ଆଇପିଏଲକୁ ଫେରିଲେ ଚେନ୍ନାଇ ଓ ରାଜସ୍ଥାନ: ଧୋନୀଙ୍କୁ କିଏ ନେବ?

ମୁମ୍ବାଇ: ଦୁଇ ବର୍ଷ ଧରି ଆଇପିଏଲରୁ ବାସନ୍ଦ ହୋଇଥିବା ଦୁଇ ଫ୍ରାଞ୍ଚାଇଜ୍‌ ଚେନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପୁଣି ଥିରେ ଆଇପିଏଲକୁ ଫେରିଛନ୍ତି। ଫିକ୍ସିଂ ଅଭିଯୋଗରେ ସୁପ୍ରିମକୋର୍ଟ ଚେନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଟିମ ଉପରେ ଦୁଇ ବର୍ଷ ବାସନ୍ଦ ଲଗାଇଥିଲେ। ଫଳରେ ଏହି ଦୁଇ ଟିମ୍‌ ଗତ ୨ବର୍ଷଧରି ଆଇପିଏଲ୍‌ରୁ ବଞ୍ଚିତଥିଲା। ଯେହେତୁ ଏହି ଦୁଇଟି ଟିମ୍‌ଙ୍କ ବାସନ୍ଦ ସମୟସୀମା ଶେଷ ହୋଇଯାଇଛି ତେଣୁ ଚଳିତ ବର୍ଷଠାରୁ ସିଏସ୍‌କେ ଓ ରାଜସ୍ଥାନ […]

dhoni

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 09:56 PM IST

ମୁମ୍ବାଇ: ଦୁଇ ବର୍ଷ ଧରି ଆଇପିଏଲରୁ ବାସନ୍ଦ ହୋଇଥିବା ଦୁଇ ଫ୍ରାଞ୍ଚାଇଜ୍‌ ଚେନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପୁଣି ଥିରେ ଆଇପିଏଲକୁ ଫେରିଛନ୍ତି। ଫିକ୍ସିଂ ଅଭିଯୋଗରେ ସୁପ୍ରିମକୋର୍ଟ ଚେନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଟିମ ଉପରେ ଦୁଇ ବର୍ଷ ବାସନ୍ଦ ଲଗାଇଥିଲେ। ଫଳରେ ଏହି ଦୁଇ ଟିମ୍‌ ଗତ ୨ବର୍ଷଧରି ଆଇପିଏଲ୍‌ରୁ ବଞ୍ଚିତଥିଲା। ଯେହେତୁ ଏହି ଦୁଇଟି ଟିମ୍‌ଙ୍କ ବାସନ୍ଦ ସମୟସୀମା ଶେଷ ହୋଇଯାଇଛି ତେଣୁ ଚଳିତ ବର୍ଷଠାରୁ ସିଏସ୍‌କେ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ ଖେଳିବା ନେଇ ବିସିସିଆଇ ସ୍ପଷ୍ଟ କରିଛି। ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ଏବଂ ଗୁଜରାଟ ଲାୟନ୍ସ ଟିମ୍‌ ବଦଳରେ ସିଏସକେ ଓ ରାଜସ୍ଥାନ ରୟାଲ୍ସ ସ୍ଥାନ ପାଇବେ । ପୁଣେ ଓ ଗୁଜୁରାଟ ଟିମ୍‌ ଆଇପିଏଲରୁ ବିଦାୟ ନେବ। ଅନ୍ୟପଟେ ସିଏସ୍‌କେ ଓ ଆର୍‌ଆର୍‌ ଟିମ୍‌ ପାଇଁ ନିଲାମ ପ୍ରକ୍ରିୟାରେ ଖେଳାଳି କିଣା ଯିବେ। ଏଥର କିନ୍ତୁ ଧୋନୀଙ୍କୁ ନେବା ପାଇଁ ଉଭୟ ଦଳ ଚାହିଁବେ ବୋଲି ଚର୍ଚ୍ଚା ହେଉଛି। ସିଏସକେ ପାଇଁ ଧୋନୀ ଆରମ୍ଭରୁ ଖେଳିଆସୁଥିବା ବେଳେ ଏଥର ନିଲାମରେ ଧୋନୀ ପାଇଁ ରାଜସ୍ଥାନ ରୟାଲ୍ସ  ଅଧିକ ଟଙ୍କା ଲଗାଇବା ସମ୍ଭାବନା ରହିଛି।

Related story