ବିଶ୍ୱକପରେ ରନ୍ ନେବା ପାଇଁ ୬ କିମି ଦୌଡ଼ି ସାରିଲେଣି ଏହି କ୍ରିକେଟର୍

ଲଣ୍ଡନ: ଆଇସିସି ବିଶ୍ୱକପ୍ ଫିଭର ଏବେ ଚାରିଆଡ଼େ ଦେଖବାକୁ ମିଳିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମଧ୍ୟରେ ଜୋରଦାର ରୋମାଞ୍ଚ ଦେଖିବାକୁ ମିଳୁଛି। ଇଂଲଣ୍ଡର ସୁଇଂ ପରିସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କୁ ଏକ ରନ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେବେ କିଛି ମ୍ୟାଚରେ ବଡ଼ ସ୍କୋର ମଧ୍ୟ ହେଉଛି, କିନ୍ତୁ କିଛି ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ରନ୍ କରିବା ପାଇଁ ପୂରା ଜୋର୍ ଲଗାଇ ଦେଉଛନ୍ତି। ଏବେ ଏକ ମଜାଦାର ରେକର୍ଡ ସାମ୍ନାକୁ ଆସିଛି। ଜଣେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ […]

warner

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 08:41 PM IST

ଲଣ୍ଡନ: ଆଇସିସି ବିଶ୍ୱକପ୍ ଫିଭର ଏବେ ଚାରିଆଡ଼େ ଦେଖବାକୁ ମିଳିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମଧ୍ୟରେ ଜୋରଦାର ରୋମାଞ୍ଚ ଦେଖିବାକୁ ମିଳୁଛି। ଇଂଲଣ୍ଡର ସୁଇଂ ପରିସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କୁ ଏକ ରନ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେବେ କିଛି ମ୍ୟାଚରେ ବଡ଼ ସ୍କୋର ମଧ୍ୟ ହେଉଛି, କିନ୍ତୁ କିଛି ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ରନ୍ କରିବା ପାଇଁ ପୂରା ଜୋର୍ ଲଗାଇ ଦେଉଛନ୍ତି। ଏବେ ଏକ ମଜାଦାର ରେକର୍ଡ ସାମ୍ନାକୁ ଆସିଛି।

ଜଣେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ରନ୍ କେବଳ ଦୌଡ଼ିକି ନେଇଛନ୍ତି। ସେ ରନ୍ କରିବା ପାଇଁ ୨୨ ୟାର୍ଡ ଅର୍ଥାତ୍ ପାଖାପାଖି ୬କିମି ଦୌଡ଼ ଲଗାଇ ସାରିଛନ୍ତି। ସେହି ବ୍ୟାଟ୍ସମ୍ୟାନ୍ ଜଣକ ହେଉଛନ୍ତି ଡେଭିଡ୍ ୱାର୍ଣ୍ଣର। ୱାର୍ଣ୍ଣର୍ ଚଳିତ ବିଶ୍ୱକପରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ୫୦୦ ରନର ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଏପର୍ଯ୍ୟନ୍ତ ୨୮୨ ରନ୍ ଦୌଡ଼ିକି (ଏକ, ଦୁଇ ଓ ତିନି ରନ୍) ନେଇଛନ୍ତି।

ୱାର୍ଣ୍ଣର୍ ୬୧୬୦ ୟାର୍ଡ ଅର୍ଥାତ୍ ୫.୬୩ କିମି ଦୌଡ଼ି ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିସହ ସେ ଚଳିତ ବିଶ୍ୱକପରେ ସର୍ବାଧିକ ଦୌଡ଼ିକି ରନ୍ ନେବାର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ଯୁଗ୍ମ ଭାବେ ଅଛନ୍ତି ଇଂଲଣ୍ଡ ଜୋ ରୁଟ୍ ଓ ବାଂଲାଦେଶର ସାକିବ୍ ଅଲ୍ ହାସନ୍। ଦୁହେଁ ୨୭୨ ରନ୍ ଲେଖାଏ ଦୌଡ଼ିକି ନେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଏପର୍ଯ୍ୟନ୍ତ ୨୫୦ ରନ୍ ଦୌଡ଼ିକି କରିଛନ୍ତି ଏବଂ ସେ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ବାଂଲାଦେଶର ମୁଶଫିକର ରହିମ୍ ୨୧୫ ରନ୍ ସହ ଏହି ତାଲିକାର ଚତୁର୍ଥ, ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ୨୦୪ ରନ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ତେବେ ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ୧୬୪ ରନ୍ ଦୌଡ଼ିକି କରିଛନ୍ତି ଏବଂ ଏହି ଲିଷ୍ଟରେ ସେ ରୋହିତ୍ ଶର୍ମାଙ୍କ ସହ ଯୁଗ୍ମ ଭାବେ ଅଷ୍ଟମ ସ୍ଥାନରେ ଅଛନ୍ତି।

Related story