ଟିମ୍ ଇଣ୍ଡିଆ କାହିଁକି ହାରିଲା ଚେନ୍ନାଇ ଟେଷ୍ଟ?

ଚେନ୍ନାଇ: ସଫଳ ଅଷ୍ଟ୍ରେଲିଆ ଟୁର୍ ପରେ ଟିମ୍ ଇଣ୍ଡିଆ ଦୃଢ଼ ଆତ୍ମବିଶ୍ୱାସ ନେଇ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଓହ୍ଲାଇଥିଲା। ଟିମର ଆଭିମୁଖ୍ୟ, ସାମର୍ଥ୍ୟ ଓ ସନ୍ତୁଳନକୁ ନେଇ କୌଣସି ପ୍ରଶ୍ନ ନଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଟିମ୍ ଇଣ୍ଡିଆ ନିଜ ମାଟିରେ ସିରିଜର ପ୍ରଥମ ଟେଷ୍ଟରେ ଯେଉଁଭଳି ଶୋଚନୀୟ ଭାବେ ହାରିଲା, ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଅନ୍ୟପକ୍ଷରେ ଇଂଲଣ୍ଡର ଅପ୍ରତ୍ୟାଶିତ ଓ ବୃହତ ବିଜୟ ପଛରେ […]

india

Ranjit Kumar Jena
  • Published: Wednesday, 10 February 2021
  • , Updated: 10 February 2021, 03:19 PM IST

ଚେନ୍ନାଇ: ସଫଳ ଅଷ୍ଟ୍ରେଲିଆ ଟୁର୍ ପରେ ଟିମ୍ ଇଣ୍ଡିଆ ଦୃଢ଼ ଆତ୍ମବିଶ୍ୱାସ ନେଇ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଓହ୍ଲାଇଥିଲା। ଟିମର ଆଭିମୁଖ୍ୟ, ସାମର୍ଥ୍ୟ ଓ ସନ୍ତୁଳନକୁ ନେଇ କୌଣସି ପ୍ରଶ୍ନ ନଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଟିମ୍ ଇଣ୍ଡିଆ ନିଜ ମାଟିରେ ସିରିଜର ପ୍ରଥମ ଟେଷ୍ଟରେ ଯେଉଁଭଳି ଶୋଚନୀୟ ଭାବେ ହାରିଲା, ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଅନ୍ୟପକ୍ଷରେ ଇଂଲଣ୍ଡର ଅପ୍ରତ୍ୟାଶିତ ଓ ବୃହତ ବିଜୟ ପଛରେ ଭାରତର ଏକାଧିକ ଦୁର୍ବଳ ପ୍ରଦର୍ଶନକୁ ଦାୟୀ କରାଯାଉଛି। ତେବେ ଆସନ୍ତୁ ଜାଣିବା, ଭାରତର ଏହି ଶୋଚନୀୟ ପରାଜୟ ପଛର କାରଣ କ'ଣ।

  •  ଚେନ୍ନାଇର ଧୀମା ଅଥଚ ପରିବର୍ତ୍ତନଶୀଳ ପିଚରେ ଟସ୍ ହାରିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଟସ୍ ହାରିବା ଭାରତକୁ ମହଙ୍ଗା ପଡ଼ିଥିଲା ଏବଂ ଇଂଲଣ୍ଡ ଏହାର ଫାଇଦା ଉଠାଇ ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା।
  • ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କ ଦୟନୀୟ ବୋଲିଂ ଓ ଟିମ୍ ଇଂଲଣ୍ଡର ଦାୟିତ୍ୱସଂପନ୍ନ ବ୍ୟାଟିଂ ଫରକ ସୃଷ୍ଟି କରିଥିଲା। ବିଶେଷକରି ଇଂଲଣ୍ଡର ଜୋ ରୁଟ୍ ଓ ଓପ୍ନର ଡମ୍ ସିବଲେ ଚମତ୍କାର ବ୍ୟାଟିଂ କରିଥିଲେ। ସେହିପରି ବେନ୍ ଷ୍ଟୋକ୍ସଙ୍କ ୮୨ ରନର ଇନିଂସ୍ ମଧ୍ୟ ନିର୍ଣ୍ଣାୟକ ହୋଇଥିଲା। ଏହାବାଦ୍ ସବୁଠାରୁ ବଡ଼ କଥା ହେଉଛି, ଟିମ୍ ପ୍ରଥମ ଇନିଂସରେ ବଡ଼ ପାର୍ଟନରଶିପ୍ କରିବାରେ ସଫଳ ହୋଇଥିଲା।
  • ସ୍ପିନ୍ ବୋଲର୍ କମ୍ବିନେସନ୍ ଚୟନରେ ତ୍ରୁଟି, ଯାହା ଭାରତ ପାଇଁ ମହଙ୍ଗା ପଡ଼ିଥିଲା।
  • କ୍ୟାରିଅରର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଉଭୟ ଶାହାବାଜ ନଦୀମ୍ ଓ ୱାଶିଂଟନ୍ ସୁନ୍ଦରଙ୍କ ଦୁର୍ବଳ ପ୍ରଦର୍ଶନ।
  • ପ୍ରଥମ ପାଳିରେ ଇଂଲିଶ ଅଧିନାୟକ ରୁଟଙ୍କ ପ୍ରଭାବୀ ପ୍ରଦର୍ଶନ।
  • ଈଶାନ୍ତ ଶର୍ମାଙ୍କ ଚମକହୀନ କମ୍ ବ୍ୟାକ୍।
  • ରୋହିତ ଶର୍ମାଙ୍କ ଦୁର୍ବଳ ଫର୍ମ, ଆଜିଙ୍କ୍ୟ ରାହାଣେଙ୍କ ବିଫଳତା।
  • ଇଂଲିଶ ସ୍ପିନରଙ୍କୁ ଘରୋଇ ବ୍ୟାଟସମ୍ୟାନଙ୍କ ହେୟଜ୍ଞାନ।
  • ମାତ୍ରାଧିକ ଆତ୍ମବିଶ୍ୱାସ ଓ ଭ୍ରମଣକାରୀ ଦଳର ଷ୍ଟାର୍ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତିର ଅଭାବ।
  • ବୋଲିଂ ବେଳେ ଗୁଡ଼ାଏ ନୋ ବଲ୍ ସହ ଅତିରିକ୍ତ ରନ୍ ବ୍ୟୟ।

ଖାସ୍ ଏମିତି କିଛି କାରଣ ପାଇଁ ଚେନ୍ନାଇର ଚେପକରେ ଗତ ୧୪ଟି ମ୍ୟାଚରେ ଅପରାଜେୟ ଥିବା ଭାରତୀୟ ଦଳ ଶେଷରେ ମାଟି କାମୁଡ଼ିବାକୁ ବାଧ୍ୟ ହୋଇଛି।

Related story