିଟିର ସମସ୍ତ ୪ ସଦସ୍ୟଙ୍କୁ ବିଦା କରି ଦେଇଛି। ଏଥିସହ ଚୟନ କମିଟି ପାଇଁ ନୂଆ ଦରଖାସ୍ତ ଆହ୍ୱାନ କରିଛି। ୨୮ ତାରିଖ ସୁଦ୍ଧା ଆଶାୟୀମାନେ ବିସିସିଆଇ ନିକଟରେ ନିଜର ଆବେଦନପତ୍ର ଦାଖଲ କରିବେ। ବିସିସିଆଇ ନୂଆ ଚୟନ କମିଟି ସହ ପରାମର୍ଶଦାତା […]

Rohit

  • Published: Saturday, 19 November 2022
  • , Updated: 19 November 2022, 05:40 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେବା ପରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି। ଚୟନକୁ ନେଇ ପ୍ରଶ୍ନ ଉଠିବାରୁ ବିସିସିଆଇ ଶୁକ୍ରବାର ଜାତୀୟ ଚୟନ କମିଟିର ସମସ୍ତ ୪ ସଦସ୍ୟଙ୍କୁ ବିଦା କରି ଦେଇଛି।

ଏଥିସହ ଚୟନ କମିଟି ପାଇଁ ନୂଆ ଦରଖାସ୍ତ ଆହ୍ୱାନ କରିଛି। ୨୮ ତାରିଖ ସୁଦ୍ଧା ଆଶାୟୀମାନେ ବିସିସିଆଇ ନିକଟରେ ନିଜର ଆବେଦନପତ୍ର ଦାଖଲ କରିବେ। ବିସିସିଆଇ ନୂଆ ଚୟନ କମିଟି ସହ ପରାମର୍ଶଦାତା କମିଟି ମଧ୍ୟ ଗଠନ କରିବ ବୋଲି ଜଣାପଡ଼ିଛି।

ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ଜଣେ ଖେଳାଳି ଟିମ ଇଣ୍ଡିଆର ୩ଟି ଯାକ ଫର୍ମାଟରେ ଅଧିନାୟକ ଭାବେ ରହିବେ ନାହିଁ। ଏହି ପରମ୍ପରାକୁ ବଦଳାଇ ବିସିସିଆଇ ୩ଟି ଯାକ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ଚୟନ କରିବ। ଖବୁଶୀଘ୍ର ଏ ସମ୍ପର୍କରେ ବିସିସିଆଇ ଘୋଷଣା କରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଯଦି ଏମିତି ଘଟଣା ଘଟିବ, ତା’ହେଲେ ପ୍ରଥମଥର ଥର ପାଇଁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଭାରତୀୟ ଟିମ୍‌ ଅଲଗା ଅଲଗା ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ। କାରଣ ଭାରତରେ କ୍ରିକେଟ ଆରମ୍ଭ ହେବା ଦିନ ଠାରୁ କେବେ ହେଲେ ୩ଟି ଯାକ ଫର୍ମାଟରେ ଅଲଗା ଅଲଗା ଅଧିନାୟକ ନିଯୁକ୍ତ ହୋଇନାହାନ୍ତି।

ବର୍ତ୍ତମାନ ରୋହିତ ଶର୍ମା ସମସ୍ତ ୩ଟି ଯାକ ଫର୍ମାଟର ଅଧିନାୟକ ରହିଛନ୍ତି। କିନ୍ତୁ ଟି-୨୦ରେ ତାଙ୍କ କ୍ୟାପ୍ଟେନ୍ସିକୁ ନେଇ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସେହିପରି ରୋହିତଙ୍କୁ ଏବେ ୩୫ ବର୍ଷ। ୨୦୨୪ ଟି-୨୦ ବିଶ୍ୱକପ ବେଳକୁ ତାଙ୍କ ବୟସ ୩୭ ହୋଇ ସାରିଥିବ। ତେଣୁ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଜଣେ ଯୁବ ଖେଳାଳିଙ୍କୁ କମାଣ ଦେବାକୁ ଚାହୁଁଛି। ତେଣୁ ଏବେ ଠାରୁ ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଶିଖାବା ମୁଡରେ ବିସିସିଆଇ ରହିଛି।

ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଟି-୨୦ ପାଇଁ ଜଣେ ଯୁବକ ଖେଳାଳିଙ୍କୁ ସ୍ଥାୟୀ ଅଧିନାୟକ ଭାବେ ନିଯୁକ୍ତି ମିଳିପାରେ। ଏହି ଅଧିନାୟକ ପଦ ପାଇବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ରୋହିତଙ୍କ ଅନୁପସ୍ଥିତିରେ ସେ ଏକାଧି ଦ୍ୱିପାକ୍ଷିକ ସିରିଜ୍‌ରେ କ୍ୟାପ୍ଟେନ୍ସି କରିଛନ୍ତ।

ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ପାଣ୍ଡ୍ୟାଙ୍କୁ କମାଣ ମିଳିଛି। ଆଇପିଏଲରେ ପାଣ୍ଡ୍ୟା ପ୍ରଥମଥର ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଦଳ ଚାମ୍ପିୟନ ମଧ୍ୟ ହୋଇଛି। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ପରବର୍ତ୍ତୀ ସମୟରେ ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି।

ଏପରି ହେଲେ ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଟିମର କମାଣ ସମ୍ଭାଳିବେ। ଯଦି ତାଙ୍କୁ ଟେଷ୍ଟ କ୍ୟାପ୍ଟେନ୍ସିରୁ ହଟା ଯାଏ, ତା’ହେଲେ ବିସିସିଆଇ କାହାକୁ ଏହି ଲଙ୍ଗ ଫର୍ମାଟର କ୍ୟାପ୍ଟେନ କରିବ? ବିଶେଷଜ୍ଞଙ୍କ ମତରେ ଋଷଭ ପନ୍ତ ଟେଷ୍ଟ ଫର୍ମାଟରେ ଭାରତ କମାଣ ସମ୍ଭାଳି ପାରିବେ।

Related story