ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଛନ୍ତି ଶ୍ରୀଲଙ୍କାର ବାମହାତୀ ଓପନର ଉପୁଲ ଥରଙ୍ଗା। ୩୬ ବର୍ଷୀୟ ଥରଙ୍ଗା ଟ୍ୱିଟ କରି ନିଜ ୧୬ ବର୍ଷର କ୍ରିକେଟ କ୍ୟାରିୟରରୁ ଅବସର ନେଉଥିବା କଥା ଘୋଷଣା କରିଛନ୍ତି। ୨୦୧୯ରେ ସେ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଶ୍ରୀଲଙ୍କା ପାଇଁ ଖେଳିଥିଲେ। ସେହିପରି ନିଜ ଦେଶ ପାଇଁ ଥରଙ୍ଗା ୩୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଭାରତ ୨୦୧୭ରେ ଶ୍ରୀଲଙ୍କା ଗସ୍ତ କରିଥିଲା। ଏହି ଟେଷ୍ଟ ସିରିଜ୍‌ ମଧ୍ୟ […]

upul-tharanga

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 06:35 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଛନ୍ତି ଶ୍ରୀଲଙ୍କାର ବାମହାତୀ ଓପନର ଉପୁଲ ଥରଙ୍ଗା। ୩୬ ବର୍ଷୀୟ ଥରଙ୍ଗା ଟ୍ୱିଟ କରି ନିଜ ୧୬ ବର୍ଷର କ୍ରିକେଟ କ୍ୟାରିୟରରୁ ଅବସର ନେଉଥିବା କଥା ଘୋଷଣା କରିଛନ୍ତି। ୨୦୧୯ରେ ସେ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଶ୍ରୀଲଙ୍କା ପାଇଁ ଖେଳିଥିଲେ।

ସେହିପରି ନିଜ ଦେଶ ପାଇଁ ଥରଙ୍ଗା ୩୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଭାରତ ୨୦୧୭ରେ ଶ୍ରୀଲଙ୍କା ଗସ୍ତ କରିଥିଲା। ଏହି ଟେଷ୍ଟ ସିରିଜ୍‌ ମଧ୍ୟ ଥରଙ୍ଗା ଖେଳିଥିଲେ। ହେଲେ ଏହାପରେ ତାଙ୍କୁ ଆଉ ଜାତୀୟ ଦଳରେ ଦେଖିବାକୁ ମିଳି ନଥିଲା। ୨୦୦୫ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଥରଙ୍ଗା ଶ୍ରୀଲଙ୍କା ପାଇଁ ୨୬ଟି ଟି-୨୦ରେ ପ୍ରତିନିଧିତ୍ୱ କରିଥିଲେ।


ସେ ନିଜର ଅବସର ସମ୍ପର୍କରେ ଘୋଷଣା କରି କହିଛନ୍ତି, ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଧରି ମୁଁ ଅନ୍ତର୍ଜାତୀୟ କ୍ରିକେଟ ସହ ଜଡ଼ିତ ହୋଇ ରହିଥିଲି। ଏବେ ଏହାକୁ ଅଲବିଦା କହିବାର ଉପଯୁକ୍ତ ସମୟ ଆସି ଯାଇଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୋ ଉପରେ ସର୍ବଦା ବିଶ୍ୱାସ ଦେଖାଇ ସୁଯୋଗ ଦେଇଥିବାରୁ ମୁଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି।

ପ୍ରତିଟି ଭଲ ଜିନିଷ ଓ କଥାର ଶେଷ ଥାଏ। ତେଣୁ ଆଜି ମୋ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। କ୍ରିକେଟ ପ୍ରେମୀ, ପ୍ରଶଂସକ ଓ ମୋ ପରିବାର ସବୁବେଳେ ମୋର ଭଲ ଏବଂ ଖରାପ ସମୟରେ ଛିଡ଼ା ହୋଇଥିଲେ।

ଏଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ। ମୁଁ ଶ୍ରୀଲଙ୍କା ଟିମ୍‌କୁ ଶୁଭେଚ୍ଛା ଜଣାଉଛି। ମୋର ଆଶା ଟିମ୍‌ ବେଶ ଶକ୍ତିଶାଳୀ ଢଙ୍ଗରେ ବାଉନ୍ସ ବ୍ୟାକ୍‌ କରିବ ବୋଲି ଥରଙ୍ଗା ଟ୍ୱିଟ କରିଛନ୍ତି।

ବେଳେବେଳେ ଦଳର ୱିକେଟ କିପିଂ ଦାୟିତ୍ୱ ସମ୍ଭାଳୁଥିବା ଅନେକ ସମୟରେ ଶ୍ରୀଲଙ୍କା ଟିମର କାମଚଳା ଅଧିନାୟକ ହୋଇଥିଲେ। ତାଙ୍କୁ ସୀମିତ ଓଭର୍‌ର ଅଧିନାୟକ ମଧ୍ୟ ମିଳିଥିଲେ ହେଁ ୫ ମାସ ପରେ ପୁଣି ଏହା ଚାଲି ଯାଇଥିଲା। ଥରଙ୍ଗା ଶ୍ରୀଲଙ୍କା ପାଇଁ ୨୩୫ଟି ଦିନିକିଆ ଖେଳି ୬୯୫୧ ରନ୍‌ କରିଥିଲେ।

Related story