୫୫ରନ୍‌ରେ କୋଲକାତାକୁ ହରାଇଲା ଦିଲ୍ଲୀ

ଦିଲ୍ଲୀ: ଆଜି ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ କୋଲକାତା ନାଇଟ ରାଇଡର୍ସକୁ ୫୫ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀର ନୂଆ ଅଧିନାୟକ ଶ୍ରୀୟାସ ଲାୟରଙ୍କ ଜଲୱା ପଡ଼ିଆରେ ଦେଖିବାକୁ ମିଳିଥିଲା। ଲାୟର ୪୦ ବଲର ସମ୍ମୁଖୀନ ହୋଇ ୧୦ଟି ଛକା ଓ ୩ଟି ଚୌକା ମାରି ୯୩ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ। ତେବେ ତାଙ୍କ ପୂର୍ବରୁ ପୃଥ୍ୱୀ ଶାହାଙ୍କ ଧୂଆଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୪୪ ବଲ୍‌ର ସମ୍ମୁଖୀନ ହୋଇ ୨ […]

Shaw (1)

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 07:13 AM IST

ଦିଲ୍ଲୀ: ଆଜି ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ କୋଲକାତା ନାଇଟ ରାଇଡର୍ସକୁ ୫୫ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀର ନୂଆ ଅଧିନାୟକ ଶ୍ରୀୟାସ ଲାୟରଙ୍କ ଜଲୱା ପଡ଼ିଆରେ ଦେଖିବାକୁ ମିଳିଥିଲା। ଲାୟର ୪୦ ବଲର ସମ୍ମୁଖୀନ ହୋଇ ୧୦ଟି ଛକା ଓ ୩ଟି ଚୌକା ମାରି ୯୩ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ। ତେବେ ତାଙ୍କ ପୂର୍ବରୁ ପୃଥ୍ୱୀ ଶାହାଙ୍କ ଧୂଆଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୪୪ ବଲ୍‌ର ସମ୍ମୁଖୀନ ହୋଇ ୨ ଛକା ଓ ୪ ଚୌକା ସହ ୬୨ ରନ୍‌ କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୯ ରନ୍‌ର ବିଶାଳ ସ୍କୋର କରିଥିଲା।

୨୨୦ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କୋଲକାତାକୁ ଆରମ୍ଭରୁ ଲାଗିଥିଲା ଝଟକା। ଦଳୀୟ ସ୍କୋର ୧୯ ଥିବା ବେଳେ ଟିମ୍‌ ପ୍ରଥମ ୱିକେଟ ହରାଇଥିଲା। ୬ ଓଭର ଶେଷ ବେଳକୁ ଦଳର ପ୍ରମୁଖ ୪ ଜଣ ଖେଳାଳି ଆଉଟ୍‌ ହୋଇଯାଇଥିଲେ। ସୁବମନ୍‌ ଗିଲ ଏବଂ ଆଣ୍ଡ୍ରୁ ରସେଲ ଦିଲ୍ଲୀ ବୋଲରଙ୍କୁ କିଛିଟା ପ୍ରତିରୋଧ କରିଥିଲେ। ଗିଲ୍‌ ୨୯ ବଲ୍‌ ଖେଳି ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। ସେହିପରି ରସେଲ୍‌ ୩୦ ବଲ୍‌ର ସମ୍ମୁଖୀନ ହୋଇ ୪ ଛକା ଓ ୩ ଚୌକା ସହାୟତାରେ ୪୪ ରନ୍‌ କରିଥିଲେ। ଦଳ ପକ୍ଷରୁ ୬ ଜଣ ଖେଳାଳି ଦୁଇଅଙ୍କ ଛୁଇଁପାରି ନଥିଲେ। ଦଳ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା।

Related story