ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିଲେ, ଆଉ ଗୋଟିଏର ସମକକ୍ଷ ହେଲେ ବିରାଟ

ଗୌହାଟୀ: ବର୍ଷ ୨୦୨୩ର ପ୍ରଥମ ଦିନିକିଆରେ ବିରାଟ କୋହଲି ନିଜର ଦମ ଦେଖାଇଛନ୍ତି। ସେ ଆଜି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୧୧୩ ରନର ଇନିଂସ ଖେଳିଛନ୍ତି। ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୪୫ତମ ଶତକ। ସେହିପରି ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୩ରେ ପହଞ୍ଚିଛି। ଆଜିର ଇନିଂସ ପରେ ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି। ସେହିପରି ଆଉ ଗୋଟିଏ ରେକର୍ଡର ସମକକ୍ଷ ହୋଇଛନ୍ତି। ଉଭୟ ସଚିନ ଓ ବିରାଟ ଘରୋଇ […]

Virat1

  • Published: Tuesday, 10 January 2023
  • , Updated: 10 January 2023, 05:40 PM IST

ଗୌହାଟୀ: ବର୍ଷ ୨୦୨୩ର ପ୍ରଥମ ଦିନିକିଆରେ ବିରାଟ କୋହଲି ନିଜର ଦମ ଦେଖାଇଛନ୍ତି। ସେ ଆଜି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୧୧୩ ରନର ଇନିଂସ ଖେଳିଛନ୍ତି। ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୪୫ତମ ଶତକ। ସେହିପରି ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୩ରେ ପହଞ୍ଚିଛି।

ଆଜିର ଇନିଂସ ପରେ ବିରାଟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି। ସେହିପରି ଆଉ ଗୋଟିଏ ରେକର୍ଡର ସମକକ୍ଷ ହୋଇଛନ୍ତି। ଉଭୟ ସଚିନ ଓ ବିରାଟ ଘରୋଇ ମାଟିରେ ସର୍ବାଧିକ ୨୦ଟି ଲେଖାଏ ଶତକ ହାସଲ କରିଛନ୍ତି।

ବିରାଟ ଆଜିର ମ୍ୟାଚ୍‌ରେ ସଚିନଙ୍କ ସମକକ୍ଷ ହୋଇଥିବା ବେଳେ ତାଙ୍କ ରେକର୍ଡ ଭାଙ୍ଗିବାକୁ ଆଗାମୀ ମ୍ୟାଚ୍‌ରେ ସୁଯୋଗ ପାଇବେ। ଏମାନଙ୍କ ପଛକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୧୩ ଶତକ ସହ ରହିଛନ୍ତି। ସେ ୧୫୩ଟି ମ୍ୟାଚ ଘରୋଇ ମାଟିରେ ଖେଳି ୧୩ ଶତକ ହାସଲ କରିଥିଲେ। ସଚିନ ୧୬୪ ମ୍ୟାଚ୍‌ ଖେଳି ଘରୋଇ ମାଟିରେ ୨୦ତମ ଶତକ ହାସଲ କରିଥିଲେ। କିନ୍ତୁ ବିରାଟ ୧୦୧ ମ୍ୟାଚ ଖେଳି ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ ବିରାଟ କୋହଲି ଆଜି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଶ୍ରୀଲଙ୍କା ବିପକ୍ଷରେ ୮ଟି ଶତକ ହାସଲ କରିଥିବା ବେଳେ ବିରାଟଙ୍କ ଶତକ ସଂଖ୍ୟା ଆଜି ୯ରେ ପହଞ୍ଚିଛି। ୨୦୦୮ରେ ବିରାଟ ଶ୍ରୀଲଙ୍କା ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ। ଏବେ ଶ୍ରୀଲଙ୍କା ବିପକ୍ଷରେ ସେ କମାଲ କରୁଛନ୍ତି।

କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସମାନ ୯ଟି ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଶତକ ସଂଖ୍ୟା ୮ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ତେନ୍ଦୁଲକର ସର୍ବାଧିକ ୯ଟି ଶତକ ମାରିଥିବା ବେଳେ ରୋହିତ ଶର୍ମା ମଧ୍ୟ ୮ଟି ଶତକ ହାସଲ କରିଛନ୍ତି।

 


ବିରାଟ ୨୦୧୯ ମାର୍ଚ୍ଚ ପରେ ଭାରତରେ ଶତକ ହାସଲ କରିଛନ୍ତି। ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ସେହିପରି ବିରାଟ ଦିନିକିଆରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଡିସେମ୍ବର ୧୦ ତାରିଖ ବାଂଲାଦେଶ ବିପକ୍ଷ ଦିନିକିଆରେ ମଧ୍ୟ ସେ ଶତକ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାଂଲାଦେଶ ବିପକ୍ଷରେ ବିରାଟ ସମାନ ୧୧୩ ରନ କରିଥିଲେ। ଆଜି ବି ସେ ୧୨ଟି ଚୌକା ଓ ଗୋଟିଏ ଛକା ବଳରେ ୧୧୩ ରନ କରି ଆଉଟ ହୋଇଛନ୍ତି।

Related story