ଦେବାଶିଷ ସାମନ୍ତରାୟଙ୍କ ମାରାଥନ୍ ଇନିଂସ୍‌, ଓଡ଼ିଶା ସ୍ଥିତି ମଜଭୁତ୍‌

କଟକ (ଓଡ଼ିଶା ରିପୋର୍ଟର): ଦେବାଶିଷ ସାମନ୍ତରାୟ (୧୯୫)ଙ୍କ ମାରାଥନ୍ ଇନିଂସ୍ ଏବଂ ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ସର୍ଭିସେସ୍ ବିପକ୍ଷ ମ୍ୟାଚରେ ମଜଭୁତ୍ ସ୍ଥିତିରେ ପହଞ୍ଚିଯାଇଛି। ସର୍ଭିସେସର ୨୭୧ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସ୍ ୫୪୦ ରନର ବିଶାଳ ସ୍କୋର କରି ୨୬୯ ରନର ଅଗ୍ରଣୀ ହାସଲ କରିଛି। ଜବାବରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ସର୍ଭିସେସ୍ ୩ ୱିକେଟ୍ ହରାଇ ୮୬ ରନ୍ କରି ଇନିଂସ୍ […]

DEBASISH

DEBASISH

Ranjit Kumar Jena
  • Published: Thursday, 19 December 2019
  • Updated: 19 December 2019, 09:19 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦେବାଶିଷ ସାମନ୍ତରାୟ (୧୯୫)ଙ୍କ ମାରାଥନ୍ ଇନିଂସ୍ ଏବଂ ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ସର୍ଭିସେସ୍ ବିପକ୍ଷ ମ୍ୟାଚରେ ମଜଭୁତ୍ ସ୍ଥିତିରେ ପହଞ୍ଚିଯାଇଛି। ସର୍ଭିସେସର ୨୭୧ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସ୍ ୫୪୦ ରନର ବିଶାଳ ସ୍କୋର କରି ୨୬୯ ରନର ଅଗ୍ରଣୀ ହାସଲ କରିଛି। ଜବାବରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ସର୍ଭିସେସ୍ ୩ ୱିକେଟ୍ ହରାଇ ୮୬ ରନ୍ କରି ଇନିଂସ୍ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ଆସନ୍ତାକାଲି ଅନ୍ତିମ ଦିବସରେ ଓଡ଼ିଶା ସର୍ଭିସେସକୁ ଅଲଆଉଟ୍ କରି ପୂର୍ଣ୍ଣ ୭ ପଏଣ୍ଟ ହାସଲ କରିବାକୁ ଚାହିଁବ। ଅନ୍ୟପକ୍ଷରେ ମ୍ୟାଚ୍ ଡ୍ର' କରି ସର୍ଭିସେସ୍ ସମ୍ମାନ ରକ୍ଷା ସହ ୧ ପଏଣ୍ଟ ହାସଲ କରିବାକୁ ପ୍ରୟାସ କରିବ।

ଦ୍ୱିତୀୟ ଇନିଂସରେ ସର୍ଭିସେସର ଦୁଇ ଓପ୍ନର ନକୁଲ ବର୍ମା (୩୧) ଓ ମମତାଜ୍ କାଦିର୍ (୩୧) ପ୍ରଥମ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ି ଟିମକୁ ଭଲ ଆରମ୍ଭ ଦେଇଥିଲେ। ନକୁଲ୍ ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ରାଜେଶ ମହାନ୍ତି କାଦିର୍ ଏବଂ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରବି ଚୌହାନ୍ (୨)ଙ୍କୁ ଆଉଟ୍ କରି ଓଡ଼ିଶାକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି।

ସକାଳେ ଓଡ଼ିଶା ତା'ର ପୂର୍ବଦିନର ସ୍କୋର ୨୮୦/୬ରୁ ଖେଳ ଆରମ୍ଭ କରିଥିଲା। ବୁଧବାର ଅପରାଜିତ ଥିବା ଦେବାଶିଷ ଓ ଦେବବ୍ରତ ଦମଦାର ବ୍ୟାଟିଂ କରିଥିଲେ ଏବଂ ସପ୍ତମ ୱିକେଟ୍ ପାଇଁ ୯୮ ରନର ପାର୍ଟନରଶିପ୍ କରିଥିଲେ। ଦେବବ୍ରତ ବ୍ୟକ୍ତିଗତ ୫୭ (୮୪ ବଲ୍‌, ୭ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକାନ୍ତ ବିସ୍ଫୋରକ ବ୍ୟାଟିଂ କରି ଓଡ଼ିଶା ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ସେ ମାତ୍ର ୨୮ ବଲରେ ୪ ଚୌକା ଓ ୬ ଛକା ସହାୟତାରେ ୬୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ଦେବାଶିଷଙ୍କ ସହ ମିଶି ଅଷ୍ଟମ ୱିକେଟ୍ ପାଇଁ ୮୧ ରନ୍ ଯୋଡ଼ିଥିଲେ।

ଏହା ପରେ ଦେବାଶିଷ ରାଜେଶ ମହାନ୍ତିଙ୍କ ସହ ନବମ ୱିକେଟ୍ ପାଇଁ ୪୭ ଏବଂ ବସନ୍ତ ମହାନ୍ତିଙ୍କ ସହ ଶେଷ ୱିକେଟ୍ ପାଇଁ ୫୧ ରନର ଭାଗୀଦାରୀ କରି ଓଡ଼ିଶାକୁ ୫୪୦ ରନରେ ପହଞ୍ଚାଇଥିଲେ। ଦେବାଶିଷ ନିଜର ଦ୍ୱିଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଅରୁଣ ବାମଲଙ୍କ ଶିକାର ହୋଇଥିଲେ। ଦେବାଶିଷ ୪୦୩ ବଲରେ ୨୩ ଚୌକା ସହ ୧୯୫ ରନ୍ କରିଥିଲେ। ସର୍ଭିସେସ୍ ପକ୍ଷରୁ ଅରୁଣ ୪ଟି, ଦିୱେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story