ଏଲଏଲସିସିରେ ଏଣିକି ଟର୍ଫରେ ଖେଳିବେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାନୀୟ ଆଇଆରସି ଭିଲେଜରେ ଥିବା ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି)ରେ ଉଦଘାଟନ ହୋଇଛି ନୂଆ କରି ତିଆରି ହୋଇଥିବା ଟର୍ଫ ୱିକେଟ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ନୂଆ ଟର୍ଫକୁ ଉଦଘାଟନ କରିଛନ୍ତି। ଏହି ସମୟରେ ୨୫ ନମ୍ବର ୱାର୍ଡର କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ଓଡ଼ିଶା ରଣଜୀ ଟିମର ବ୍ୟାଟିଂ କୋଚ ରଶ୍ମିରଞ୍ଜନ ପରିଡ଼ା ଓ ଓସିଏର କୋଷାଧ୍ୟକ୍ଷ ବିକାଶ […]

Truf

  • Published: Monday, 05 December 2022
  • , Updated: 05 December 2022, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାନୀୟ ଆଇଆରସି ଭିଲେଜରେ ଥିବା ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି)ରେ ଉଦଘାଟନ ହୋଇଛି ନୂଆ କରି ତିଆରି ହୋଇଥିବା ଟର୍ଫ ୱିକେଟ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ନୂଆ ଟର୍ଫକୁ ଉଦଘାଟନ କରିଛନ୍ତି। ଏହି ସମୟରେ ୨୫ ନମ୍ବର ୱାର୍ଡର କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ଓଡ଼ିଶା ରଣଜୀ ଟିମର ବ୍ୟାଟିଂ କୋଚ ରଶ୍ମିରଞ୍ଜନ ପରିଡ଼ା ଓ ଓସିଏର କୋଷାଧ୍ୟକ୍ଷ ବିକାଶ କୁମାର ପ୍ରଧାନ ଉପସ୍ଥିତ ଥିଲା।

ଏଲଏଲସିସି ପଡ଼ିଆରେ ଦୀର୍ଘଦିନ ହେଲା ପିଲାମାନେ ସିମେଣ୍ଟ ପିଚ୍‌ ଓ ମ୍ୟାଟ୍‌ ଉପରେ ଅଭ୍ୟାସ କରୁଥିଲେ। ତେବେ ଯୁବ ଖେଳାଳିଙ୍କ ଦକ୍ଷତାକୁ ଅଧିକ ମାର୍ଜିତ କରିବାକୁ ଏଲଏଲସିସି ପକ୍ଷରୁ ଏପରି ଟର୍ଫ ୱିକେଟ ତିଆରି କରାଯାଇଛି। ଏଥିପାଇଁ ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ କୁମାର ସବୁ ପ୍ରକାରର ସହାୟତା କରିଛନ୍ତି।

ଟର୍ଫ ପାଇଁ ବଲାଙ୍ଗିରରୁ ସ୍ୱତନ୍ତ୍ର ମାଟି ଆଣିବା ହେଉ କିମ୍ବା ଘାଷ ବୁଣିବା, ସବୁ କ୍ଷେତ୍ରରେ ଏଲଏଲସିସିର ସଦସ୍ୟଙ୍କ ସହ ମିଶି ଓସିଏ କାମ କରିଛି। ଏଲଏଲସିସି ଓ ଓସିଓର ମିଳିତ ପ୍ରୟାସରେ ଆଜି ପିଲାମାନଙ୍କ ଖେଳିବା ପାଇଁ ଟର୍ଫକୁ ଉଦଘାଟନ କରାଯାଇଛି।  ଏହି ଉଦଘାଟନୀ ଉତ୍ସବରେ ଅଣ୍ଡର ୧୫ର ପିଲାମାନଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ୍‌ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଆୟୋଜକ ଏଲଏଲସିସି ଭ୍ରମଣକାରୀ ଗ୍ରୀନ୍ସ କ୍ଲବକୁ ହରାଇଛି। ଏଲଏଲସିସିର ଆଦର୍ଶ ଦାସ ୭୬ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ଉଭୟ ଦଳର ଖେଳାଳିଙ୍କ ସହ ଏଲଏଲସିସିର ମୁଖ୍ୟ କୋଚ ଭରତ କେଶରୀ ଦାସ, ସହଯୋଗୀ ଅଜୟ କୁମାର ସାହୁ ଓ କ୍ଲବର ସମ୍ପାଦକ ପଙ୍କଜ କୁମାର ଦାସ ଉପସ୍ଥିତ ଥିଲେ। ଟର୍ଫ ୱିକେଟକୁ ଉଦଘାଟନ କରି ମେୟର ସୁଲୋଚନା ଦାସ କ୍ଲବ ଓ କ୍ରିକେଟର ବିକାଶ ପାଇଁ ଯାହା ଆବଶ୍ୟକ, ସେସବୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ କ୍ଲବରେ ତାଲିମ ନେଉଥିବା ଛୋଟଛୋଟ ପିଲାମାନଙ୍କୁ ଭଲ ଭାବେ ଖେଳିବାକୁ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି।

Related story