ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ୱାର୍ଣ୍ଣର, ଦେଖନ୍ତୁ ଭିଡିଓ

ଲିଡ୍ସ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତେବେ ଏହି ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଦିନରେ ଅଷ୍ଟ୍ରେଲିଆର ଡାଭିଡ୍‌ ୱାର୍ଣ୍ଣର ଧରିଥିବା ଏକ ଅବିଶ୍ୱସନୀୟ କ୍ୟାଚ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ମ୍ୟାଚ୍‌ରେ ପୂର୍ବରୁ ୱାର୍ଣ୍ଣର ୪ଟି କ୍ୟାଚ୍‌ ଧରିଥିଲେ। ହେଲେ ୪ର୍ଥ ଦିନରେ ସେ ଜୋ ରୁଟ୍‌ଙ୍କୁ ଆଉଟ୍‌ କରିବା ପାଇଁ ଯେଉଁ କ୍ୟାଚ୍‌ଟି ଧରିଛନ୍ତି, ତା’ହା ଅତ୍ୟନ୍ତ […]

wb

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 06:19 PM IST

ଲିଡ୍ସ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତେବେ ଏହି ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଦିନରେ ଅଷ୍ଟ୍ରେଲିଆର ଡାଭିଡ୍‌ ୱାର୍ଣ୍ଣର ଧରିଥିବା ଏକ ଅବିଶ୍ୱସନୀୟ କ୍ୟାଚ୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ମ୍ୟାଚ୍‌ରେ ପୂର୍ବରୁ ୱାର୍ଣ୍ଣର ୪ଟି କ୍ୟାଚ୍‌ ଧରିଥିଲେ। ହେଲେ ୪ର୍ଥ ଦିନରେ ସେ ଜୋ ରୁଟ୍‌ଙ୍କୁ ଆଉଟ୍‌ କରିବା ପାଇଁ ଯେଉଁ କ୍ୟାଚ୍‌ଟି ଧରିଛନ୍ତି, ତା’ହା ଅତ୍ୟନ୍ତ ଅବିଶ୍ୱସନୀୟ ଓ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ଗତକାଲି ଠାରୁ ରୁଟ୍‌ ଇଂଲଣ୍ଡର ମଙ୍ଗ ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ହେଲେ ଆଜି ଖେଳ ଆରମ୍ଭରୁ ନେଥନ ଲାୟନ ବ୍ୟାଟିଂ କରୁଥିବା ରୁଟ୍‌ଙ୍କୁ ଅଡ଼ୁଆରେ ପକାଇଥିଲେ।

ଲାୟନଙ୍କ ଏକ ବଲ୍‌କୁ ରୁଟ୍‌ ମାରିବା ପାଇଁ ଚେଷ୍ଟା କରିଥିଲେ ହେଁ ଏହା ପ୍ରଥମେ ତାଙ୍କ ବ୍ୟାଟ୍‌ରେ ମାଡ଼ ହୋଇ ପ୍ୟାଡ୍‌ରେ ବାଜିଥିଲା। ଏହାପରେ ୱିକେଟ୍‌ କିପର ଟିମ୍‌ ପେନ୍‌ଙ୍କ ଉପର ଦେଇ ପଛକୁ ଚାଲି ଯାଇଥିଲା। ହେଲେ ଏହି ସମୟରେ ସ୍ଲିପରେ ଫିଲ୍ଡିଂ କରିଥିବା ୱାର୍ଣ୍ଣର ଫିଲ୍ମ ଶୈଳୀରେ ଜମ୍ପ ମାରି ଏହି କ୍ୟାଚ୍‌ଟିକୁ ଧରି ପକାଇଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1165572404573278208

Related story