ଟେବୁଲ ଟେନିସ୍‌ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୫ ଦିନରେ ଭାରତୀୟ ଖେଳାଳି ପୁଣି ଚମକିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୫ମ ଦିନରେ ୨ଟି ଲେଖାଏଁ ସ୍ୱର୍ଣ୍ଣ, ରୋପ୍ୟ ଓ କାଂସ୍ୟ ପଦକ ଜିତି ସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟେବୁଲ ଟେନିସ୍‌ରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ମିଳିଛି। ଗୋଲ୍ଡକୋଷ୍ଟରେ ମହିଳା ଟିମ୍‌ ପରେ ପୁରୁଷ ଟିମ୍‌ର ଜଲୱା ଦେଖିବାକୁ ମିଳିଛି। ଆଜି ଭାରତୀୟ ପୁରୁଷ ଦଳ ନାଇଜେରିଆକୁ ୩-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ […]

cwg

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 05:04 PM IST

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୫ ଦିନରେ ଭାରତୀୟ ଖେଳାଳି ପୁଣି ଚମକିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୫ମ ଦିନରେ ୨ଟି ଲେଖାଏଁ ସ୍ୱର୍ଣ୍ଣ, ରୋପ୍ୟ ଓ କାଂସ୍ୟ ପଦକ ଜିତି ସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟେବୁଲ ଟେନିସ୍‌ରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ମିଳିଛି। ଗୋଲ୍ଡକୋଷ୍ଟରେ ମହିଳା ଟିମ୍‌ ପରେ ପୁରୁଷ ଟିମ୍‌ର ଜଲୱା ଦେଖିବାକୁ ମିଳିଛି। ଆଜି ଭାରତୀୟ ପୁରୁଷ ଦଳ ନାଇଜେରିଆକୁ ୩-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି।

କରାରା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ରାଉଣ୍ଡରେ ଭାରତର ଅଞ୍ଚତା ଶରତ ନାଇଜେରିଆ ଖେଳାଳିଙ୍କୁ ୪-୧୧, ୧୧-୫, ୧୧-୪, ୧୧-୯ରେ ପରାସ୍ତ କରିଥିଲେ। ଏହାପରେ କୋର୍ଟକୁ ଓହ୍ଲାଇ ଥିଲେ ସାଥିୟାନ ଗନ୍ନାସେକରନ୍‌। ସେ ନାଇଜେରିଆର ସେଗୁନ ତୋରିୟୋଲାଙ୍କୁ ୧୦-୧୨, ୧୧-୩, ୧୧-୩ ଓ ୧୧-୪ ସେଟ୍‌ରେ ପରାସ୍ତ କରିଥିଲେ। ଶେଷ ରାଉଣ୍ଡର ମିକ୍ସି ଡବଲରେ ହରମତ ଦେସାଇ ଓ ସାଥିୟାନ ନାଇଜେରିଆକୁ ୧୧-୮, ୧୧-୫ ଓ ୧୧-୩ ସେଟ୍‌ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ପରେ କବ୍‌ଜା କରି ନେଇଥିଲେ।

ସୂଚନାଯୋଗ୍ୟ, ୧୨ ବର୍ଷ ପରେ ଟେବୁଲ ଟେନିସ୍‌ରେ ଭାରତକୁ ପଦକ ମିଳିଛି। ୨୦୦୬ ମେଲବୋର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡାରେ ଶେଷ ଥର ଭାରତ ପଦକ ଜିତିଥିଲା।

Related story