୧୭୯ ମାରିଲେ ଚାମ୍ପିଅନ ହେବ ଚେନ୍ନାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଛି ଚଳିତ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଚାଲିଛି ଲଢ଼େଇ। ଚେନ୍ନାଇ ଆଗରେ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ। ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଚେନ୍ନାଇ। ହ୍ରାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରିଛି। ଦଳ ପକ୍ଷରୁ ଶିଖର ଧାୱନ ୨୬ ରନ୍ କରିଥିବା ବେଳେ ଅଧିନାୟକ […]

dhoni

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଛି ଚଳିତ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍। ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଚାଲିଛି ଲଢ଼େଇ। ଚେନ୍ନାଇ ଆଗରେ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ।

ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଚେନ୍ନାଇ। ହ୍ରାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରିଛି। ଦଳ ପକ୍ଷରୁ ଶିଖର ଧାୱନ ୨୬ ରନ୍ କରିଥିବା ବେଳେ ଅଧିନାୟକ ୱିଲିୟମସନ୍ ୪୭ ରନ୍ କରିଛନ୍ତି। ଶକିବ ଅଲ ହାସନ ୨୩ ରନ୍ କରିଥିବା ବେଳେ ୟୁସୁଫ ପଠାନ୍ ୪୫ ରନ୍ କରି ଅପରାଜିତ ରହିଥିଲେ। ସି.ଆର୍ ବ୍ରାଥୱେଟ୍ ୨୧ ରନ୍ କରିଛନ୍ତି। ଏସ୍‌.ପି ଗୋସ୍ୱାମୀ ମାତ୍ର ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଚେନ୍ନାଇ ପକ୍ଷରୁ ଏନ୍‌ଗିଡି, ଏସ୍‌ଏନ୍ ଠାକୁର, କେଭି ଶର୍ମା, ବ୍ରାଭୋ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story