ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲର୍ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ କ୍ୟାଚ୍ ନେବା ମାମଲାରେ ପାକିସ୍ତାନ ପୂର୍ବତନ କ୍ୟାପଟେନ୍ ଶୋଏବ ମଲିକଙ୍କ ସମକକ୍ଷ ହୋଇଛନ୍ତି।
ରବିବାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍ ନେଇ ମିଲର୍ ନିଜର ୫୦ତମ କ୍ୟାଚ୍ ପୂରଣ କରିଛନ୍ତି। ସେ ୭୨ ମ୍ୟାଚରେ ଏହି ସଫଳତା ଅର୍ଜନ କରିଛନ୍ତି। ତେବେ ମଲିକ୍ ୧୧୧ ମ୍ୟାଚରେ ଏହି ସଂଖ୍ୟକ କ୍ୟାଚ୍ ଧରିଛନ୍ତି।
ଟି-୨୦ରେ ସର୍ବାଧିକ କ୍ୟାଚ୍ ଧରିବା ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ। ଡି'ଭିଲିୟର୍ସଙ୍କ ନାଁରେ ୪୪ କ୍ୟାଚ୍ ରହିଛି। ତାଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର (୪୪), ଭାରତର ସୁରେଶ ରାଇନା (୪୨ତମ) ନମ୍ବର ରହିଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ ମ୍ୟାଚକୁ ୯ ୱିକେଟରେ ଜିତି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବାପା ହାରିଲେ, ଝିଅ ଜିତିଲେ
ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।
Politics
୭ମ ଥର ପାଇଁ ସଢ଼େଇକଳାରୁ ଜିତିଲେ ଚମ୍ପାଇ ସୋରେନ
ଚମ୍ପାଇ ସୋରେନ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ।
National
ମହାରାଷ୍ଟ୍ର ନିର୍ବାଚନ: ସାନାଙ୍କଠାରୁ ହାରିଗଲେ ସ୍ୱରାଙ୍କ ସ୍ୱାମୀ
ହାରିବା ପରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଲେ ସ୍ୱରା ଓ ତାଙ୍କ ସ୍ୱାମୀ
Politics
ଇତିହାସ ରଚିଲା ବିଜେପି: ୩୧ ବର୍ଷ ପରେ ଏହି ମୁସଲିମ ବହୁଳ ଆସନରେ ଜିତିଲା
କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା।
Politics
ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା!
ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।