ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗ: ଖସିଲେ ବିରାଟ, ଉଠିଲେ ରାହୁଲ

ଦୁବାଇ: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲିଙ୍କୁ ନେଇ ପୁଣି ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି। ଆଜି ଆଇସିସି ପକ୍ଷରୁ ଟି-୨୦ ବ୍ୟାଟସମ୍ୟାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ବିରାଟ ୪ଟି ସ୍ଥାନ ତଳକୁ ଖସି ୮ମରେ ପହଞ୍ଚି ଯାଇଛନ୍ତି। ତେବେ ଟିମ ଇଣ୍ଡିଆର ନୂଆ ଉପ ଅଧିନାୟକ କେଏଲ ରାହୁଲ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ରାହୁଲ ଚଳିତ […]

Virat1

Hemant Lenka
  • Published: Wednesday, 10 November 2021
  • , Updated: 10 November 2021, 02:39 PM IST

ଦୁବାଇ: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲିଙ୍କୁ ନେଇ ପୁଣି ଗୋଟିଏ ଖରାପ ଖବର ସାମ୍ନାକୁ ଆସିଛି। ଆଜି ଆଇସିସି ପକ୍ଷରୁ ଟି-୨୦ ବ୍ୟାଟସମ୍ୟାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ବିରାଟ ୪ଟି ସ୍ଥାନ ତଳକୁ ଖସି ୮ମରେ ପହଞ୍ଚି ଯାଇଛନ୍ତି।

ତେବେ ଟିମ ଇଣ୍ଡିଆର ନୂଆ ଉପ ଅଧିନାୟକ କେଏଲ ରାହୁଲ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ରାହୁଲ ଚଳିତ ବିଶ୍ୱକପରେ ଭାରତର ଶେଷ ୩ ମ୍ୟାଚ୍‌ରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ତାଙ୍କୁ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଫାଇଦା ମିଳିଛି। ବିରାଟ କେବଳ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଦେଲେ ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ତେଣୁ ତାଙ୍କ ରାଙ୍କିଙ୍ଗ ନିମ୍ନଗାମୀ ହୋଇଛି।

ଆଇସିସି ପକ୍ଷରୁ ଜାରି ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ କେବଳ ରାହୁଲ ଓ ବିରାଟ ରହିଛନ୍ତି। ପୂର୍ବଭଳି ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଚଳିତ ବିଶ୍ୱକପରେ ସେ ନିଜର ଜଲୱା ଦେଖାଇବା ପାକିସ୍ତାନକୁ ସେମି ଫାଇନାଲରେ ପ୍ରବେଶ କରାଇଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମଙ୍କ ରାଙ୍କିଙ୍ଗରେ ଉନ୍ନତି ଆସିଛି। ସେ ୩ଟି ସ୍ଥାନ ଉପରକୁ ଉଠି ତାଲିକାର ୩ନଂ ସ୍ଥାନ ଦଖଲ କରିଛନ୍ତି। ତାଙ୍କ ଟିମ୍‌ମେଟ ଭାନ ଡେର ଡୁସେନ ମଧ୍ୟ ଟପ୍ ୧୦ରେ ପ୍ରବେଶ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ଅପରାଜିତ ୯୪ ରନ୍‌ର ଇନିଂସ ଖେଳିଥିଲେ।

ଏହାପରେ ସେ ୬ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଙ୍କିଙ୍ଗର ୨ୟ ସ୍ଥାନରେ ଡାୱିଡ ମଲାନ, ୪ର୍ଥରେ ଆରୋନ ଫିଞ୍ଚ, ୬ଷ୍ଠରେ ମହମ୍ମଦ ରିଜୱାନ, ୭ରେ ଡେଭିଡ କନୱେ ଓ ୯ମରେ ଜୋଶ ବଟଲର ରହିଛନ୍ତି।

Related story