ଖ୍ରୀଷ୍ଟଚର୍ଚ: ଡାଭିସ୍ କପର ପ୍ରଥମ ଦିନରେ ଭାରତକୁ ମିଳିଛି ଉଭୟ ସଫଳତା ଓ ବିଫଳତା। ଆଶ୍ଚର୍ଯ୍ୟଜନକ ଭାବେ ସୋମଦେବ ଦେବବର୍ମା ତାଙ୍କ ପ୍ରଥମ ମ୍ୟାଚରେ ହାରି ଯିବା ପରେ ୟୁକି ଭାମ୍ବ୍ରି ଭାରତକୁ ଦେଇଛନ୍ତି ଏକ ବଢ଼ିଆ ବିଜୟ। ଏହା ସହିତ ପ୍ରଥମ ଦିନରେ ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ଫଳାଫଳ ୧-୧ ରହିଛି।
ସିଙ୍ଗିଲ୍ସରେ ୫୪୮ତମ ମାନ୍ୟତା ପ୍ରାପ୍ତ ମାଇକେଲ ଭେନସଙ୍କଠାରୁ ୧୪୮ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ତାରକା ସୋମଦେବ ୬-୪, ୬-୪, ୩-୬, ୩-୬, ୧-୬ରେ ହାରିଯାଇଛନ୍ତି। ୩ ଘଣ୍ଟା ୪୩ ମିନିଟ ଧରି ଏହି ମ୍ୟାଚ୍ ଚାଲିଥିଲା। ଭେନସ ପ୍ରଥମ ଦୁଇଟି ସେଟ୍ ହାରି ଯାଇଥିଲେ। କିନ୍ତୁ ତୃତୀୟ ରାଉଣ୍ଡରୁ ମ୍ୟାଚକୁ ଜବରଦସ୍ତ ଭାବେ ନିଜ ଅକ୍ତିଆରକୁ ନେଇଥିଲେ।
ସୋମଦେବଙ୍କ ପରାସ୍ତ ପରେ ନିରାଶ ଭାରତୀୟ କ୍ୟାମ୍ପକୁ ଖୁସି ଆଣି ଦେଇଥିଲେ ୟୁକି ଭାମ୍ବ୍ରି। ଦ୍ୱିତୀୟ ସିଙ୍ଗିଲ୍ସରେ ସେ ଜୋଶ୍ ଷ୍ଟାଥାମଙ୍କୁ ୬-୨, ୬-୧ ଓ ୬-୩ରେ ହରାଇ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।