ଦ୍ୱିତୀୟ ଦିନିକିଆରେ ଟସ୍‌ ହାରିଲା ଭାରତ, ଖେଳୁନାହାନ୍ତି ପୋଲାର୍ଡ

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ଟସ୍ ହାରି ଯାଇଛି। ୱେଷ୍ଟଇଣ୍ଡିଜର କାମ ଚଳା ଅଧିନାୟକ ନିକୋଲ୍ସ ପୁରନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ଇଣ୍ଡିଜ ଟିମର ନିୟମିତ ଅଧିନାୟକ କାଏରନ ପୋଲାର୍ଡ ଖେଳୁନାହାନ୍ତି। ଆହତ ଯୋଗୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ପୁରନ ଦଳର କମାଣ ସମ୍ଭାଳିଛନ୍ତି। ପୋଲାର୍ଡଙ୍କ ସ୍ଥାନରେ ଓଡେନ ସ୍ମିଥ ଆଜି ମୈଦାନକୁ ଓହ୍ଲାଇବେ। ଅନ୍ୟପକ୍ଷରେ […]

Rahul

Hemant Lenka
  • Published: Wednesday, 09 February 2022
  • , Updated: 09 February 2022, 01:14 PM IST

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ଟସ୍ ହାରି ଯାଇଛି। ୱେଷ୍ଟଇଣ୍ଡିଜର କାମ ଚଳା ଅଧିନାୟକ ନିକୋଲ୍ସ ପୁରନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ଇଣ୍ଡିଜ ଟିମର ନିୟମିତ ଅଧିନାୟକ କାଏରନ ପୋଲାର୍ଡ ଖେଳୁନାହାନ୍ତି। ଆହତ ଯୋଗୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ପୁରନ ଦଳର କମାଣ ସମ୍ଭାଳିଛନ୍ତି। ପୋଲାର୍ଡଙ୍କ ସ୍ଥାନରେ ଓଡେନ ସ୍ମିଥ ଆଜି ମୈଦାନକୁ ଓହ୍ଲାଇବେ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆ ଜିତିବା ସତ୍ତ୍ୱେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳକୁ ଉପ ଅଧିନାୟକ କେଏଲ ରାହୁଲ ଫେରିଛନ୍ତି। ଏହି କାରଣରୁ ଗତ ମ୍ୟାଚରେ ଇନିଂସ ଆରମ୍ଭ କରିଥିବା ଈଶାନ କିଶନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ରାହୁଲ ଓ ରୋହିତ ଇନିଂସ ଆରମ୍ଭ କରିବେ।


୩ ମ୍ୟାଚ୍‌ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ଏକତରଫା ଭାବେ ବିଜୟ ହାସଲ କରିଥିଲା। ଆଜି ଯଦି ଭାରତ ମ୍ୟାଚ୍‌ ଜିତି ନେବ, ତା’ହେଲେ ୨-୦ରେ ଆଗୁଆ ସିରିଜ୍‌ ବାଜିମାତ କରିବ।

Related story