କେବେ ଟିମ୍‌ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ଜବାବ ଦେଲେ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରଠାରୁ ଜାତୀୟ ଟିମ୍‌ରେ ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳୁନି। ଏକଦା ଟେଷ୍ଟ, ଟି-୨୦ ଓ ଦିନିକିଆ ମ୍ୟାଚ୍‌ରେ ଖେଳୁଥିବା ହାର୍ଦ୍ଦିକ ଆହତ ଯୋଗୁ ଦଳରୁ ବାଦ ପଡ଼ିଛନ୍ତି। ସେ ୨୦୨୧ ଆଇପିଏଲ ଖେଳିଥିଲେ ମଧ୍ୟ ଜାତୀୟ ଟିମ୍‌ରେ ତାଙ୍କର କମବ୍ୟାକ୍‌ ହୋଇନି। ଏସବୁ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟା କେବେ ଜାତୀୟ ଟିମ୍‌କୁ ଫେରିବେ, ତା’ର ଜବାବ ଆଜି ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଆଜି […]

Hardik

Hemant Lenka
  • Published: Saturday, 19 February 2022
  • , Updated: 19 February 2022, 08:49 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରଠାରୁ ଜାତୀୟ ଟିମ୍‌ରେ ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳୁନି। ଏକଦା ଟେଷ୍ଟ, ଟି-୨୦ ଓ ଦିନିକିଆ ମ୍ୟାଚ୍‌ରେ ଖେଳୁଥିବା ହାର୍ଦ୍ଦିକ ଆହତ ଯୋଗୁ ଦଳରୁ ବାଦ ପଡ଼ିଛନ୍ତି। ସେ ୨୦୨୧ ଆଇପିଏଲ ଖେଳିଥିଲେ ମଧ୍ୟ ଜାତୀୟ ଟିମ୍‌ରେ ତାଙ୍କର କମବ୍ୟାକ୍‌ ହୋଇନି।

ଏସବୁ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟା କେବେ ଜାତୀୟ ଟିମ୍‌କୁ ଫେରିବେ, ତା’ର ଜବାବ ଆଜି ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଆଜି ଦଳ ଘୋଷଣା କରାଯାଇଛି। ଏହି ସମୟରେ ହାର୍ଦ୍ଦିକଙ୍କ କମବ୍ୟାକ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ଚେତନ ଶର୍ମା କହିଛନ୍ତି, ମ୍ୟାଚ୍‌ ଖେଳିବାକୁ ହାର୍ଦ୍ଦିକ ପାଣ୍ତ୍ୟା ୧୦୦% ଫିଟ ହେବା ପରେ ଚୟନ କମିଟି ତାଙ୍କ ନାଁକୁ ବିଚାର ପାଇଁ ଗ୍ରହଣ କରିବ। ଏହାପରେ ହିଁ ତାଙ୍କର ଦଳକୁ କମବ୍ୟାକ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ।

କିନ୍ତୁ ଆହତ ସମସ୍ୟା ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଯେଉଁଦିନ ଆମେ ଭାବିବୁ ମ୍ୟାଚ୍‌ ଖେଳିବା ପାଇଁ ସେ ୧୦୦% ଫିଟ ଓ ସେ ବୋଲିଂ କରିପାରୁଛନ୍ତି, ସେଦିନ ହିଁ ତାଙ୍କ ନାଁକୁ ଚୟନ ପାଇଁ ବିଚାର କରାଯିବ। ହାର୍ଦ୍ଦିକ କାହିଁକି ରଣଜୀ ଟ୍ରଫି ଖେଳୁ ନାହାନ୍ତି, ସେକଥା ଆପଣମାନେ ତାଙ୍କୁ ପଚାରନ୍ତୁ। ଆମେ ରଣଜୀ ଟ୍ରଫି ଖେଳୁଥିବା ଓ ସେଠାରେ ଭଲ ପ୍ରଦର୍ଶନ କରୁଥିବା କ୍ରିକେଟରଙ୍କ ଉପରେ ନଜର ରଖିଛୁ। ତେଣୁ ଆମେ ରଣଜୀ ଟ୍ରଫି ମ୍ୟାଚ୍‌କୁ ଦେଖି ଖୁସି ହେଉଛୁ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଟି-୨୦ ବିଶ୍ୱକପ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ଖେଳି ନାହାନ୍ତି। ତଥାପି ଆଇପିଏଲର ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ ତାଙ୍କୁ ୧୫ କୋଟିରେ ନିଲାମ ପୂର୍ବରୁ ନିଜ ସହ ସାମିଲ କରିଛି। ୨୦୨୧ ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ ମଧ୍ୟ ବୋଲିଂ କରି ନଥିଲେ।

ସେହିପରି ଟି-୨୦ ବିଶ୍ୱକପ ବେଳେ ସେ ପୂରା ଟୁର୍ଣ୍ଣାମେଣ୍ଟରେ ୪ ଓଭର ପକାଇଥିଲେ। ସେ ଶତପ୍ରତିଶତ ଫିଟ ନଥିବାରୁ ବୋଲିଂ କରୁନାହାନ୍ତି। ଏଥିପାଇଁ ତାଙ୍କୁ ବିସିସିଆଇ ଜାତୀୟ ଦଳ ପାଇଁ ଚୟନ କରୁନି।

Related story