ଆଇପିଏଲ୍‌-୧୧: ପୁଣେ, ଗୁଜରାଟ ସ୍ଥାନ ନେବ ଚେନ୍ନାଇ ଓ ରାଜସ୍ତାନ, ପୁଣି ସିଏସ୍‌କେକୁ ଫେରିବେ ଧୋନୀ

ମୁମ୍ବାଇ: ଆଇପିଏଲ୍‌ ଆଗାମୀ ସିଜିନରେ ଦୁଇଟି ଟିମ୍‌ ବିଦା ହେବ ପ୍ରାୟ ନିଶ୍ଚିତ। ଏହି ଦୁଇଟି ଟିମ୍‌ ହେଲା ଗୁଜରାଟ ଲାଏନ୍ସ ଓ ରାଇଜିଂ ପୁଣେ ସୁପରଜିଆଣ୍ଟ। ଆଗାମୀ ସିଜିନ ଠାରୁ ଆଇପିଏଲରେ ଏହି ଦୁଇଟି ଟିମକୁ ଆଉ ଦର୍ଶକ ଦେଖିବାକୁ ପାଇବେନି। ଏହି ସ୍ଥାନରେ ଆଇପିଏଲକୁ ପୁଣି ଫେରିବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ତାନ ରାୟାଲ୍ସ। ବିସିସିଆଇ ସିଇଓ ରାହୁଲ ଜୋହରି ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ-୧୧ ସିଜନକୁ ଚେନ୍ନାଇ ଓ ରାଜସ୍ତାନର ବାସନ୍ଦ […]

chennai-super-kings-and-rajasthan-royals

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 08:02 PM IST

ମୁମ୍ବାଇ: ଆଇପିଏଲ୍‌ ଆଗାମୀ ସିଜିନରେ ଦୁଇଟି ଟିମ୍‌ ବିଦା ହେବ ପ୍ରାୟ ନିଶ୍ଚିତ। ଏହି ଦୁଇଟି ଟିମ୍‌ ହେଲା ଗୁଜରାଟ ଲାଏନ୍ସ ଓ ରାଇଜିଂ ପୁଣେ ସୁପରଜିଆଣ୍ଟ। ଆଗାମୀ ସିଜିନ ଠାରୁ ଆଇପିଏଲରେ ଏହି ଦୁଇଟି ଟିମକୁ ଆଉ ଦର୍ଶକ ଦେଖିବାକୁ ପାଇବେନି। ଏହି ସ୍ଥାନରେ ଆଇପିଏଲକୁ ପୁଣି ଫେରିବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ତାନ ରାୟାଲ୍ସ। ବିସିସିଆଇ ସିଇଓ ରାହୁଲ ଜୋହରି ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ-୧୧ ସିଜନକୁ ଚେନ୍ନାଇ ଓ ରାଜସ୍ତାନର ବାସନ୍ଦ ସମୟ ସୀମା ଶେଷ ହୋଇ ଯାଇଥିବ। ଫଳରେ ଏହି ଦୁଇଟି ଟିମ୍‌, ପୁଣେ ଓ ଗୁଜୁରାଟ ସ୍ଥାନରେ ଆଇପିଏଲରେ ସାମିଲ ହେବେ। ଏହାସହ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ଚେନ୍ନାଇ ଦଳର ନେତୃତ୍ୱ ନେବେ ବୋଲି ଜଣାପଡିଛି।

Related story