ଡି/ଏଲ୍‌ ନିୟମକୁ ଫ୍ଲେମିଂଙ୍କ ସମାଲୋଚନା

କୋଲକାତା: ରାଇଜିଂ ପୁନେ ସୁପର ଜାଏଣ୍ଟସ୍‌ର କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଗତକାଲି ଇଡେନ୍‌ ଗାର୍ଡେନ୍‌ରେ କୋଲକାତାଠାରୁ ୮ ୱିକେଟରେ ହାରିବାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଆଜି ସେ ଡକ୍‌ୱାର୍ଥ ଲୁଇସ୍‌ ମେଥଡ୍‌ (ଡି/ଏଲ୍‌ ନିୟମ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଡି/ଏଲ୍‌ ଏକ ବାଜେ ନିୟମ। ଆମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲୁ। ୧୭.୪ ଓଭରରେ ଆମେ ୬ ୱିକେଟରେ ୧୦୩ ରନ୍‌ କରିଥିଲୁ। ଏହି ସମୟରେ ବର୍ଷା ଯୋଗୁଁ ଖେଳ […]

stephen-fleming

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 11:28 AM IST

କୋଲକାତା: ରାଇଜିଂ ପୁନେ ସୁପର ଜାଏଣ୍ଟସ୍‌ର କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଗତକାଲି ଇଡେନ୍‌ ଗାର୍ଡେନ୍‌ରେ କୋଲକାତାଠାରୁ ୮ ୱିକେଟରେ ହାରିବାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଆଜି ସେ ଡକ୍‌ୱାର୍ଥ ଲୁଇସ୍‌ ମେଥଡ୍‌ (ଡି/ଏଲ୍‌ ନିୟମ)କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ଡି/ଏଲ୍‌ ଏକ ବାଜେ ନିୟମ। ଆମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲୁ। ୧୭.୪ ଓଭରରେ ଆମେ ୬ ୱିକେଟରେ ୧୦୩ ରନ୍‌ କରିଥିଲୁ। ଏହି ସମୟରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲା। ଡି/ଏଲ୍‌ ନିୟମ ଅନୁସାରେ ୯ ଓଭରରେ କୋଲକାତାକୁ ୬୬ ରନ୍‌ କରିବାକୁ କୁହାଯାଇଥିଲା। ତାଙ୍କ ଦଳ ମାତ୍ର ୪ ଓଭରରେ ଲକ୍ଷ୍ୟକୁ ହାସଲ କରି ନେଇଥିଲେ। ଆମେ ଆହୁରି ଅଧିକ ରନ୍‌ କରିପାରିଥାନ୍ତୁ। କୋଲକାତା ଆଗରେ ୧୪୦ର ଟାର୍ଗେଟ ଦେଇ ପାରିଥାନ୍ତୁ, କିନ୍ତୁ ଏହା ସମ୍ଭବ ହେଲା ନାହିଁ। ଏହି ନିୟମ ଟି-୨୦ରେ ଲାଗୁ ହେବା ମୁଁ ଠିକ୍‌ ଭାବୁ ନାହିଁ। ଏହି ନିୟମରେ ଆଗ ବ୍ୟାଟିଂ କରୁଥିବା ଦଳ ପାଇଁ କୌଣସି ସୁଯୋଗ ରହୁନାହିଁ।”

ସୂଚନାଯୋଗ୍ୟ, ଏହି ବିଜୟ ପରେ ଆଇପିଏଲ୍‌ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ କୋଲକାତା ଉଠିଥିବା ବେଳେ ନିମ୍ନକୁ ଖସି ପୁଣେ ପ୍ଲେ-ଅପ୍‌ରୁ ବାଦ୍‌ ପଡିଛି।

Related story