ଆଇପିଏଲ: ଧୋନିଙ୍କ ଅବସର ପୂର୍ବରୁ ଏମିତି କରିବାକୁ ଚାହାନ୍ତି ରବିନ ଉଥାପ୍ପା

ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଖେଳିବେ। ତେବେ ଆସନ୍ତାବର୍ଷ ତାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳବି କି ନାହିଁ ସେକଥା ଏଯାଏ ସନ୍ଦେହରେ ରହିଛି। ଏସବୁ ଭିତରେ ନୂଆ କରି ଧୋନିଙ୍କ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିବା ରବିନ ଉଥାପ୍ପା ବଡ଼ ବୟାନ ଦେଇଛନ୍ତି। ଆଇପିଏଲ ପାଇଁ ଖେଳାଳି ନିଲାମ ପୂର୍ବରୁ ଚେନ୍ନାଇ ଟ୍ରେଡ ୱିଣ୍ଡ ଜରିଆରେ ଉଥାପ୍ପାଙ୍କୁ ରାଜସ୍ଥାନ […]

dhoni

Hemant Lenka
  • Published: Monday, 22 February 2021
  • , Updated: 22 February 2021, 02:13 PM IST

ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଖେଳିବେ। ତେବେ ଆସନ୍ତାବର୍ଷ ତାଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳବି କି ନାହିଁ ସେକଥା ଏଯାଏ ସନ୍ଦେହରେ ରହିଛି। ଏସବୁ ଭିତରେ ନୂଆ କରି ଧୋନିଙ୍କ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିବା ରବିନ ଉଥାପ୍ପା ବଡ଼ ବୟାନ ଦେଇଛନ୍ତି।

ଆଇପିଏଲ ପାଇଁ ଖେଳାଳି ନିଲାମ ପୂର୍ବରୁ ଚେନ୍ନାଇ ଟ୍ରେଡ ୱିଣ୍ଡ ଜରିଆରେ ଉଥାପ୍ପାଙ୍କୁ ରାଜସ୍ଥାନ ରୟାଲ୍ସରୁ ନିଜ ଦଳକୁ ଆଣିଛି। ଉଥାପ୍ପା ମଧ୍ୟ ୩ଥର ଆଇପିଏଲ ବିଜେତା ଚେନ୍ନାଇ ପାଇଁ ଖେଳିବାକୁ ବେଶ ଉତ୍ସାହିତ ଅଛନ୍ତି। ଟ୍ୱିଟରରେ ଚେନ୍ନାଇ ସୁପର କିଙ୍ଗସ ଗୋଟିଏ ଭିଡିଓ ପୋଷ୍ଟ କରିଛି। ଏଥିରେ ଉଥାପ୍ପା ନିଜ ମନର କଥା କହିଛନ୍ତି।

ଚେନ୍ନାଇ ସହ ସାମିଲ ହୋଇଥିବାରୁ ତାଙ୍କର ବହୁଦିନର ସ୍ୱପ୍ନ ସାକାର ହୋଇଥିବା ମଧ୍ୟ ସେ କହିଛନ୍ତି। ସେହିପରି ଧୋନି ସବୁ ପ୍ରକାରର କ୍ରିକେଟରୁ ଅବସର ନେବା ପୂର୍ବରୁ ତାଙ୍କ ସହ ମିଶି ଖେଳିବା ଓ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ଉଥାପ୍ପାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ବି ସେ କହିଛନ୍ତି।

ସେ କହିଛନ୍ତି, “ମୁଁ ଦୀର୍ଘ ଦିନ ହେଲା ଦେଖିଥିବା ଗୋଟିଏ ଇଚ୍ଛା ଚେନ୍ନାଇ ସହ ସାମିଲ ହେବା ପରେ ପୂରଣ ହୋଇଛି। ଦୀର୍ଘ ୧୨ରୁ ୧୩ ବର୍ଷ ହେଲା ମୁଁ ଧୋନିଙ୍କ ସହ ଖେଳି ଆସୁଛି। କିନ୍ତୁ ସେ ଅବସର ନେବା ପୂର୍ବରୁ ତାଙ୍କ ସହ ମ୍ୟାଚ୍‌ ଖେଳି ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବା ମୋର ଏକମାତ୍ର ଲକ୍ଷ୍ୟ। ଚେନ୍ନାଇ ପାଇଁ ଖେଳିବା ଗୋଟିଏ ଆର୍ଶୀବାଦ ଓ ମୋ ପାଇଁ ବହୁତ ବଡ଼ ସୁଯୋଗ। ଅମ୍ବାତି ରାୟୁଡୁ ଓ ସୁରେଶ ରାଇନାଙ୍କ ସହ ମଧ୍ୟ ମୁଁ ଖେଳି ଆଗକୁ ବଢ଼ିଛି। ତେଣୁ ଚେନ୍ନାଇ ପାଇଁ ଖେଳିବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ମୋତେ ଏତେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।”

୨୦୦୭ରେ ଭାରତ ପ୍ରଥମଥର ଧୋନିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ଟିମ୍‌ରେ ଉଥାପ୍ପା ମଧ୍ୟ ରହିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ୧୧୩ ଷ୍ଟ୍ରାଇକ ରେଟ୍‌ରେ ୧୧୩ ରନ୍‌ କରିଥିଲେ। ଆଇପିଏଲରେ ଉଥାପ୍ପାର ବିଭିନ୍ନ ଦଳ ପକ୍ଷରୁ ୧୮୯ଟି ମ୍ୟାଚ୍‌ ଖେଳି ୪୬୦୭ ରନ୍‌ କରିଛନ୍ତି। ଏଥିରେ ୨୪ଟି ଅର୍ଦ୍ଧଶତକ ରହିଛି।

Related story