ପଦ୍ମ ଧରିଲେ ମିସେସ୍ ଜାଡେଜା

ଜାମନଗର: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ରାଜନୀତିରେ ପାଦ ଥାପିଛନ୍ତି। ରବିବାର ଗୁଜରାଟ କୃଷିମନ୍ତ୍ରୀ ଆର୍ସି ଫାଲଦୁ ଓ ସାଂସଦ ପୁନମ ମ୍ୟାଡାମଙ୍କ ଉପସ୍ଥିତିରେ ରିଭାବା ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ୍ ହେବା ପରେ ରିଭାବା କହିଥିଲେ, ମୋ ପତି (ରବୀନ୍ଦ୍ର ଜାଡେଜା)ଙ୍କ ସମର୍ଥନ ଓ ଅନୁମତିକ୍ରମେ ମୁଁ ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରେରଣା ପାଇ ରାଜନୀତିକୁ […]

rr

Hemant Lenka
  • Published: Monday, 04 March 2019
  • , Updated: 04 March 2019, 05:34 PM IST

ଜାମନଗର: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ରାଜନୀତିରେ ପାଦ ଥାପିଛନ୍ତି। ରବିବାର ଗୁଜରାଟ କୃଷିମନ୍ତ୍ରୀ ଆର୍ସି ଫାଲଦୁ ଓ ସାଂସଦ ପୁନମ ମ୍ୟାଡାମଙ୍କ ଉପସ୍ଥିତିରେ ରିଭାବା ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ୍ ହେବା ପରେ ରିଭାବା କହିଥିଲେ, ମୋ ପତି (ରବୀନ୍ଦ୍ର ଜାଡେଜା)ଙ୍କ ସମର୍ଥନ ଓ ଅନୁମତିକ୍ରମେ ମୁଁ ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରେରଣା ପାଇ ରାଜନୀତିକୁ ଆସିଛି। କୁହାଯାଉଛି ଯେ, ରିଭାବାଙ୍କ ବିଜେପିରେ ସାମିଲ ହେବା ଦ୍ୱାରା ପାର୍ଟି ସୌରାଷ୍ଟ୍ରରେ ମଜଭୁତ ହେବ।

ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ସୌରାଷ୍ଟ୍ରରେ ପଟେଲ ସମାଜର ଅସନ୍ତୋଷ କାରଣରୁ ବିଜେପିକୁ ବହୁତ କ୍ଷତି ପହଞ୍ଚି ଥିଲା। ଏଥର ରିଭାବାଙ୍କ ଯୋଗଦାନ ଦ୍ୱାରା ବିଜେପିକୁ ରାଜପୁତ ସମାଜର ଭୋଟ ମିଳିବାର ସମ୍ଭାବନା ବଢ଼ିଯାଇଛି।

ରିଭାବା ଆହୁରି କହିଛନ୍ତି, "ବିଜେପି ଏକ ଲୋକତାନ୍ତ୍ରିକ ପାର୍ଟି। ଆଗାମୀ ଲୋକସଭା ନିର୍ବାଚନରେ ମୋ ଭୂମିକା ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବ।" ସୂଚନାଯୋଗ୍ୟ, ରିଭାବା ୨୦୧୬ରେ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଏକ କନ୍ୟାସନ୍ତାନ ମଧ୍ୟ ଅଛି ।

Related story