ଡିଡିସିଏ ଏଜିଏମ୍‌: ଜଷ୍ଟିସ୍ ଦୀପକ ବର୍ମା ନୂଆ ଲୋକପାଳ

ନୂଆଦିଲ୍ଲୀ: ଜଷ୍ଟିସ୍ ଦୀପକ ବର୍ମାଙ୍କୁ ଦିଲ୍ଲୀ ଆଣ୍ଡ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ନୂଆ ଲୋକପାଳ ନିଯୁକ୍ତ କରାଯାଇଛି । ରବିବାର ଡିଡିସିଏର ଏଜିଏମେରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଡିଡିସିଏର ନୂଆ ଅଧ୍ୟକ୍ଷ ନିର୍ବାଚନ ଜାନୁଆରୀ ୧୩ ତାରିଖରେ ହେବା ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ଡିଡିସିଏର ନିର୍ଦ୍ଦେଶକ ସଞ୍ଜୟ ଭରଦ୍ୱାଜ କହିଛନ୍ତି, ଆମ ପାଖରେ ଯେଉଁ ୫ଟି ମୁଦ୍ଦା ଥିଲା, ସେବୁକୁ ଲାଗୁ କରିଦିଆଯାଇଛି। ରବିବାର ଏଜିଏମରେ କିଛି ଡ୍ରାମା ଏବଂ ହୋ ହଲ୍ଲା ଦେଖିବାକୁ […]

ddca

Ranjit Kumar Jena
  • Published: Sunday, 29 December 2019
  • , Updated: 29 December 2019, 10:22 PM IST

ନୂଆଦିଲ୍ଲୀ: ଜଷ୍ଟିସ୍ ଦୀପକ ବର୍ମାଙ୍କୁ ଦିଲ୍ଲୀ ଆଣ୍ଡ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ନୂଆ ଲୋକପାଳ ନିଯୁକ୍ତ କରାଯାଇଛି । ରବିବାର ଡିଡିସିଏର ଏଜିଏମେରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଡିଡିସିଏର ନୂଆ ଅଧ୍ୟକ୍ଷ ନିର୍ବାଚନ ଜାନୁଆରୀ ୧୩ ତାରିଖରେ ହେବା ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ଡିଡିସିଏର ନିର୍ଦ୍ଦେଶକ ସଞ୍ଜୟ ଭରଦ୍ୱାଜ କହିଛନ୍ତି, ଆମ ପାଖରେ ଯେଉଁ ୫ଟି ମୁଦ୍ଦା ଥିଲା, ସେବୁକୁ ଲାଗୁ କରିଦିଆଯାଇଛି।

ରବିବାର ଏଜିଏମରେ କିଛି ଡ୍ରାମା ଏବଂ ହୋ ହଲ୍ଲା ଦେଖିବାକୁ ମିଳି ଥିଲା। ଯୁଗ୍ମସମ୍ପାଦକ ରାଜନ ମନଚନ୍ଦାଙ୍କ ସହ ଏଥିକ୍ସ କାଉନସିଲଙ୍କ ସଦସ୍ୟ ଦ୍ୱାରା ଧସ୍ତାଧସ୍ତି ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। କିଛି ମୁଦ୍ଦାକୁ ନେଇ ଅସହମତି ଥିଲା, କିନ୍ତୁ ଏହା ସତ୍ତ୍ୱେ ସବୁ ଏଜେଣ୍ଡାକୁ ଲାଗୁ କରାଯାଇଛି। ଏଜେଣ୍ଡାର ଦୁଇଟି ମୁଦ୍ଦା ଆକାଉଣ୍ଟ ସମ୍ବନ୍ଧିତ ଥିଲା, ଯେଉଁଥିରୁ ଗୋଟିଏ ମୁଦ୍ଦା ଦୁଇଟି ନିର୍ଦ୍ଦେଶକଙ୍କ ପୁନଃନିଯୁକ୍ତିକୁ ନେଇ ଥିଲା। ଜଣେ ଅଧିକାରୀ କହିଛନ୍ତି, ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୧୩ ତାରିଖ ପୂର୍ବରୁ ଅଧ୍ୟକ୍ଷ ଚୟନ କରାଯିବା ଦରକାର। ଅନ୍ୟପକ୍ଷରେ ଦିଲ୍ଲୀ ଅଣ୍ଡର୍‌-୨୩ ଖେଳାଳିଙ୍କ ଉପରେ ପାଞ୍ଚ ସଦସ୍ୟ ବିଶିଷ୍ଟ ଶୃଙ୍ଖଳା କମିଟି ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ବେଙ୍ଗଲ ବିପକ୍ଷ ସିକେ ନାଇଡୁ ଟ୍ରଫି ମ୍ୟାଚର ଦିନକ ପୂର୍ବରୁ ହୋଟେଲରେ ଜଣେ ମହିଳାଙ୍କ ସହ ଦିଲ୍ଲୀ ଅଣ୍ଡର୍‌-୨୩ ଟିମର ଦୁଇଜଣ ସଦସ୍ୟ ଦୁର୍ବ୍ୟବହାର କରିଥିଲେ। ଏସଏନ୍ ଶର୍ମାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଡିଡିସିଏର ଶୃଙ୍ଖଳା କମିଟି ମାମଲା ଉପରେ ତର୍ଜମା କରିବା ପରେ କୌଣସି ନିଷ୍ପତ୍ତି ନେବେ।

Related story