କାଲିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହାସମର: ଭାରତୀୟ ଶିବିରରୁ ମିଳିଥିବା ସିରିଞ୍ଜକୁ ନେଇ ତନାଘନା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଠାରୁ ଗୋଲ୍ଡ କୋଷ୍ଟ ଠାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସମର। ଚଳିତ ବର୍ଷ ଭାରତରୁ ୨୨୫ ଜଣ କ୍ରୀଡାବିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପୂର୍ବରୁ ଭଲ ପ୍ରଦର୍ଶନ କରିଆସିଛି। ଚଳିତ ଥର ମଧ୍ୟ ଅନୁରୁପ ପ୍ରଦର୍ଶନ ନେଇ ଫ୍ୟାନମାନେ ଆଶା ବାନ୍ଧିଛନ୍ତି। ତେବେ ବ୍ୟାଡମିଣ୍ଟନ, ଭାରତ୍ତୋଳନ, ବକ୍ସିଂ ଓ ସୁଟିଂ ବିଭାଗରେ ଭାରତକୁ ଅଧିକ ପଦକ ମିଳିବା ସମ୍ଭାବନା ରହିଛି। […]

dc-Cover-i4a616d96428okdtu95bqsc115-20180402134539.Medi

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 12:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଠାରୁ ଗୋଲ୍ଡ କୋଷ୍ଟ ଠାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସମର। ଚଳିତ ବର୍ଷ ଭାରତରୁ ୨୨୫ ଜଣ କ୍ରୀଡାବିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପୂର୍ବରୁ ଭଲ ପ୍ରଦର୍ଶନ କରିଆସିଛି। ଚଳିତ ଥର ମଧ୍ୟ ଅନୁରୁପ ପ୍ରଦର୍ଶନ ନେଇ ଫ୍ୟାନମାନେ ଆଶା ବାନ୍ଧିଛନ୍ତି। ତେବେ ବ୍ୟାଡମିଣ୍ଟନ, ଭାରତ୍ତୋଳନ, ବକ୍ସିଂ ଓ ସୁଟିଂ ବିଭାଗରେ ଭାରତକୁ ଅଧିକ ପଦକ ମିଳିବା ସମ୍ଭାବନା ରହିଛି। ବ୍ୟାଡ ମିଣ୍ଟନ ତାରକା ପିଭି ସିନ୍ଧୁ, କାଦମ୍ବୀ ଶ୍ରୀକନ୍ଥ, ସାଇନା ନେହେଓ୍ୱାଲ, ରେସଲର୍ ସାକ୍ଷୀ ମଲ୍ଲିକ୍ , ବକ୍ସର ମେରୀ କମ , ସୁଟର ଜିତୁ ରାଏଙ୍କ ଉପରେ ଏଥର ରହିବ ସମସ୍ତଙ୍କ ନଜର। ଏପ୍ରିଲ ୪ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ଏବଂ ଏପ୍ରିଲ ୫ରୁ ଇଭେଣ୍ଟ ଆରମ୍ଭ ହେବ।

ଅନ୍ୟପଟେ ବକ୍ସର ମାନେ ଡୋପିଂ ନିୟମ ଉଂଲ୍ଲଘନ କରିନଥିବ ସ୍ପଷ୍ଟ ହେବା ପରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳକୁ ଆଶ୍ୱସ୍ତି ମିଳିଛି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ୟାନ କରାଯାଇଥିବା ନୋ ନିଡିଲ୍ ନିୟମ ଉଲ୍ଲଂଘନ କରିଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଗୋଲ୍ଡକୋଷ୍ଟ ଭିଲେଜରେ ମିଳିଥିବା ସିରିଞ୍ଜକୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ପକ୍ଷରୁ ତଦନ୍ତ ଚାଲୁରହିଛି।

Related story