ଡେଭିସ୍ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଖେଳାଯିବାକୁଥିବା ଡେଭିସ୍ କପ୍ ଟେନିସ୍ ମୁକାବିଲା ପାଇଁ ଗୁରୁବାର ୮ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଟିମ୍ ଇସଲାମବାଦ୍ ଯିବାକୁ ମନା କରିଥିବା ଖେଳାଳିମାନଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଅଭିଜ୍ଞ ଷ୍ଟାର୍ ଖେଳାଳି ଲିଆଣ୍ଡର ପେସ୍ ବର୍ଷକରୁ ଅଧିକ ସମୟ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟିମରେ ଶୀର୍ଷ ଖେଳାଳିମାନଙ୍କ ମଧ୍ୟରେ ସୁମିତ ନାଗଲ୍, ରାମକୁମାର ରାମନାଥନ୍, ଶଶି କୁମାର ମୁକୁନ୍ଦ ଓ ରୋହନ୍ ବୋପନ୍ନାଙ୍କୁ ମଧ୍ୟ ସାମିଲ୍ କରାଯାଇଛି। […]

paes

Ranjit Kumar Jena
  • Published: Thursday, 14 November 2019
  • , Updated: 14 November 2019, 08:32 PM IST

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଖେଳାଯିବାକୁଥିବା ଡେଭିସ୍ କପ୍ ଟେନିସ୍ ମୁକାବିଲା ପାଇଁ ଗୁରୁବାର ୮ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ଟିମ୍ ଇସଲାମବାଦ୍ ଯିବାକୁ ମନା କରିଥିବା ଖେଳାଳିମାନଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଅଭିଜ୍ଞ ଷ୍ଟାର୍ ଖେଳାଳି ଲିଆଣ୍ଡର ପେସ୍ ବର୍ଷକରୁ ଅଧିକ ସମୟ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟିମରେ ଶୀର୍ଷ ଖେଳାଳିମାନଙ୍କ ମଧ୍ୟରେ ସୁମିତ ନାଗଲ୍, ରାମକୁମାର ରାମନାଥନ୍, ଶଶି କୁମାର ମୁକୁନ୍ଦ ଓ ରୋହନ୍ ବୋପନ୍ନାଙ୍କୁ ମଧ୍ୟ ସାମିଲ୍ କରାଯାଇଛି।

ଏହି ମୁକାବିଲା ୨୯ ଓ ୩୦ ନଭେମ୍ବରରେ ଖେଳାଯିବ। ଏହା ପୂର୍ବରୁ ମୁକାବିଲା ଇସଲାମାବାଦରେ ଖେଳାଯିବାର ଥିଲା, କିନ୍ତୁ ଏବେ ଏହି ମ୍ୟାଚ୍ ଅନ୍ୟ ଭେନ୍ୟୁରେ ଖେଳାଯିବ। ତେବେ ଏପର୍ଯ୍ୟନ୍ତ ମ୍ୟାଚର ଭେନ୍ୟୁ ନିର୍ଦ୍ଧାରିତ କରାଯାଇନାହିଁ। ନାଗଲ୍, ବୋପନ୍ନା, ରାମନାଥନ ଏବଂ ମୁକୁନ୍ଦ ସୁରକ୍ଷା କାରଣରୁ ପାକିସ୍ତାନ ଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଯାହା ପରେ ଅନ୍ତର୍ଜାତୀୟ ଟେନିସ୍ ମହାସଂଘ (ଆଇଟିଏଫ) ସୁରକ୍ଷା କାରଣରୁ ଭେନ୍ୟୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ସାଧାରଣତ ପାଞ୍ଚ ସଦସ୍ୟ ବିଶିଷ୍ଟ ଟିମ୍ ଚୟନ କରିଥାଏ ଏବଂ ଜଣେ କିମ୍ବା ଦୁଇଜଣ ରିଜର୍ଭ ଖେଳାଳିଙ୍କୁ ସାମିଲ୍‌ କରିଥାଏ। ଆଇଟିଏଫ୍ ଏହି ମୁକାବିଲାକୁ ଇସଲାମାବାଦରୁ ବାହାରକୁ ସ୍ଥାନାନ୍ତର କରିବା ମାମଲାରେ ଏବେବି ପାକିସ୍ତାନ ଟେନିସ୍ ମହାସଂଘର ଅପିଲ୍ ଉପରେ ବିଚାର କରୁଛି। କିନ୍ତୁ ଆଇଟିଏଫ୍‌ ଏହି ମୁକାବିଲାର ଭେନ୍ୟୁ ବଦଳାଇବାର ନିଷ୍ପତ୍ତି ଉପରେ କାଏମ ରହିବ। ଆସନ୍ତା ୧୮ ତାରିଖରେ ମୁକାବିଲାର ଭେନ୍ୟୁ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

ଭାରତୀୟ ଦଳ: ସୁମିତ୍ ନାଗଲ, ରାମକୁମାର ରାମନାଥନ, ଶଶିକୁମାର ମୁକୁନ୍ଦ, ସାକେତ୍ ମିନେନୀ, ରୋହନ୍ ବୋପନ୍ନା, ଲିଆଣ୍ଡର ପେସ, ଜୀବନ ନେଦୁନଛେଝିୟାନ୍ ଓ ସିଦ୍ଧାର୍ଥ ରାୱତ।

କ୍ୟାପଟେନ୍: ରୋହିତ୍ ରାଜପାଲ୍, କୋଚ୍- ଜୀଶାନ୍ ଅଲୀ, ଫିଜିଓ- ଆନନ୍ଦ କୁମାର, ଟିମ୍ ମ୍ୟାନେଜର- ସୁନ୍ଦର ଆୟର୍।

Related story