ରୋହିତଙ୍କ ଟି-୨୦ ରେକର୍ଡର ସମକକ୍ଷ ହେଲେ ବିରାଟ

କୋଲକାତା: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଖରାପ ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିବା ବିରାଟ ଶୁକ୍ରବାର ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେ ୪୧ ବଲ୍‌ରେ ୫୨ ରନ୍‌ ଇନିଂସ୍‌ ଖେଳି ଭାରତର ସ୍କୋର ୧୮୬ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଋଷଭ ପନ୍ତଙ୍କ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ […]

Virat1

Hemant Lenka
  • Published: Saturday, 19 February 2022
  • , Updated: 19 February 2022, 05:54 PM IST

କୋଲକାତା: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଖରାପ ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିବା ବିରାଟ ଶୁକ୍ରବାର ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ସେ ୪୧ ବଲ୍‌ରେ ୫୨ ରନ୍‌ ଇନିଂସ୍‌ ଖେଳି ଭାରତର ସ୍କୋର ୧୮୬ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଋଷଭ ପନ୍ତଙ୍କ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟ ବେଳେ ବିରାଟ ସ୍ଥିତି ସମ୍ଭାଳି ନିଜ ଅଭିଜ୍ଞତାର ପରିଚୟ ଦେଇଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ବିରାଟ ଅର୍ଦ୍ଧଶତକ ହାସଲ କରି ଦଳର ଅଧିନାୟକ ରୋହିତ ଶର୍ମାକ ରେକର୍ଡର ସମକକ୍ଷ ହୋଇଛନ୍ତି। ପୂର୍ବରୁ ରୋହିତ ଟି-୨୦ରେ ସର୍ବାଧିକ ଥର ୫୦ରୁ ଅଧିକ ରନ୍‌ କରିବାର ରେକର୍ଡ ନିଜ ନାଁରେ ରଖିଥିଲେ। ହେଲେ ବିରାଟ ଶୁକ୍ରବାର ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

ଉଭୟ ଏଯାଏ ଟି-୨୦ରେ ୩୦ଥର ଲେଖାଏ ୫୦ରୁ ଅଧିକ ରନ୍‌ କରିଛନ୍ତି। ହେଲେ ରୋହିତଙ୍କ ତୁଳନାରେ ବିରାଟ ବହୁତ କମ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ବିରାଟ ଏଯାଏ ୯୭ଟି ମ୍ୟାଚ୍‌ ଖେଳିଥିବା ବେଳେ ରୋହିତ ୧୨୧ ମ୍ୟାଚ୍‌ରେ ୩୦ ଥର ୫୦+ ରନ୍‌ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପାକିସ୍ତାନର ବାବର ଆଜମ ୭୩ଟି ମ୍ୟାଚ୍‌ରେ ୨୬ଥର, ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ୧୧୨ ମ୍ୟାଚ୍‌ରେ ୨୨ ଥର ଓ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୮୮ ମ୍ୟାଚ୍‌ରେ ୨୨ ଥର ୫୦ରୁ ଅଧିକ ରନ୍‌ କରିଛନ୍ତି।

ଅନ୍ୟପକ୍ଷରେ ଟି-୨୦ରେ ସର୍ବାଧିକ ରନ ହାସଲକାରୀ ଖେଳାଳି ତାଲିକାରେ ବିରାଟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଏଯାଏ ୩୨୯୬ ରନ୍‌ ହାସଲ କରିଥିବା ବେଳେ ୩୨୯୯ ରନ୍‌ ସହ ମାର୍ଟିନ ଗପ୍ଟିଲ ପ୍ରଥମ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୩୨୯୫ ରନ୍‌ ସହ ତୃତୀୟରେ ଅଛନ୍ତି।

ଫେବୃଆରୀ ୨୪ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ରେ ବିରାଟ ଖେଳିବେ ନାହିଁ। ତେଣୁ ରୋହିତ ଶର୍ମା ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟ ହେବାର ସୁଯୋଗ ପାଇବେ। କାରଣ ସେ ଗପ୍ଟିଲଙ୍କ ଠାରୁ ମାତ୍ର ୪ ରନ୍‌ ଦୂରରେ ରହିଛନ୍ତି। ସେ ୫ ରନ୍‌ କରିବା କ୍ଷଣି ଟି-୨୦ରେ ସର୍ବାଧିକ ରନହାସଲକାରୀ କ୍ରିକେଟର ବନିଯିବେ।

Related story