ତୃତୀୟ ଟି-୨୦ ପୂର୍ବରୁ ଘରକୁ ଗଲେ କୋହଲି ଓ ପନ୍ତ, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ବି ଖେଳିବେନି

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଖେଳିବେନି ବିରାଟ କୋହଲି ଓ ଋଷଭ ପନ୍ତ। ଶୁକ୍ରବାର ଦ୍ୱିତୀୟ ଟି-୨୦ ପରେ ଉଭୟଙ୍କୁ ବିସିସିଆଇ ବାୟୋବବଲ୍ସରୁ ଛୁଟି ଦେଇଛି। ସେମାନେ ଆଜି ସକାଳୁ ବବଲ୍ସରୁ ବାହାରି ନିଜ ନିଜ ଘରକୁ ଚାଲି ଯାଇଛନ୍ତି। ପନ୍ତ ଓ କୋହଲିଙ୍କୁ ବିସିସିଆଇ ୧୦ ଦିନିକିଆ ଛୁଟିରେ ପଠାଇ ଥିବାରୁ ଉଭୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ମଧ୍ୟ ଖେଳିବେ ନାହିଁ। ମାର୍ଚ୍ଚ ମାସରୁ ଆରମ୍ଭ ହେବାଥିବା […]

Virat

Virat

Hemant Lenka
  • Published: Saturday, 19 February 2022
  • Updated: 19 February 2022, 03:35 PM IST

Sports

Latest News

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଖେଳିବେନି ବିରାଟ କୋହଲି ଓ ଋଷଭ ପନ୍ତ। ଶୁକ୍ରବାର ଦ୍ୱିତୀୟ ଟି-୨୦ ପରେ ଉଭୟଙ୍କୁ ବିସିସିଆଇ ବାୟୋବବଲ୍ସରୁ ଛୁଟି ଦେଇଛି। ସେମାନେ ଆଜି ସକାଳୁ ବବଲ୍ସରୁ ବାହାରି ନିଜ ନିଜ ଘରକୁ ଚାଲି ଯାଇଛନ୍ତି।

ପନ୍ତ ଓ କୋହଲିଙ୍କୁ ବିସିସିଆଇ ୧୦ ଦିନିକିଆ ଛୁଟିରେ ପଠାଇ ଥିବାରୁ ଉଭୟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ମଧ୍ୟ ଖେଳିବେ ନାହିଁ। ମାର୍ଚ୍ଚ ମାସରୁ ଆରମ୍ଭ ହେବାଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ହିଁ ଉଭୟ ଟିମ୍‌କୁ କମବ୍ୟାକ୍‌ କରିବେ।

ଶୁକ୍ରବାର ଟି-୨୦ ମ୍ୟାଚ୍‌ରେ ବିରାଟ ଓ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୮୬ ରନ୍ କରିଥିବା ବେଳେ ଇଣ୍ଡିଜ୍ ଟିମ୍ ୧୭୮ରେ ଅଟକି ଯାଇଥିଲା। ମ୍ୟାଚ୍ ସହ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଆଗୁଆ ୨-୦ରେ ଜିତି ନେଇଛି। ଆସନ୍ତାକାଲି ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତ ସିରିଜ୍ ଜିତି ସାରିଥିବାରୁ ବିସିସିଆଇ ୱାର୍କଲୋଡ ହ୍ରାସ କରିବା ପାଇଁ ପନ୍ତ ଓ କୋହଲିଙ୍କୁ ଛୁଟିରେ ପଠାଇଛି।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଭାରତ ସିରିଜ୍‌ ଜିତି ସାରିଥିବାରୁ ବିରାଟ ଓ ପନ୍ତଙ୍କୁ ଛୁଟି ମିଳିଛି। ଉଭୟ ଆଜି ସକାଳୁ ବବଲ୍ସ ଛାଡ଼ି ଘରକୁ ଯାଇଛନ୍ତି। ୱାର୍କଲୋଡ ମ୍ୟାନେଜମେଣ୍ଟ ଓ ମାନସିକ ସ୍ଥିତିରେ ସନ୍ତୁଳନ ଆଣିବାକୁ ବିସିସିଆଇ ସବୁ ଫର୍ମାଟରେ ଖେଳୁଥିବା କ୍ରିକେଟରଙ୍କୁ ନିୟମିତ ଛୁଟିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ପନ୍ତ ଓ ବିରାଟ ଛୁଟି ପାଇଛନ୍ତି।”

ଫେବୃଆରୀ ୨୪ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ବେଳେ ବାକି ୨ଟି ଯାକ ମ୍ୟାଚ୍ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୧୨ରୁ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ।

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି ହିଁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବିସିସିଆଇ ସ୍କ୍ୱାଡ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story