ଧୋନୀଙ୍କ ଆଗରେ ବିରାଟ ଚିତ୍‌: ଗ୍ରୁପ୍‌ ଟପ୍‌ରେ ପହଞ୍ଚିଲା ସିଏସ୍‌କେ, ଆର୍‌ସିବି ପାଇଁ ବଢ଼ିଲା ମୁସ୍କିଲ୍‌

ବାଙ୍ଗାଲୋରକୁ ୬ ୱିକେଟ୍‌ରେ ପରାସ୍ତ କରି ପୁଣିଥରେ ଗ୍ରୁପ୍‌ର ଟପ୍‌ରେ ପହଞ୍ଚିଲା ଚେନ୍ନାଇ ସୁପର କିଙ୍ଗ୍ସ। ପୁଣେ ଠାରେ ଖେଳାଇଯାଇଥିବା ଆଇପିଏଲର ୩୫ ତମ ମ୍ୟାଚ୍‌ରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୭ରନ୍‌ କରିଥିଲା,  ଜବାବରେ ଚେନ୍ନାଇ ୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଆର୍‌ସିବି ପକ୍ଷରୁ ପାର୍ଥୀ ପଟେଲ୍ ସର୍ବାଧିକ ୫୩ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଚେନ୍ନାଇର ବୋଲିଂକୁ […]

b17de7cef95cbd5e732e989ef26b3cf8

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 07:50 PM IST

ବାଙ୍ଗାଲୋରକୁ ୬ ୱିକେଟ୍‌ରେ ପରାସ୍ତ କରି ପୁଣିଥରେ ଗ୍ରୁପ୍‌ର ଟପ୍‌ରେ ପହଞ୍ଚିଲା ଚେନ୍ନାଇ ସୁପର କିଙ୍ଗ୍ସ। ପୁଣେ ଠାରେ ଖେଳାଇଯାଇଥିବା ଆଇପିଏଲର ୩୫ ତମ ମ୍ୟାଚ୍‌ରେ ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୭ରନ୍‌ କରିଥିଲା,  ଜବାବରେ ଚେନ୍ନାଇ ୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଆର୍‌ସିବି ପକ୍ଷରୁ ପାର୍ଥୀ ପଟେଲ୍ ସର୍ବାଧିକ ୫୩ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଚେନ୍ନାଇର ବୋଲିଂକୁ ସାମ୍ନା କରିପାରିନଥିଲେ। ଆଜିର ମ୍ୟାଚ୍‌ ଜିତିବା ପରେ ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ୧୪ ଅଙ୍କ ସହ ଟପ୍‌ରେ ପହଞ୍ଚିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୭ଟିରେ ବିଜୟ ହେବା ସହ ୩ଟିରେ ପରାସ୍ତ ହୋଇଛି। ଅନ୍ୟପଟେ ଆଜିର ପାରଜୟ ପରେ ଆର୍‌ସିବି ପାଇଁ ମୁସ୍କିଲ ବଢ଼ିଯାଇଛି। ଏପର୍ଯ୍ୟନ୍ତ ଆର୍‌ସିବି ୯ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହେବାସହ ୬ଟି ମ୍ୟାଚ୍‌ରେ ପରାଜୟ ହୋଇଛି। ଫଳରେ ୬ ଅଙ୍କ ସହ ଆର୍‌ସିବି ଷଷ୍ଠ ସ୍ଥାନରେ ରହିଛି। ତେଣୁ ଆଇପିଏଲପ ଟପ୍-୪ରେ ପହଞ୍ଚିବାକୁ ହେଲେ ଆର୍‌ସିବି ପାଇଁ ବାକି ଥିବା ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ।

Related story