ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରୁ ବାଦ ପଡିଲେ ନୌଚାଳକ ଦତ୍ତୁ

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଜାରି ରହିଛି ଭାରତୀୟ ପ୍ରତିଯୋଗୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ। ଆଜି ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା ମାରି ନୌଚାଳନା) କ୍ୱାର୍ଟର ଫାଇନାଲ୍‌ରେ ଚତୁର୍ଥ ସ୍ଥାନରେ ରହି ବାଦ ପଡିଛନ୍ତି ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ। ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ଲେନ୍‌ ୫ରେ ନୌଚାଳନା କରି ପ୍ରତିଯୋଗିତାର ୪ର୍ଥ ସ୍ଥାନରେ ରହଥିଲେ। ଶନିବାର ଦିନ ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ରିଓ ଅଲିମ୍ପିକ୍‌ର ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା […]

dattu bhokanal

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 06:49 PM IST

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଜାରି ରହିଛି ଭାରତୀୟ ପ୍ରତିଯୋଗୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ। ଆଜି ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା ମାରି ନୌଚାଳନା) କ୍ୱାର୍ଟର ଫାଇନାଲ୍‌ରେ ଚତୁର୍ଥ ସ୍ଥାନରେ ରହି ବାଦ ପଡିଛନ୍ତି ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ।

୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ଲେନ୍‌ ୫ରେ ନୌଚାଳନା କରି ପ୍ରତିଯୋଗିତାର ୪ର୍ଥ ସ୍ଥାନରେ ରହଥିଲେ।

ଶନିବାର ଦିନ ଭାରତୀୟ ନୌଚାଳକ ଦତ୍ତୁ ଭୋକାନାଲ ରିଓ ଅଲିମ୍ପିକ୍‌ର ପୁରୁଷ ସିଙ୍ଗିଲ୍ ସ୍କଲ୍‌ସର (ଆହୁଲା ମାରି ନୌଚାଳନା) ତୃତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଏଫ୍‌ଆଇଏସ୍‌ଏ ଏସିଆନ୍ ଓ ଓସିଆନିଆ ରୋଇଂ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତି  ଦତ୍ତୁ ରିଓ ଅଲିମ୍ପିକ୍‌ ପାଇଁ ଟିକେଟ୍ ପାଇଥିଲେ।

Related story