ରୋଡ୍ରିକ୍‌ ଇଷ୍ଟିକ୍‌ ୱେଷ୍ଟ ଇଣ୍ଡିଜ୍‌ର ନୂଆ ବୋଲିଂ କୋଚ୍‌

ମେଲବର୍ଣ୍ଣ: ପେସ୍‌ ଲିଜେଣ୍ଡ କର୍ଟଲି ଆମ୍ବ୍ରୋସ୍‌ଙ୍କ ବଦଳରେ ଶନିବାର ୱେଷ୍ଟଇଣ୍ଡିଜ୍‌ର ବୋଲିଂ କୋଚ୍‌ ଭାବେ ରୋଡ୍ରିକ୍‌ ଇଷ୍ଟିକ୍‌ ନିଯୁକ୍ତି ପାଇଛନ୍ତି। ଆସନ୍ତାମାସରେ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତ୍ରିକୋଣୀୟ ସିରିଜ ପାଇଁ ଯିବାକୁ ଥିବା ବେଳେ ସେ ଏହି ନିଯୁକ୍ତି ପାଇଛନ୍ତି। ଇଷ୍ଟିକ୍‌ ୱେଷ୍ଟଇଣ୍ଡିଜ୍‌-ଏ’ର ପୂର୍ବତନ ଖେଳାଳି ଥିଲେ। ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଥିବା ପ୍ରାକ୍‌-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ସେ ଯୋଗ ଦେବାର ସୂଚନା ରହିଛି। ସେ ପୂର୍ବରୁ ବାର୍ବାଡୋସ୍‌ର ବୋଲିଂ କୋଚ୍‌ ଭାବେ କାର୍ଯ୍ୟ […]

roderick-estwick

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 12:10 PM IST

ମେଲବର୍ଣ୍ଣ: ପେସ୍‌ ଲିଜେଣ୍ଡ କର୍ଟଲି ଆମ୍ବ୍ରୋସ୍‌ଙ୍କ ବଦଳରେ ଶନିବାର ୱେଷ୍ଟଇଣ୍ଡିଜ୍‌ର ବୋଲିଂ କୋଚ୍‌ ଭାବେ ରୋଡ୍ରିକ୍‌ ଇଷ୍ଟିକ୍‌ ନିଯୁକ୍ତି ପାଇଛନ୍ତି। ଆସନ୍ତାମାସରେ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତ୍ରିକୋଣୀୟ ସିରିଜ ପାଇଁ ଯିବାକୁ ଥିବା ବେଳେ ସେ ଏହି ନିଯୁକ୍ତି ପାଇଛନ୍ତି।

ଇଷ୍ଟିକ୍‌ ୱେଷ୍ଟଇଣ୍ଡିଜ୍‌-ଏ’ର ପୂର୍ବତନ ଖେଳାଳି ଥିଲେ। ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଥିବା ପ୍ରାକ୍‌-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ସେ ଯୋଗ ଦେବାର ସୂଚନା ରହିଛି। ସେ ପୂର୍ବରୁ ବାର୍ବାଡୋସ୍‌ର ବୋଲିଂ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହା ସହ ସେ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ସ୍ତରରେ ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

ଗତ ନିତିବର୍ଷ ହେବ କର୍ଟଲି ଆମ୍ବ୍ରୋସ୍‌ ୱେଷ୍ଟଇଣ୍ଡିଜ୍‌ ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଟି-୨୦ ବିଶ୍ୱକପ୍‌ ବିଜେତା ଦଳର ସେ କୋଚ୍‌ ଭାବେ ସେ କାର୍ଯ୍ୟ କରିଛନ୍ତି। ତେବେ ତାଙ୍କୁ କାହିଁକି ଏହି ପଦବୀରୁ କଢାଗଲା ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ।

ସୂଚନାଯୋଗ୍ୟ, ଜୁନ୍‌ ୩ରୁ  ଗୁଏନାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ତ୍ରୀକୋଣୀୟ ସିରିଜ୍‌ ଖେଳିବ ୱେଷ୍ଟଇଣ୍ଡିଜ୍‌।

Related story